ମିଟର ରିଡ଼ରଙ୍କ ଦାୟର ମାମଲାରେ ଛୁଟି ପରେ ପୂର୍ଣ୍ଣାଙ୍ଗ ଶୁଣାଣି

May 25, 2018 - 11:35
 206
ମିଟର ରିଡ଼ରଙ୍କ ଦାୟର ମାମଲାରେ ଛୁଟି ପରେ ପୂର୍ଣ୍ଣାଙ୍ଗ ଶୁଣାଣି
କଟକ,୨୪ ।୫(ସକାଳଖବର): ପୁରୀ ସେସୁ ଡିଭିଜନ ଅଧିନରେ କାର୍ଯ୍ୟରତ ଥିବା ଠିକା ମିଟର ରିଡରମାନଙ୍କ ମାମଲାରେ ହାଇକୋର୍ଟ ଡକ୍ଟର ଜଷ୍ଟିସ ବି ଆର ଷଡ଼ଙ୍ଗୀ ଓ ଡକ୍ଟର ଜଷ୍ଟିସ ଡି ପି ଚୌଧୁରୀଙ୍କୁ ନେଇ ଗଠିତ ଅବକାଶକାଳିନ ଖଣ୍ଡପୀଠ ଛୁଟି ପରେ ମାମଲାର ପୂର୍ଣ୍ଣାଙ୍ଗ ଶୁଣାଣି ପାଇଁ ଧାର୍ଯ୍ୟ କରିଛନ୍ତି । ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଶଶିଭୂଷଣ ଜେନା ମାମଲା ପରିଚାଳନା କରୁଛନ୍ତି । ମାମଲାର ବିବରଣୀରୁ ପ୍ରକାଶ ଯେ ନୀଳାଚଳ ନେଟ ଏନର୍ଜି ପ୍ରାଇଭେଟ ଲିମିଟେଡ ପକ୍ଷରୁ ଘରୋଇ ଭିତ୍ତିିରେ ସେସୁ ଅଧିନରେ କିଛି ମିଟର ରିଡ଼ର ନିଯୁକ୍ତି କରିଥିଲା । ନିଯୁକ୍ତି ସମୟରେ ପୁରୀ ଜିଲା ଶ୍ରମ ଅଧିକାରୀଙ୍କ ନିକଟରେ ଉଭୟଙ୍କ ମଧ୍ୟରେ ଏକ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଥିଲା । ଏଥିରେ ଅନେକ ସର୍ତ୍ତାବଳି ରହିଥିଲା । କୌଣସି କର୍ମଚାରୀଙ୍କୁ ଅକାରଣେ ବିଦା କରାଯାଇପାରିବନାହି, ଅନ୍ୟ ଡିଭିଜନକୁ ମଧ୍ୟ ବଦଳି କରାଯାଇପାରିବନାହି, ଇପିଏଫ, ଜିପିଏଫ ଆଦି ସୁବିଧା ସହ ସମାନ କାମ ପାଇଁ ସମାନ ବେତନ ଦେବା ପାଇଁ ଚୁକ୍ତି ହୋଇଥିଲା । ତେବେ ୨୦ଟି ସର୍ତ୍ତାବଳୀକୁ ନେଇ ଏହି ଚୁକ୍ତି ହୋଇଥିବାବେଳେ ସଂସ୍ଥା କିଛି କ୍ଷେତ୍ରରେ ଉଲଘଂନ କରିଥିଲା । ଫଳରେ କମଚାରୀମାନେ ଶ୍ରୀକ୍ଷେତ୍ର ବିଦୁ୍ୟତ କର୍ମଚାରୀ ସଂଘ ମାଧ୍ୟମରେ ଜିଲା ଶ୍ରମ ଅଧିକାରୀଙ୍କ ଠାରେ ଏ ନେଇ ଅଭିଯୋଗ କରିଥିଲେ । ମାତ୍ର ଡିଏଲଓ କର୍ମଚାରୀଙ୍କ ଅଭିଯୋଗ ଉପରେ କର୍ଣ୍ଣପାତ କରିନଥିଲେ । ଫଳରେ ଶ୍ରୀକ୍ଷେତ୍ର ବିଦୁ୍ୟତ କର୍ମଚାରୀ ସଂଘ ପକ୍ଷରୁ ସଭାପତି ମନୋଜ ନାୟକ କର୍ମଚାରୀମାନଙ୍କ ପାଇଁ ହାଇକୋର୍ଟରେ ଏକ ମାମଲା ରୁଜୁ କରିଥିଲେ । କୋର୍ଟ ଉକ୍ତ ମାମଲାରେ ଶୁଣାଣି କରି କର୍ମଚାରୀଙ୍କ ଅଭିଯୋଗକୁ ବିଚାରକୁ ନେଇ ପଦକ୍ଷେପ ଗ୍ରହଣ କରିବା ପାଇଁ ଡିଏଲଓକୁ ନିଦେ୍ର୍ଧଶ ଦେଇଥିଲେ । ମାତ୍ର ଡିଏଲଓ କୋର୍ଟଙ୍କ ଆଦେଶକୁ ପାଳନ କରିନଥିବାବେଳେ ଏହି କର୍ମଚାରୀଙ୍କୁ ନିଯୁକ୍ତି ଦେଇଥିବା ସଂସ୍ଥା ଅନେକ କ୍ଷେତ୍ରରେ କର୍ମଚାରୀଙ୍କୁ ବହୁ ଅସୁବିଧାରେ ପକାଇଥିଲା । ଫଳରେ ସଂଘ ପୁଣି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି । ତେବେ କୋର୍ଟ ଉକ୍ତ ମାମଲାରେ ଶୁଣାଣି କରି ଉପରୋକ୍ତ ନିଦେ୍ର୍ଧଶ ଦେଇଛନ୍ତି ।