ବିଦ୍ୟାଳୟ ପରିସରରେ ହେବ ପୁଷ୍ଟି ଉଦ୍ୟାନ

Dec 4, 2018 - 19:09
 172
ଅନୁଗୋଳ,୪/୧୨(ସକାଳଖବର): ମଧ୍ୟାହ୍ନ ଭୋଜନର ମାନରେଉନ୍ନତି ଆଣିବା ସହ ପିଲାମାନଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଇ ଦେବା ଉଦେ୍ଧଶ୍ୟରେ ବିଦ୍ୟାଳୟ ପରିସରରେ ହେବ ବଗିଚା । ଏହି ବଗିଚାରେ ଅମୃତଭଣ୍ଡା, ସଜନା ଓ କଦଳୀ ଗଛ ସହ ଲେମ୍ବୁ ତଥା ଋତୁକାଳୀନ ପନିପରିବା ଚାଷ କରାଯିବ । ଅନୁଗୋଳ ଜିଲ୍ଲାରେ ମଧ୍ୟାହ୍ନ ଭୋଜନ ଚାଲୁଥିବା ବିଦ୍ୟାଳୟଳ ଗୁଡ଼ିକରେ ଏହି ବଗିଚା ସୃଷ୍ଟି କରାଯିବା ନିମନ୍ତେ ଆଜି ପୂର୍ବାହ୍ନରେ ଜିଲ୍ଲାପାଳ ଅନିଲ କୁମାର ସାମଲଙ୍କ ଅଧ୍ୟକ୍ଷତାରେ ତାଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଆବଶ୍ୟକୀୟ ମଞ୍ଜି, ସାର ଓ ଚାରା ଯୋଗାଇ ଦେଇ ଏହି କାର୍ଯ୍ୟକ୍ରମକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି । ଏହି ବଗିଚାର ସଠିକ ପରିଚାଳନା ଓ ରକ୍ଷଣାବେକ୍ଷଣ ନିମନ୍ତେ ସଂପୃକ୍ତ ପ୍ରଧାନଶିକ୍ଷକ ମାନଙ୍କୁ ଦାୟିତ୍ୱ ଅର୍ପଣ କରାଯାଇଛି । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଳାପାଳ ଶ୍ରୀ ତପନ କୁମାର ଶତପଥିଙ୍କ ସମେତ ବିଭିନ୍ନ ବିଭାଗର ଜିଲ୍ଳା ସ୍ତରୀୟ ଅଧିକାରୀମାନେ ଯୋଗ ଦେଇଥିଲେ । ପ୍ରାରମ୍ଭରେ ଜିଲ୍ଳା ଶିକ୍ଷା ଅଧିକାରୀ ଶ୍ରୀ ସଚ୍ଚିଦାନନ୍ଦ ବେହେରା ସରକାରଙ୍କ ଏହି କାର୍ଯ୍ୟକ୍ରମର ଉଦେ୍ଧଶ୍ୟ ଓ ଆଭିମୁଖ୍ୟ ସଂପର୍କରେ ଆଲୋକପାତ କରିଥିଲେ ।