ମାଟ୍ରିକ ପ୍ରଶ୍ନପତ୍ର ବୋଝେଇ ଗାଡ଼ି ଓଲଟିଲା

Feb 21, 2019 - 17:45
 199
ମାଟ୍ରିକ ପ୍ରଶ୍ନପତ୍ର ବୋଝେଇ ଗାଡ଼ି ଓଲଟିଲା
ଅନୁଗୋଳ,୨୧/୨(ସକାଳଖବର): କଟକ-ସମ୍ବଲପୁର ୫୫ ନମ୍ବର ଜାତୀୟ ରାଜପଥର ହଣ୍ଡପା ଥାନା ଅନ୍ତର୍ଗତ ଲୁହାମୁଣ୍ଡାଠାରେ ଆଜି ଭୋର ସମୟରେ ଏକ ମାଟ୍ରିକ ପ୍ରଶ୍ନପତ୍ର ବୋଝେଇ ନେଇ ଯାଉଥିବା ଏକ କଣ୍ଟେନର ଗାଡ଼ି (ନଂ. ଟିଏନ୍ ୧୮କେ - ୨୮୬୨) ଓଲଟି ଯାଇଛି । ଏହି ଗାଡ଼ିଟି କଟକରୁ ବଲାଙ୍ଗିରୀ ଅଭିମୁଖେ ଯାଉଥିବା ଜଣାଯାଇଛି । ଏ ଖବର ପାଇ କିଶୋରନଗର ବ୍ଲକ ଅଞ୍ଚଳର କିଛି ହାଇସ୍କୁଲ ଶିକ୍ଷକ ଓ ପୋଲିସ ସହଯୋଗରେ କ୍ରେନ ଦ୍ୱାରା ଗାଡ଼ିକୁ ଉଠାଯାଇଥିଲା । ପରେ ଗାଡ଼ିଟି ବଲାଙ୍ଗିରୀ ଅଭିମୁଖେ ଯାଇଥିଲା । ତେବେ ଗାଡ଼ିର ପ୍ରଶ୍ନପତ୍ର ସୁରକ୍ଷିତ ଥିବା ସୂଚନା ମିଳିଛି । ଗାଡ଼ି ଚାଳକ ସାମାନ୍ୟ ଆହତ ହୋଇଛନ୍ତି ।