ରାଜ୍ୟପାଳଙ୍କୁ ଭେଟିଲେ ବିରୋଧି ଦଳର ନେତା

Nov 26, 2018 - 17:30
 196
ରାଜ୍ୟପାଳଙ୍କୁ ଭେଟିଲେ ବିରୋଧି ଦଳର ନେତା
ଭୁବନେଶ୍ୱର, ୨୬/୧୧ (ସକାଳଖବର): ଶୀତକାଳୀନ ଅଧିବେଶନର କାର୍ଯ୍ୟକାଳ ପୂରିବାର ୧୮ ଦିନ ପୂର୍ବରୁ ଗୃହ ବନ୍ଦ ହୋଇଯିବା ନେଇ ଗୃହରେ ସର୍ବସମ୍ମତ ପ୍ରସ୍ତାବ ନିଆଯାଇଥିଲା ବୋଲି ଯାହା କୁହାଯାଉଛି ତାହା ଠିକ୍ ନୁହେଁ ବୋଲି ବିରୋଧି ଦଳର ନେତା ନରସିଂହ ମିଶ୍ର ଆଜି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ଭେଟି ଜଣାଇଛନ୍ତି । ସର୍ବସମ୍ମତି ପ୍ରସ୍ତାବ ଗୃହୀତକୁ ସେ ବିରୋଧ କରିଛନ୍ତି । ମୁଖ୍ୟ ସଚେତକ ଅମର ପ୍ରସାଦ ଶତପଥି ଏ ସମ୍ପର୍କରେ ଯେଉଁ ପ୍ରସ୍ତାବ ରଖିଛନ୍ତି ତାହା ଭୁଲ ବୋଲି ରାଜ୍ୟପାଳଙ୍କୁ ସୂଚନା ଦେଇଛନ୍ତି । ସେ ଆହୁରି କହିଛନ୍ତି ଯେ, ହାଇକୋର୍ଟ ବେଂଚ ପ୍ରତିଷ୍ଠା ଏବଂ ଚାଷୀ ସମସ୍ୟା ନେଇ ତାଙ୍କ ସହିତ ଆଲୋଚନା ହୋଇଥିଲା ।