‘ଏସିଆନ ପେଣ୍ଟ୍ସ ପ୍ରଥମ ସୋରୁମ ଉଦ୍ଘାଟିତ

May 25, 2018 - 11:31
 199
‘ଏସିଆନ ପେଣ୍ଟ୍ସ ପ୍ରଥମ ସୋରୁମ ଉଦ୍ଘାଟିତ
କଟକ, ୨୪ା୫/(ସକାଳଖବର): ନାମୀ ରଙ୍ଗ କମ୍ପାନୀ ‘ଏସିଆନ ପେଣ୍ଟ୍ସ’ର ପ୍ରଥମ ସୋରୁମ ଆଜି କଟକ ନୟାସଡକଠାରେ ଉଦଘାଟିତ ହୋଇଯାଇଛି । ଏହାକୁ କମ୍ପାନୀର ମୁଖ୍ୟ ପରିଚାଳନା ଅଧିକାରୀ ଅମିତ ସିଙ୍ଗଲେ ଉଦଘାଟନ କରି କହିଲେ ଯେ, ଉତ୍ତମ ଗୁଣବତ୍ତାର ରଙ୍ଗ ଯୋଗାଇବା ପାଇଁ ଏସିଆନ ପେଣ୍ଟସ ସର୍ବଦା ଗୁରୁତ୍ୱ ଦେଇଆସିଛି । ଆମେ ଲୋକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ରଙ୍ଗ ଉପôାଦନ କରିଥାଉ । ଏହି ସୋରୁମ ଲୋକଙ୍କ ଚାହିଦା ପୂରଣ କରିବାରେ ନିଶ୍ଚୟ ସହାୟକ ହେବ ବୋଲି ଶ୍ରୀ ସିଙ୍ଗଲେ ଗଣମାଧ୍ୟମକୁ ସୂଚନା ଦେଇଥିଲେ । ଏହି ପ୍ରଥମ ସୋରୁମ୍ ନୂଆ ପିଢି ପାଇଁ ବିଭିନ୍ନ ପ୍ରକାରର ରଙ୍ଗ ଯୋଗାଇବାରେ ନିଶ୍ଚୟ ଲୋକଙ୍କ ବିଶ୍ୱାସ ଭାଜନ ହେବ ବୋଲି କଟକରେ କମ୍ପାନୀର ଅଧିକୃତ ବିକ୍ରେତା ଉକ୍ରଳ ହାର୍ଡୱୟାର ଓ ପେଣ୍ଟ୍ସର ମାଲିକ ନିତେଶ ମୋଦି କହିଥିଲେ । ଏହି ସମୟରେ ସୋରୁମ, କମ୍ପାନୀ କର୍ମଚାରୀ ଓ ଜନସାଧାରଣ ଉପସ୍ଥିତ ଥିଲେ ।