ରତ୍ନ ଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ହାଇକୋର୍ଟରେ ମାମଲା
କଟକ,୬ା୬(ସକାଳଖବର): ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ରୁଜୁ ହୋଇଛି । ଆଇନଜୀବୀ ଦିଲ୍ଲୀପ ମହାପାତ୍ରଙ୍କ ପକ୍ଷରୁ ଏହି ମାମଲା ରୁଜୁ କରାଯାଇ ଉକ୍ତ ଘଟଣାରେ ସିବିଆଇ ତଦନ୍ତ ନେଇ ପ୍ରାର୍ଥନା କରାଯାଇଛି । ଚାବି ହଜିବା ପ୍ରସଙ୍ଗ ସହ ବହୁମୂଲ୍ୟ ସଂପତ୍ତି ହଡ଼ପ ପ୍ରସଙ୍ଗରେ ବି ଆବେଦନକାରୀ ସିବିଆଇ ତଦନ୍ତ ପାଇଁ ପ୍ରାର୍ଥନା କରିଛନ୍ତି । ଏହି ମାମଲାରେ ସିବିଆଇ ନିଦେ୍ର୍ଧଶକ, ଭୁବନେଶ୍ୱର ସିବିଆଇ ଏସପି, ରାଜ୍ୟ ସରକାରଙ୍କ ଆଇନ ବିଭାଗ ସଚିବ, ଶ୍ରୀମନ୍ଦିର ପରିଚାଳନା କମିଟି ମୁଖ୍ୟ ପ୍ରଶାସକ, ପୁରୀ ଜିଲାପାଳ, ପୁରୀ ଏସପି, ପୁରୀ ରାଜା ଏବଂ ଶ୍ରୀମନ୍ଦିର ପରିଚାଳନା କମିଟି ଅଧ୍ୟକ୍ଷ, ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ଓ କେନ୍ଦ୍ର ସରକାରଙ୍କୁ ପକ୍ଷଭୁକ୍ତ କରାଯାଇଛି । ଶ୍ରୀଜଗନ୍ନାଥଙ୍କ ସଂପତ୍ତି ଘୋଟାଲା ସମେତ ଚାବି ହଜିବା ପ୍ରସଙ୍ଗର ସିବିଆଇ ତଦନ୍ତ ପାଇଁ ଆବେଦନକାରୀ ପ୍ରାର୍ଥନା କରିଛନ୍ତି । ମନ୍ଦିର ହୁଣ୍ଡିରୁ ମିଳିଥିବା ବିଦେଶୀ ମୁଦ୍ରା ଏକ୍ସଚେଞ୍ଜ କରିବା ପାଇଁ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ(ଆରବିଆଇ) ଓ କେନ୍ଦ୍ର ସରକାରଙ୍କୁ ନିଦେ୍ର୍ଧଶ ଦେବାକୁ ଆବେଦନ କରାଯାଇଛି ।