ହାଇକୋର୍ଟରେ ଶ୍ରୀମନ୍ଦିର ମାମଲା

Jul 5, 2018 - 14:27
 172
କଟକ,୫ା୭(ସକାଳଖବର): ଶ୍ରୀମନ୍ଦିର ଜଗମୋହନ ମରାମତି ମାମଲାର ଶୁଣାଣି ଓଡିଶା ହାଇକୋର୍ଟ ମୁଖ୍ୟ ବିଚାରପତ ଜଷ୍ଟିସ ବିନୀତ ଶରଣ ଓ ଡକ୍ଟର ଜଷ୍ଟିସ ବି ଆର ଷଡଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠରେ ହୋଇଛି । ପୂର୍ବ ନିଦେ୍ର୍ଧଶନାମା ଅନୁଯାୟୀ ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ ଅଧିକ୍ଷକ ଏଚ. କେ ନାୟକଙ୍କ ପକ୍ଷରୁ ଖଣ୍ଡପୀଠରେ ସତ୍ୟପାଠ ଦାଖଲ କରାଯାଇ ମନ୍ଦିର ମରାମତି କାମର ଅଗ୍ରଗତି ସଂପର୍କରେ କୋର୍ଟଙ୍କୁ ଅବଗତ କରାଯାଇଥିଲା । ତେବେ ଜୟ ବିଜୟ ଦ୍ୱାର କାମର ଅଗ୍ରଗତି ହୋଇଥିବାବେଳେ ଦିଆଯାଇଥିବା ଭାରା ଖୋଲି ଦିଆଯାଇଛି । ରଥ ଯାତ୍ରା ପୂର୍ବରୁ ଅର୍ଥାତ ଆସନ୍ତା ୧୫ରୁ ୨୫ତାରିଖ ଏହି ୧୦ଦିନ ମଧ୍ୟରେ କାମ କରିବା ପାଇଁ ଦୈନିକ ୧୨ଘଣ୍ଟା ସମୟ ଦିଆଗଲେ, ଧାର୍ଯ୍ୟ ସମୟରେ କାମ ସମାପ୍ତ ହେବ ବୋଲି ଏଏସଆଇ ପକ୍ଷରୁ ସତ୍ୟପାଠରେ ଦର୍ଶାଯାଇଛି । ତେବେ ଜୟ ବିଜୟ ଦ୍ୱାର କାମ ଶେଷ ପାଇଁ ଦୈନିକ ୧୨ଘଣ୍ଟା ସମୟ ଯୋଗାଇ ଦେବାକୁ କୋର୍ଟ ରାଜ୍ୟ ସରକାର ଓ ମନ୍ଦିର ପ୍ରଶାସନକୁ ନିଦେ୍ର୍ଧଶ ଦେଇଛନ୍ତି ।