ମା’ ତାରିଣୀଙ୍କ ଆଶୀର୍ବାଦ ନେଲେ ପ୍ରମୋଦ ଭଗତ

Sep 12, 2021 - 16:08
 109
ମା’ ତାରିଣୀଙ୍କ ଆଶୀର୍ବାଦ ନେଲେ ପ୍ରମୋଦ ଭଗତ
କେନ୍ଦୁଝର : ପାରାଲିମ୍ପିକ୍ସ ସ୍ୱର୍ଣ୍ଣ ପଦକ ବିଜେତା ପ୍ରମୋଦ ଭଗତ ଆଜି ଘଟଗାଁ ମା’ ତାରିଣୀଙ୍କୁ ଦର୍ଶନ କରିଛନ୍ତି। ପାରାଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତିବା ପାଇଁ ପ୍ରମୋଦଙ୍କ କୋଚ୍ ବିରଞ୍ଚି ଦାଶ ମା’ ତାରିଣୀଙ୍କ ପାଖରେ ମାନସିକ ରଖିଥିଲେ। ଆଜି ସେହି ମାନସିକ ପୂରଣ ହୋଇଥିବାରୁ ପ୍ରମୋଦ ମା’ଙ୍କ ନିକଟରେ ଅଖଣ୍ଡ ଦୀପ ପ୍ରଜ୍ଜ୍ୱଳିତ କରିଥିଲେ। ପାରାଲିମ୍ପିକ୍ସ ସଫଳତା ପରେ ମା’ ତାରିଣୀଙ୍କୁ ଦର୍ଶନ କରିବା ପାଇଁ ପ୍ରମୋଦ ନିଜେ ଆସିବେ ବୋଲି ମନସ୍ଥ କରିଥିଲେ। ଶୁକ୍ରବାର ଓଡ଼ିଶାରେ ପହଞ୍ଚିବା ପରେ ପ୍ରମୋଦ ଆଜି ମାଙ୍କ ପାଖରେ ପହଞ୍ଚି ଆଶୀର୍ବାଦ ନେଇଛନ୍ତି।