ଶ୍ରୀ ଶ୍ରୀ ଲକ୍ଷ୍ମୀ ମାଙ୍କ ୧୨୫ ତମ ଜନ୍ମ ମହୋସôବ

Aug 2, 2018 - 14:25
 159
ଶ୍ରୀ ଶ୍ରୀ ଲକ୍ଷ୍ମୀ ମାଙ୍କ ୧୨୫ ତମ ଜନ୍ମ ମହୋସôବ
ଅନୁଗୋଳ, ୨/୮ (ସକାଳଖବର): ଅନୁଗୋଳ ସତସଙ୍ଗ ବିହାର ପରିସରରେ ସୋମବାର ଦିନ ଶ୍ରୀ ଶ୍ରୀ ଲକ୍ଷ୍ମୀ ମା’ଙ୍କ ୧୨୫ତମ ଜନ୍ମ ମହା ମହୋସôବ ପାଳିତ ହୋଇଯାଇଛି । ପ୍ରତ୍ୟୁଷରୁ ବେଦ ମାଙ୍ଗଳିକ ନହବତ, ଉଷା କୀର୍ତ୍ତନ, ପ୍ରାର୍ଥନା, ଜନ୍ମ ଲଗ୍ନ ଘୋଷଣା ଆଦି ଠାକୁରଙ୍କ ରୀତିନୀତି ଅନୁଯାଇ ଅନୁଷ୍ଠିତ ହୋଇ ଯାଇଛି । ପୂର୍ବାହ୍ନ ଘ ୧୧ଟିକା ବେଳେ ଆୟୋଜିତ ସତସଙ୍ଗ କାର୍ଯ୍ୟକ୍ରମକୁ ସହ ପ୍ରତିଋିତିକ ମାଧବ ଚନ୍ଦ୍ର ସାହୁ ପରିଚାଳନା କରିଥିଲେ । ଶ୍ରୀ ଶ୍ରୀ ଲକ୍ଷ୍ମୀ ମା’ଙ୍କ ଜୀବଦ ଆଦର୍ଶ ଉପରେ ଆଲୋଚନା କରିବା ଅବସରରେ ନାରୀ ଜାତି ହିଁ ସମାଜର ଜୀବନ - ଜନନ-ସ୍ୱାସ୍ଥ୍ୟ-ସମୃଦ୍ଧି ଏବଂ ବିବର୍ତ୍ତନର ଚାବିକାଠି, ନାରୀ ହିଁ ନିଜର ପାତିବ୍ରତ୍ୟ, ସାର୍ଥକ ବଧୂତ୍ୱ ଏବଂ ମାତୃତ୍ୱକୁ ନେଇ ଉନ୍ନତ ସମାଜ ଗଠନରେ ସହାୟକ ହୋଇଥାଏ । ମାତ୍ର ଆଜିର ଆଧୁନିକତାର ଅବକ୍ଷୟ ସ୍ରୋତରେ ଭାସି ଚାଲିଲେ ସର୍ବହରା ହେବା ସାର । ତେଣୁ ହତ ଗୌରବ ନାରୀ ସମାଜକୁ ଗୌରବମୟୀ କରିବା ପାଇଁ ଜଣେ ଆଦର୍ଶ କନ୍ୟା - ଜାୟା ଏବଂ ଜନନୀ ରୂପରେ ଅବତୀର୍ଣ୍ଣ କରିଥିଲେ ଶ୍ରୀ ଶ୍ରୀ ଲକ୍ଷ୍ମୀ ମା’ ବୋଲି ଯାଜନ ଅବସରରେ ବକ୍ତାମାନେ ମତବ୍ୟକ୍ତ କରିଥିଲେ । ଏହି ଅବସରରେ ଜିଲାର ବିଭିନ୍ନ ପ୍ରାନ୍ତରୁ ବହୁ ଗୁରୁ ଭାଇ, ମାଆ ଇଷ୍ଟପ୍ରାଣ, ଶ୍ରଦ୍ଧାଳୁ ଅଂଶ ଗ୍ରହଣ କରି ବିଭୂକୃପା ଲାଭ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଯାଜକ ଅଚ୍ୟୁତାନନ୍ଦ ବାରିହା, ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ଲକ୍ଷ୍ମୀଧର ଦାଶ, ବିଜୟ ଚୌଧୁରୀ, ବିନୋଦ ସାହୁ ପ୍ରମୁଖ ପରିଚାଳନା କରିଥିଲେ ।