ଚାଷୀଙ୍କ ସମସ୍ୟା ନେଇ ଭାଜପା କୃଷକ ମୋର୍ଚ୍ଚାର ଗଣଧାରଣା

Dec 31, 2018 - 07:28
 174
ଚାଷୀଙ୍କ ସମସ୍ୟା ନେଇ ଭାଜପା କୃଷକ ମୋର୍ଚ୍ଚାର ଗଣଧାରଣା
ଅନୁଗୋଳ,୩୧/୧୨(ସକାଳଖବର): ଅନୁଗୋଳ ଜିଲ୍ଳା ଭାଜପା କୃଷକ ମୋର୍ଚ୍ଚା ପକ୍ଷରୁ ଆଜି ଚାଷୀମାନଙ୍କ ବିଭିନ୍ନ ସମସ୍ୟା ନେଇ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ବିକ୍ଷୋଭ ଓ ଗଣଧାରଣା ଦିଆଯାଇଥିଲା । କୃଷକ ମୋର୍ଚ୍ଚା ଜିଲ୍ଳା ସଭାପତି ଜଗନ୍ନାଥ ଗଡ଼ନାୟକ ସିଂହଙ୍କ ନେତୃତ୍ୱରେ ଶତାଧିକ କର୍ମି ଏହି ଗଣଧାରଣାରେ ଅଂଶଗ୍ରହଣ କରି କୃଷକ ମାନଙ୍କର ୪ଦଫା ଦାବୀ ଯଥା ୧-ଅଦିନିଆ ବର୍ଷାରେ ଉଜୁଡ଼ିଥିବା ଫସଲର ଏ ପର୍ଯ୍ୟନ୍ତ ଆକଳନ କରାଯାଇନାହିଁ, ତେଣୁ ବିଭାଗୀୟ ଅଧିକାରୀମାନେ ତୁରନ୍ତ ଏ ଦିଗରେ ପଦକ୍ଷେପ ଗ୍ରହଣ କରି ଚାଷୀମାନଙ୍କୁ କ୍ଷତିପୂରଣ ଦିଅନ୍ତୁ । ୨- ଜିଲ୍ଲାର ଅନେକ ଧାନ ମଣ୍ଡି ଖୋଲାଯାଇନାହିଁ । ପୁଣି ଯେଉଁ ମଣ୍ଡି ଗୁଡ଼ିକ ଖୋଲାଯାଇଛି ସେଠାରେ ମିଲ ମାଲିକ ମାନେ ଅଖାବସ୍ତା ନଆଣିବାରୁ ଚାଷୀମାନେ କ୍ଷତି ସହୁଛନ୍ତି । ଅପରପକ୍ଷେ କିଛି ଅସାଧୁ ବ୍ୟବସାୟୀ ଚାଷୀମାନଙ୍କ ଠାରୁ ସ୍ୱଳ୍ପ ଦରରେ ଧାନ କିଣୁଥିବା ଅଭିଯୋଗ ହେଉଛି । ଏଥିସହ କିଛି ଧାନ ମଣ୍ଡିରେ ଅନିୟମିତତାକୁ ନେଇ ଗଣ୍ଡଗୋଳ ପରିସ୍ଥିତି ସୃଷ୍ଟି ହୋଇଛି । ଏ ଦିଗରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ।୩-ଜିଲ୍ଲାରେ ବାଡର଼୍ ଫ୍ଲୁ ଯୋଗୁଁ କୁକୁଡ଼ା ଚାଷ ପ୍ରଭାବିତ ହୋଇଛି, ଏ ଦିଗରେ ବିଭାଗୀୟ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ଦାବୀ ହୋଇଛି । ୪- ଉଦ୍ୟାନ ବିଭାଗକୁ ଆସୁଥିବା ସରକାରୀ ବିହନ ଗୁଡ଼ିକ ନିମ୍ନମାନ ହୋଇଥିବା ଯୋଗୁଁ ଗଜା ଉଠୁନାହିଁ । ଯଦ୍ୱାରା ଚାଷୀମାନେ କ୍ଷୟକ୍ଷତିର ସମ୍ମୁଖୀନ ହେଉଛନ୍ତି । ଏ ଦିଗରେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ଦାବୀ କରାଯାଇଛି । ଏହି ଗଣ ଧାରଣାରେ ଭାଜପା କୃଷକ ମୋର୍ଚ୍ଚା ରାଜ୍ୟ ଉପସଭାପତି ବିପିନ ଦାସ ଓ ଭାଜପା ଓବିସି ମୋର୍ଚ୍ଚା ଜିଲ୍ଲା ସଭାପତି ଦିଲ୍ଲୀପ ପ୍ରଧାନ ଯୋଗ ଦେଇ କହିଲେ ଯେ ସରକାରଙ୍କ ପକ୍ଷରୁ ଲାଗୁ ହୋଇଥିବା ଧାନର ମୂଲ୍ୟ ତୁରନ୍ତ ଚାଷୀମାନଙ୍କୁ ପ୍ରଦାନ କରାଯାଉ ଏବଂ ଏଦିଗରେ ହେଉଥିବା ଦଲାଲଗିରିକୁ ବନ୍ଦ କରାଯାଉବୋଲି ଦାବୀ କରିଥିଲେ ।