ସର୍ବଶିକ୍ଷା ଅଭିଯାନ କର୍ମଚାରୀଙ୍କ କାର୍ଯ୍ୟବନ୍ଦ

Feb 8, 2019 - 19:19
 180
ସର୍ବଶିକ୍ଷା ଅଭିଯାନ କର୍ମଚାରୀଙ୍କ କାର୍ଯ୍ୟବନ୍ଦ
ଅନୁଗୋଳ,୮/୨(ସକାଳଖବର): ଅନୁଗୋଳ ଜିଲାର ସର୍ବଶିକ୍ଷା ଅଭିଯାନର କର୍ମକର୍ତ୍ତା ତଥା ଓ ପେପା କର୍ମଚାରୀ ସେବା ସଂଘ ତରପରୁ ଗତ ୫ ଦିନ ହେଲା କାର୍ଯ୍ୟବନ୍ଦ ଆନେ୍ଦାଳନ ଜାରି ରହିଛି । ଜିଲା ପ୍ରକଳ୍ପ କାର୍ଯ୍ୟାଳୟ ତାଲାପଡ଼ି ରହିଛି । ଦୀର୍ଘ ୨୨ ବର୍ଷ କାର୍ଯ୍ୟ କରି ଆସୁଥିଲେ ମଧ୍ୟ ସେମାନଙ୍କୁ ସ୍ଥାୟୀ ଚାକିରିଆ ଭାବେ ଘୋଷଣା ନକରିବାକୁ ଏହି ଆନେ୍ଦାଳନ ଜାରି ରହିଛି ଏବଂ ସରକାରଙ୍କର ୭ମ ବେତନ କମିଶନ ଲାଗୁ କରୁନଥିଲେ କର୍ମଚାରୀଙ୍କ ଚଳନୀୟ ଅସୁବିଧା ହେଉଛି । ଏହିଭଳି ପଦକ୍ଷେପ ନେଇଛନ୍ତି ବୋଲି ଜିଲା ସାଭପତି ମନୋରଞ୍ଜନ ସାହୁ କହିଛନ୍ତି । ଏହି ଜିଲାରୁ ରାଜ୍ୟ ପର୍ଯ୍ୟନ୍ତ ବ୍ୟାପି ରହିଛି । ସଂଘର ସଂପାଦକ ଅଶ୍ୱିନୀ କୁମାର ବେହେରା ଓ ଜିଲାର ୩୦ ଜଣ ସଦସ୍ୟ ଏହି ଆନେ୍ଦାଳନର ସାମିଲ ହୋଇଛିନ୍ତି । ତେଣୁ ଜିଲା କାର୍ଯ୍ୟଳୟର କାର୍ଯ୍ୟ ଠପ୍ ହୋଇପଡ଼ିଛି । ସରକାରଙ୍କର ତ୍ୱାରାନୀତ କାର୍ଯ୍ୟକ୍ରମରେ ବାଧାପ୍ରାପ୍ତ ହୋଇଛି । ଆଗାମୀ ଦିନ ଏହି ଦାବି ଗୁଡ଼ିକର ସମସ୍ୟା ସମାଧାନ ନହେଲେ ଆନେ୍ଦାଳନ ଜାରି ରହିବ ବୋଲି ସଂଘର ସଦସ୍ୟମାନେ ମତବ୍ୟକ୍ତ କରିଛନ୍ତି ।