ବିବାହ ବିଚ୍ଛେଦର ପ୍ରଶ୍ନକୁ ନେଇ ରାଗିଲେ ସାମନ୍ଥା

Dec 12, 2021 - 06:06
 83
ବିବାହ ବିଚ୍ଛେଦର ପ୍ରଶ୍ନକୁ ନେଇ ରାଗିଲେ ସାମନ୍ଥା
ନୂଆଦିଲ୍ଲୀ ୧୨।୧୨ : ସାଉଥ ସିନେମାର ବହୁ ଚର୍ଚ୍ଚିତ ଯୋଡ଼ି ସାମନ୍ଥା ଓ ନାଗା ଚୈତନ୍ୟଙ୍କ ମଧ୍ୟରେ ବିବାହ ବିଚ୍ଛେଦ ହୋଇ ସାରିଛି। ଚଳିତ ବର୍ଷ ସେ ଦୁହେଁ ଅଲଗା ହେବା ସହିତ ସୋସିଆଲ ମିଡିଆରେ ଏହାର ସୂଚନା ଦେଇଥିଲେ। ସାମନ୍ଥା ଓ ନାଗାଙ୍କ ଅଲଗା ହେବା କଥା ଶୁଣି ତାଙ୍କ ଫ୍ୟାନ୍ସମାନେ ଶକ୍ତ ଧକା ଲାଗିଥିଲା । ନାଗାଙ୍କ ସହିତ ଅଲଗା ହେବା ପରେ ସାମନ୍ଥା ଏବେ ନିଜ କାମ ଉପରେ ଧ୍ୟାନ ଦେବାରେ ଲାଗିଛନ୍ତି । ସାମନ୍ଥା ଓଟିଟି ପ୍ଲାଟଫର୍ମରେ ପାଦ ଥାପିଛନ୍ତି । ସେ ୱେବ ସିରିଜ୍ ‘ଦି ଫ୍ୟାମିଲି ମ୍ୟାନ୍ ୨’ରେ କାମ କରିଛନ୍ତି, ଯେଉଁଥିପାଇଁ ତାଙ୍କୁ ବହୁତ ପ୍ରଂଶସା ମିଳିଛି। ବର୍ତ୍ତମାନ ନିକଟରେ ସେ ତାଙ୍କ ହଟ୍‌ ଗ୍ଲାମରସ୍‌ ଫଟୋଶୁଟ୍‌ ମଧ୍ୟ କରାଇଥିଲେ । ଅନ୍ୟପଟେ ଏକ ଇଣ୍ଟରଭ୍ୟୁରେ ନାଗା ଚୈତନ୍ୟଙ୍କ ସହ ଛାଡ଼ପତ୍ରକୁ ନେଇ ସାମନ୍ଥା ଆଲୋଚନା କରିଥିଲେ । ଛାଡ଼ପତ୍ରକୁ ନେଇ ସାମନ୍ଥା କହିଥିଲେ ଯେ, ‘ ମୋତେ ଲାଗୁଛି କି ମୁଁ ଏ ବିଷୟରେ ବହୁତ କିଛି କହି ସାରିଛି। ଆଉ ନୁହେଁ ଏହା ବିଷୟରେ ଆଲୋଚନା କରିବା ଜରୁରୀ କି ଓ ମୁଁ କଥା ବି ହୋଇଥିଲି। କିନ୍ତୁ ବାରମ୍ବାର ଗୋଟିଏ ଜିନିଷକୁ ପୁନରାବୃତ୍ତି କରିବା କଣ ଆବଶ୍ୟକ । ତେବେ ସାମନ୍ଥା ତାଙ୍କ କାମକୁ ନେଇ ଆଗକୁ ବହୁତ ବ୍ୟସ୍ତ ରହିବେ । ସେ କହିଥିଲେ ଯେ, ‘ ଆଗକୁ ମୋତେ ବହୁତ ପରିଶ୍ରମ କରିବାକୁ ପଡିବ । ମୁଁ ଅତ୍ୟନ୍ତ ଭାଗ୍ୟଶାଳୀ କି ମୋତେ ଏପରି ଏକ ଚମତ୍କାର ଓ ଭଲ ପ୍ରୋଜେକ୍ଟ ମିଳିଛି।