ସଫେଇ କର୍ମଜୀବୀ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଦାବୀପତ୍ର

Dec 31, 2018 - 07:27
 171
ସଫେଇ କର୍ମଜୀବୀ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଦାବୀପତ୍ର
ଅନୁଗୋଳ,୩୧/୧୨(ସକାଳଖବର): ଅନୁଗୋଳ ଜିଲା ସଫେଇ କର୍ମଜୀବୀ ସଂଘ ପକ୍ଷରୁ ୧୦ ଦଫା ଦାବୀ ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଧଶ୍ୟରେ ଏକ ଦାବୀ ପତ୍ର ଜିଲାପାଳଙ୍କୁ ପ୍ରଦାନ କରିଛନ୍ତି । ସଂଘର ଆହ୍ୱନକ୍ରମେ ଆଜି ପୂର୍ବାହ୍ନରେ ଶତାଧିକ ସଫେଇ କର୍ମଚାରୀ ସହର ପରିକ୍ରମା କରିବା ସହ ପୌରପାଳିକା କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରିଥିଲେ । ଏବଂ ପରେ ଜିଲାପାଳଙ୍କ ଅଫିସ ସମ୍ମୁଖରେ ଧାରଣା ଦେଇଥିଲେ । ପ୍ରକାଶ ଯେ, ପୌରପାଳିକା ଅଧିନରେ କାର୍ଯ୍ୟକରୁଥିବା ସଫେଇ କର୍ମଚାରୀ ମାନଙ୍କୁ ବାହାର କରି ଦିଆଯାଇ ବାହାର କର୍ମଚାରୀ କାର୍ଯ୍ୟରେ ନିୟୋଜିତ କରିବା ଯୋଗୁଁ କର୍ମଚାରୀମାନଙ୍କ ମଧ୍ୟରେ ଅସନ୍ତୋଷ ଲାଗି ରହିଥିଲା । ଅପରପକ୍ଷେ ନିରବଚ୍ଛିନ୍ନ ଭାବେ ସଫେଇ କର୍ମଚାରୀମାନେ ସେବା ଦେଇ ଆସୁଥିଲେ ମଧ୍ୟ ସରକାରଙ୍କ ଧାର୍ଯ୍ୟ ସର୍ବନିମ୍ନ ମିଳନାହିଁ । ବିଭିନ୍ନ ସମୟରେ ପ୍ରାପ୍ୟ ମଜୁରୀ ବକେୟା ରହୁଥିôବା ବେଳେ ବର୍ଦ୍ଧିତ ମଜୁରୀ ମିଳିନାହିଁ । ଏପରିକି ବକେୟା ରାଶି ରହିଥିଲେ ମଧ୍ୟ ଆମକୁ କୌଣସି ଆଇନ ଗତ ପ୍ରମାଣ ମଧ୍ୟ ଜଣାଯାଇ ନାହିଁ । ମଜୁରୀର ଦୈନିକ ୩୦ ଟଙ୍କା ଇପିଏଫ୍ କଟା ଯାଉଥିଲେ ମଧ୍ୟ ଦୀର୍ଘ ୧୮ ବର୍ଷ ହେଲା ଆମ୍ଭକୁ କୌଣସି ପ୍ରମାଣ ପତ୍ର ଦିଆଯାଇ ନାହିଁ କି ଚିକିସôା ସେବା ମିଳିପାରିନାହିଁ । ଦୁର୍ଗନ୍ଧଯୁକ୍ତ ଅଳିଆ ଅବର୍ଜନା, ବିଷାକ୍ତ ବର୍ଜ୍ୟବସ୍ତୁ ପଦାର୍ଥ ସଫେଇ କରୁଥିଲେ ମଧ୍ୟ ଉପଯୁକ୍ତ ଉପକରଣ ପ୍ରଦାନ କରାଯାଇ ନାହିଁ । ଯଦ୍ୱାରା ୧୮ ବର୍ଷ କାର୍ଯ୍ୟ ଅବଧି ମଧ୍ୟରେ ଅନେକ କର୍ମଚାରୀ ମୃତ୍ୟୁବରଣ କରିଥିଲେ ମଧ୍ୟ କୌଣସି ସହାୟତା ମିଳିପାରି ନାହିଁ । ଏପରିକି କୌଣସି ବୀମା ମଧ୍ୟ କରାଯାଉନାହିଁ । ଆଉ ଦୁର୍ଘଟଣା ଜନିତ କିମ୍ବା ଆକସ୍ମିକ ମୃତ୍ୟୁ ପାଇଁ ସର୍ବାଧିକ ୨ ଲକ୍ଷ ଟଙ୍କା ପ୍ରଦାନ ବ୍ୟବସ୍ଥା କରିବା ସହ ଲିଖିତ ସମସ୍ତ ଦାବୀ ଗୁଡ଼ିକ ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେବାକୁ ସଫେଇ କର୍ମଚାରୀମାନେ ଦାବୀ କରିଥିବା ଜଣାଯାଇଛି ।