ସାମାଜିକ ପୃଷ୍ଠଭୂମିରେ ସାହିତ୍ୟ ଶୀର୍ଷକ ଆଲୋଚନା ଚକ୍ର

Dec 31, 2018 - 07:20
 164
ସାମାଜିକ ପୃଷ୍ଠଭୂମିରେ ସାହିତ୍ୟ ଶୀର୍ଷକ ଆଲୋଚନା ଚକ୍ର
ଅନୁଗୋଳ ,୩୧/୧୨(ସକାଳଖବର): କଳିଙ୍ଗ ଉଚ୍ଚ ବିଦ୍ୟାଳୟ ନନ୍ଦପୁର-ବନ୍ତଳାଠାରେ କୃଷ୍ଣଚକ୍ର ସାହିତ୍ୟ ସଂସଦ ଏବହ ଅନୁଗୋଳ ଜିଲା ସାହିତ୍ୟ ସଂସଦ ସହଯୋଗରେ ଏକ ସାରସ୍ୱତ ଆଲୋଚନା ଚକ୍ର ଅନୁଷ୍ଟିତ ହୋଇଅଛି । ଏହି ଉସôବରେ ମୁଖ୍ୟଅତିଥି ଭାବରେ ଯୋଗଦାନକରି ପ୍ରାଧ୍ୟାପକ କୁମୁଦଚନ୍ଦ୍ର ଦାଶ କହିଲେ ସମାଜ ହେଉଛି ସାହିତ୍ୟ । ଦାର୍ଶନିକମାନେ ପୃଥିବୀକୁ ବହୁତ ଦିଗଦର୍ଶନ ଦେଇଯାଇଛନ୍ତି । ବର୍ତ୍ତମାନ ସାହିତ୍ୟକ ମାନଙ୍କ କାମ ପୃଥିବୀର ବୈପ୍ଲବିକ ପରିବର୍ତ୍ତନ ଆଣିବା । ବର୍ତ୍ତମାନ ପର୍ଯ୍ୟନ୍ତ ସମାଜରେ ଯେତିକି ସୌନ୍ଦର୍ଯ୍ୟ ବୋଧ ରହିଛି ତାହା ସାହିତ୍ୟ÷କ ମାନଙ୍କ ଅବଦାନ । ସାମାଜିକ ପୃଷ୍ଠଭୂମିରେ ସାହିତ୍ୟ ଶୀର୍ଷକ ଆଲୋଚନାଚକ୍ରରେ ଅଧ୍ୟାପିକା ମିନତୀ ସାହୁ ଓ ଡ଼. ଦଧିବାମନ ପ୍ରଧାନ ନିଜର ପ୍ରବନ୍ଧ ପାଠ କରିଛନ୍ତି । ପ୍ରବନ୍ଧ ଦୁଇଟିକୁ ଆଲୋଚନା କରି ପ୍ରାଧ୍ୟାପିକ ଶାନ୍ତନୁ କୁମାର ସର କହିଛନ୍ତି ଯେ ସାରସ୍ୱତ ସାଧକମାନେ କିପରି ନିଜ ଲେଖା ମାଧ୍ୟମରେ ସମାଜରେ ବୈପ୍ଲବିକ ପରିବର୍ତ୍ତନ ଆଣିପାରିଛନ୍ତି । ଆଲୋଚନା ଚକ୍ରରେ କବି ବନମାଳି ବେହେରା ପୌରହିତ୍ୟ କରିଥିବାବେଳେ କବି ହାଡ଼ିବନ୍ଧୁ ମିଶ୍ର ସ୍ୱାଗତ ଭାଷଣ ପ୍ରଦାନ କରିବା ସହିତ ଅତିଥି ପରିଚୟ ପ୍ରଦାନ କରିଛନ୍ତି । ସଂପାଦକ ରାଧାକାନ୍ତ ମହାନ୍ତି ବିବରଣୀ ପ୍ରଦାନ କରିଥିବାବେଳେ ମଞ୍ଜୁଲତା ରଥ ଓ ଶାନ୍ତିଲତା ରଥ କବିତା ଗୁଡ଼ିକୁ ସଂଯୋଜନା କରିଛନ୍ତି । ଶେଷରେ ଅରୁଣ କୁମାର ସାହୁ ଧନ୍ୟବାଦ ପ୍ରଦାନ କରିଛନ୍ତି ।