ରାଜସ୍ୱ ପର୍ଷଦ ସଭ୍ୟଙ୍କ ଅଧୀନରେ ଅନ୍ୟ ଏକ ଅତିରିକ୍ତ ରିଭିଜନାଲ କୋର୍ଟ କାର୍ଯ୍ୟାରମ୍ଭ

Jun 6, 2018 - 14:36
 189
ରାଜସ୍ୱ ପର୍ଷଦ ସଭ୍ୟଙ୍କ ଅଧୀନରେ ଅନ୍ୟ ଏକ ଅତିରିକ୍ତ ରିଭିଜନାଲ କୋର୍ଟ କାର୍ଯ୍ୟାରମ୍ଭ
କଟକ ୬.୬(ସକାଳଖବର) ରାଜସ୍ୱ ପର୍ଷଦ ସଭ୍ୟଙ୍କ ଅଧୀନରେ ଗଠିତ ଅନ୍ୟ ଏକ ଅତିରିକ୍ତ ରିଭିଜିନାଲ କୋର୍ଟର କାର୍ଯ୍ୟ ଆରମ୍ଭ ହେବାକୁ ଯାଉଅଛି । ଏହି ପରିପ୍ରେକ୍ଷୀରେ ଚଳିତ ଜୁନ ମାସ ୭ତାରିଖ(ଗୁରୁବାର) ଅପରାହ୍ନ ୨ ଘଣା୍ଟ ୩୦ମିନିଟ୍ ସମୟରେ ଭବନେଶ୍ୱରସ୍ଥିତ ନଅତାଲା ସଂଲଗ୍ନ ୪ର୍ଥ ମହଲା ପରିସରରେ ଏହି ରିଭିଜନାଲ କୋର୍ଟ ଅନୁଷ୍ଠିତ ହେବ । ଏହି ଅତିରିକ୍ତ କୋର୍ଟରେ ୬୭ ଗୋଟି ମାମଲା ରାଜସ୍ୱ ପର୍ଷଦଙ୍କ କୋର୍ଟରୁ ସ୍ଥାନାନ୍ତରିତ ହୋଇ ବିଚାର କରାଯିବାପାଇଁ ସ୍ଥିରୀକୃତ ହୋଇଛି । ଏହି କୋର୍ଟରେ ସ୍ଥାନିତ ମାମଲା ଗୁଡିକୁ ଓଡିଶା ପ୍ରଶାସନିକ ସେବାର ବରିଷ୍ଠ ଅଧିକାରୀ ତଥା ଅତିରକ୍ତ ଆୟୁକ୍ତ ଶ୍ରୀ ମୁରଲୀଧର ମଲ୍ଲିକ ବିଚାର କରିବେ ।