କ୍ୟାଟ ବାର ନିର୍ବାଚନ

Aug 3, 2018 - 15:14
 215
କ୍ୟାଟ ବାର ନିର୍ବାଚନ
କଟକ,୩ା୮(ସକାଳଖବର): କେନ୍ଦ୍ରୀୟ ପ୍ରଶାସନିକ ଟ୍ରିବୁ୍ୟନାଲ(କ୍ୟାଟ) ବାର ଆସୋସିଏସନର ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ତେବେ ଏହି ନିର୍ବାଚନରେ ସଭାପତି ପଦବିରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଦେବେନ୍ଦ୍ର କୁମାର ବେହେରା ସର୍ବାଧିକ ୨୦୯ଖଣ୍ଡ ଭୋଟ ପାଇଁ ବିଜୟୀ ହୋଇଥିବାବେଳେ ଉପ ସଭାପତି ଭାବେ ୨୮୧ଖଣ୍ଡ ଭୋଟ ପାଇ ତ୍ରିଲୋଚନ ରଥ ବିଜୟୀ ହୋଇଛନ୍ତି । ସେହିପରି ସଂପାଦକ ପଦବିରେ ୩୧୦ଖଣ୍ଡ ଭୋଟ ପାଇ ଦିଲ୍ଲୀପ କୁମାର ପଟ୍ଟନାୟକ ଜିତି ଥିବାବେଳେ ସହ ସଂପାଦକ ଭାବେ ୨୫୨ଖଣ୍ଡ ଭୋଟ ପାଇ ଭବାନୀ ଶଙ୍କର ରାୟଗୁରୁ ବିଜୟୀ ହୋଇଛନ୍ତି । କୋଷାଧ୍ୟକ୍ଷ ଭାବେ ୨୧୨ଖଣ୍ଡ ଭୋଟ ପାଇ ପ୍ରେମ କୁମାର ମହାନ୍ତି ବିଜୟୀ ହୋଇଛନ୍ତି ।