ସଙ୍ଗୀତ ନିଦେ୍ର୍ଧଶକ ରାଖାଲ ମହାନ୍ତିଙ୍କ ପରଲୋକ

Apr 15, 2019 - 06:18
 189
ଭୁବନେଶ୍ୱର, ୧୪/୪(ସକାଳଖବର): ଓଡ଼ିଆ ଫିଲ୍ମ ଜଗତର ପ୍ରସିଦ୍ଧ ସଙ୍ଗୀତ ନିଦେ୍ର୍ଧଶକ ତଥା ବର୍ଷୀୟାନ କଣ୍ଠଶିଳ୍ପୀ ରାଖାଲ ଚନ୍ଦ୍ର ମହାନ୍ତିଙ୍କର ୮୮ବର୍ଷ ବୟସରେ କଟକ ବାଦାମବାଡ଼ି ସ୍ଥିତ ତାଙ୍କ ବାସଭବନରେ ପରଲୋକ ଘଟିଛି । ପିଲାଦିନରୁ ସଙ୍ଗୀତ ପ୍ରତି ଆକୃଷ୍ଟ ଥିବା ଶ୍ରୀ ମହାନ୍ତି ୧୯୩୨ ମସିହାରେ କେନ୍ଦ୍ରାପଡ଼ା ଜିଲ୍ଲାର ତଟନା ଠାରେ ଜନ୍ମଗ୍ରହଣ କରିଥିଲେ । ମାଟି୍ରକ ପରୀକ୍ଷା ପରେ ସେ ନିଜକୁ ସଙ୍ଗୀତ ପ୍ରତି ସମ୍ପୂର୍ଣ୍ଣ ସମର୍ପିତ କରିଦେଇଥିଲେ । ପରେ ସେ ଅଖିଳ ଭାରତୀୟ ଗାନ୍ଧର୍ବ ମହାବିଦ୍ୟାଳୟ ମଣ୍ଡଳରୁ ଗାୟନରେ ସ୍ନାତକୋତର ଶିକ୍ଷା ସମାପ୍ତ କରି ଜଣେ ପ୍ରସିଦ୍ଧ କଣ୍ଠଶିଳ୍ପୀ ଭାବରେ ନିଜକୁ ପ୍ରତିଷ୍ଠିତ କରିପାରିଥିଲେ । ସେ ଅନେକଗୁଡ଼ିକ ଓଡ଼ିଆ ଚଳଚ୍ଚିତ୍ରରେ ମଧ୍ୟ ସଙ୍ଗୀତ ନିଦେ୍ର୍ଧଶନା ଦେଇଥିଲେ । ୧୯୫୫ରୁ ୧୯୭୩ ପର୍ଯ୍ୟନ୍ତ ସେ କଟକର କଳାବିକାଶ କେନ୍ଦ୍ରରେ ସଙ୍ଗୀତ ଶିକ୍ଷାଦାନ କରିଥିଲେ । ଲଘୁ ଓ ଶାସ୍ତ୍ରୀୟ ସଙ୍ଗୀତ ଉଭୟରେ ସେ ନିପୁଣ ଥିଲେ । ସେ ଆକାଶବାଣୀ କଟକ ଏବଂ ଦୂରଦର୍ଶନର ଜଣେ ସ୍ୱୀକୃତିପ୍ରାପ୍ତ କଣ୍ଠଶିଳ୍ପୀ ତଥା ସଙ୍ଗୀତ ନିଦେ୍ର୍ଧଶକ ମଧ୍ୟ ଥିଲେ । ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି । ସେ ତାଙ୍କ ଶୋକବାର୍ତାରେ କହିଛନ୍ତି ଯେ, ବିଶିଷ୍ଟ ସଙ୍ଗୀତ ନିଦେ୍ର୍ଧଶକ ଶ୍ରୀ ମହାନ୍ତିଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ । ଓଡ଼ିଆ କଳା ଜଗତ ପ୍ରତି ତାଙ୍କର ଅବଦାନ ଅତୁଳନୀୟ । ଏପରି ଦୁଃଖଦ ସମୟରେ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇବା ସହ ତାଙ୍କର ଅମର ଆତ୍ମାର ସଦ୍ଗତି କାମନା କରୁଛି ।