ରାଜ୍ୟ ସରକାର ପତନୋନ୍ମୁଖୀ : ପ୍ରଦୀପ

Nov 26, 2018 - 17:35
 192
ରାଜ୍ୟ ସରକାର ପତନୋନ୍ମୁଖୀ : ପ୍ରଦୀପ
ଭୁବନେଶ୍ୱର, ୨୬/୧୧ (ସକାଳଖବର): ଓଡିଶାରେ ରାଜନୈତିକ ହିଂସାକାଣ୍ଡ ବୃଦ୍ଧି ପାଇବାରେ ଲାଗିଛି । ବିଜୁ ଯୁବ ବାହିନୀ ସାମାଜିକ କାର୍ଯ୍ୟ କରିବା ପରିବର୍ତେ ଦଳକୁ ଓ ସରକାରକୁ ସମାଲୋଚନା କରୁଥିବା ପ୍ରତିପକ୍ଷ ମାନଙ୍କୁ ଦମନ କରୁଛନ୍ତି ବୋଲି ବିଜେପି ବିଧାୟକ ପ୍ରଦୀପ ପୁରୋହିତ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକ ତାଙ୍କ ଶାସନ କାଳରେ ଏହିଭଳି କାର୍ଯ୍ୟ କରିଥିଲେ । ଯାହା ଫଳରେ ତାଙ୍କ ସରକାରର ପତନ ଘଟିଥିଲା । ବିଜେଡି ଦଳ ଏବେ ସେହି ପ୍ରଥାକୁ ଅନୁସରଣ କରୁଛି । ରାୟଗଡାର କାଶୀନଗର ଠାରେ ଉକ୍ରଳ ଭାରତର ସଭାପତି ତଥା ପୂର୍ବତନ ସାଂସଦ ଖାରବେଳ ସ୍ୱାଇଁଙ୍କ ଉପରେ ଆକ୍ରମଣ କରାଯିବା ଏହାର ଚାକ୍ଷୁଶ ପ୍ରମାଣ । ଏହି ସରକାର ବର୍ତମାନ ପତନ ଆଡକୁ ଯାଉଛି । ଡାହାଣୀ ହୋଇ ଲାଗୁଛନ୍ତି , ଗୁଣିଆ ହୋଇ ଛଡାଉଛନ୍ତି । ଘଟଣାର କ୍ରାଇମବ୍ରାଂଚ ତଦନ୍ତ ନିଦେ୍ର୍ଧଶ ଏକ ବାହାନା ବୋଲି ସେ କହିଛନ୍ତି । ଅପରପକ୍ଷରେ ବିଧାୟକ ଦିଲୀପ ରାୟଙ୍କ ଇସ୍ତଫା ସମ୍ପର୍କରେ ସେ କହିଥିଲେଯେ ତାଙ୍କ ସହିତ ଏସମ୍ପର୍କରେ ସେ କଥା ହୋଇଛନ୍ତି । ଏହାର କାରଣ ସମ୍ପର୍କରେ ପଚରିବାରୁ ସେ କହିଥିଲେ ଯେ ମୋର ଦ୍ୱିତୀୟ ବ୍ରାହ୍ମଣୀ ସେତୁ , ଆଇଜିଏଚ କୁ ସୁପର ସ୍ପେଶାଲିଷ୍ଟହସ୍ପିଟାଲ ରେ ପରିଣତ କରିବାକୁ ଦାବି ରହିଥିଲେ ହେଁ ଏଯାଏ ପୂରଣ ହେଲାନାହିଁ । ସେହି କାରଣରୁ ସେ ଇସ୍ତଫା ଦେବାକୁ ଚିନ୍ତା କରିଛନ୍ତି । ବିଜେଡି ମିଶିବା ସମ୍ପର୍କରେ ପଚାରିବାରୁ ସେ ଏହାକୁ ଅଗ୍ରାହ୍ୟ କରିଥିଲେ । ସେହିପରି କେନ୍ଦ୍ର ତାଙ୍କ ଦାବିକୁ ଗୁରୁତ୍ୱ ଦେଇ ବିଚାର କରୁଛନ୍ତି ବୋଲି ତାଙ୍କୁ କହିଛନ୍ତି ବୋଲି ଶ୍ରୀ ପୁରୋହିତ କହିଛନ୍ତି ।