ଏ.ଆଇ.କେ.କେ.ଏମ୍.ଏସ ପକ୍ଷରୁ “କିଷାନ ଶହୀଦ ଦିବସ ପାଳିତ
କଟକ ୬/୬ (ସକାଳଖବର): ଚାଷୀମାନଙ୍କର ସମସ୍ତ ଋଣ ଛାଡ କରିବା, ସମସ୍ତ ଫସଲର ସହାୟକ ମୂଲ୍ୟ ଦେବା, ଭାଗଚାଷୀମାନଙ୍କୁ ଚାଷୀର ମାନ୍ୟତା ପ୍ରଦାନ କରିବା, ଚାଷୀମାନଙ୍କୁ ୫୦୦୦ ଟଙ୍କା ପେନସନ୍ ପ୍ରଦାନ କରିବା, ସମସ୍ତ ବ୍ଲକରେ ଶୀତଳ ଭଣ୍ଡାର ନିର୍ମାଣ କରିବା, ତଥା ପଦୂଷଣ କରି ଚାଷ ଜମିକୁ ନଷ୍ଟ କରୁଥିବା ସମସ୍ତ କାରଖାନା ବନ୍ଦ କରିବା ପ୍ରଭୃତି ଦାବିରେ ଆଜି ଏ.ଆଇ.କେ.କେ.ଏମ୍.ଏସ କଟକ ଜିଲ୍ଲା ପକ୍ଷରୁ ଜିଲ୍ଲାପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଜୁନ ୬ ତାରିଖକୁ ଏ.ଆଇ.କେ.କେ.ଏମ୍.ଏସ ପକ୍ଷରୁ “କିଷାନ ଶହୀଦ ଦିବସ” ଭାବେ ସାରା ଭାରତ ବର୍ଷରେ ପାଳନ କରାଯାଉଛି । ସେହି ଉପଲକ୍ଷେ ସଙ୍ଗଠନ ପକ୍ଷରୁ କଟକ ଜିଲ୍ଲାପାଳ ଅଫିସ ଠାରେ ଶହିଦ ଦିବସ ପାଳନ ସହ ସଭା ଅନୁଷ୍ଠିତ ହୋଇଥିଲା । ଏ.ଆଇ.କେ.କେ.ଏମ୍.ଏସର କଟକ ଜିଲ୍ଲା ଇନ୍ଚାର୍ଜ ବସନ୍ତ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ଏସ୍.ୟୁ.ସି.ଆଇ.(ସି)ର କଟକ ଜିଲ୍ଲା ସମ୍ପାଦକ ବିଶ୍ୱାବସୁ ଦାସ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶ୍ରମିକ ନେତା ରାଜ କିଶୋର ମଲ୍ଲିକ, ଚାଷୀ ସଙ୍ଗଠକ ଅଶୋକ କୁମାର ବେହେରା, ଖଗେଶ୍ୱର ସେଠୀ, ବିରେନ ପାଇଟାଲ, ପ୍ରେମାନନ୍ଦ ପାଇଟାଲ ପ୍ରମୂଖ ନିଜ ନିଜର ବକ୍ତବ୍ୟ ଉପସ୍ଥାପନ କରିଥିଲେ ।