ପାଠ୍ୟପୁସ୍ତକ ପରିବହନରେ ବ୍ୟାପକ ଜାଲିଆତି

Oct 4, 2018 - 14:31
 193
ପାଠ୍ୟପୁସ୍ତକ ପରିବହନରେ ବ୍ୟାପକ ଜାଲିଆତି
କଟକ,୪ା୧୦(ସକାଳଖବର)): ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଚଳିତ ବର୍ଷ ରାଜ୍ୟ ବ୍ୟାପି ପାଠ୍ୟପୁସ୍ତକ ଯୋଗାଣରେ ବ୍ୟାପକ ହେରଫେର ହୋଇଛି ବୋଲି ଅଖିଳ ଭାରତ ଭ୍ରଷ୍ଟାଚାର ବିରୋଧୀ ସଂଗଠନ ପକ୍ଷରୁ ଅଭିଯୋଗ କରାଯାଇଛି । ଭୁବନେଶ୍ୱର ପାଠ୍ୟପୁସ୍ତକ ସଂସ୍ଥାରୁ ବିଭିନ୍ନ ଜିଲ୍ଲାର ସ୍କୁଲକୁ ପାଠ୍ୟପୁସ୍ତକ ଯୋଗାଣ ପାଇଁ ହୋଇଥିବା ଟେଣ୍ଡରରେ ଅନିୟମିତତା ଯୋଗୁଁ ବିଭାଗ ପକ୍ଷରୁ ଅଧିକ ୭୫ଲକ୍ଷ ଟଙ୍କା ପୈଠ କରାଯାଇଛି । ତେବେ ସଂଗଠନ ପକ୍ଷରୁ ଏ ସଂପର୍କରେ ଭିଜିଲାନ୍ସ ନିଦେ୍ର୍ଧଶକକୁ ଏକ ଦାବି ପତ୍ର ଦିଆଯାଇ ଏହାର ତଦନ୍ତ କରିବାକୁ ନିବେଦନ କରାଯାଇଛି । ସଂଗଠନର ରାଜ୍ୟ ଅବାହାକ ଆଇନ୍ଜୀବୀ ସୁବ୍ରତ କୁମାର ନନ୍ଦଙ୍କ ଦ୍ୱାରା ପ୍ରଦତ୍ତ ଅଭିଯୋଗ ପତ୍ରରେ ପରିବହନ ଠିକାଦାର ନିଯୁକ୍ତିରେ ବ୍ୟାପକ ଅନିୟମିତତା କରାଯାଇ ନିଯୁକ୍ତ ଠିକାଦାର ଡିଜେଲ ଦର ବୃଦ୍ଧି ଯୋଗୁ ଶତକଡା ୧୨ଭାଗ ଅଧିକ ଭଡା ପାଇଁ ନିବେଦନ କରିଥିଲେ ମାତ୍ର ତାଙ୍କୁ କାମରୁ ନିବୃତ କରି ନୂତନ ଟେଣ୍ଡର କରାଯାଇ ଟେଣ୍ଡରରେ ଯେଉଁମାନେ ନିମ୍ନ ପରିବହନ ଖର୍ଚ୍ଚ କୋଟ କରିଥିଲେ । କିନ୍ତୁ ତାଙ୍କୁ ନ ଦିଆଯାଇ ଏକ ନିର୍ଦ୍ଧିଷ୍ଟ ପରିବହନ ସଂସ୍ଥାକୁ ଶତକଡା ୪୦ଭାଗରୁ ଅଧିକ ପରିବହନ ଖର୍ଚ୍ଚ ଦିଆଗଲା । ଅଧିକ ପରିବହନ ଖର୍ଚ୍ଚ ଦେଲେ ମଧ୍ୟ ନିର୍ଦ୍ଧିଷ୍ଟ ସମୟ ସୀମା ମଧ୍ୟରେ ବିଭିନ୍ନ ବ୍ଲକ ଓ ସ୍କୁଲକୁ ପାଠ୍ୟପୁସ୍ତକ ଯୋଗାଣ ହୋଇ ପାରିଲା ନାହିଁ । ପରବର୍ତ୍ତୀ ଅବସ୍ଥାରେ ସଂସ୍ଥା ପକ୍ଷରୁ ନିଦେ୍ର୍ଧଶ ଦିଆଯାଇ ବିଭିନ୍ନ ଜିଲ୍ଲାରେ ଅବସ୍ଥାପିତ ଜିଲ୍ଲା ଶିକ୍ଷା ଅଧିକାରୀମାନଙ୍କୁ ପାଠ୍ୟପୁସ୍ତକ ପରିବହନ ପାଇଁ ନିଯୁକ୍ତି କରାଗଲା । ଫଳରେ ବିଭିନ୍ନ ଜିଲ୍ଲାର ଶିକ୍ଷାଅଧିକାରୀମାନେ ଯେଉଁ ପାଠ୍ୟପୁସ୍ତକ ପରିବହନ କଲେ ସେଥିରେ ପ୍ରଚଳିତ ପରିବହନ ଦରଠାରୁ ୧୦୦ ରୁ ୧୨୦% ଅଧିକ ପରିବହନ ଖର୍ଚ୍ଚ ଦିଆଗଲା । ତେବେ ସଂସ୍ଥାର ପରିବହନ ଖର୍ଚ୍ଚର ପରିମାଣ ବଢି ଏକ କୋଟି ୭୫ଲକ୍ଷ ଟଙ୍କାରେ ପହଁଚିଲା । ସରକାରୀ ତହବିଲରୁ ୭୫ଲକ୍ଷ ଟଙ୍କା ଚଳୁ କରିବା ପାଇଁ ପାଠ୍ୟ ପୁସ୍ତକ ସଂସ୍ଥାର ତତ୍କାଳୀନ ନିଦେ୍ର୍ଧଶକ ଓ ସ୍କୁଲ ଗଣଶିକ୍ଷା ବିଭାଗର ଦୁର୍ନିତୀ ଗ୍ରସ୍ତ ଅଧିକାରୀଙ୍କ ଯୋଗୁଁ ଏହା ସଂଗଠିତ ହେଲା । ଭିଜିଲାନ୍ସ ନିଦେ୍ର୍ଧଶକ ତୁରନ୍ତ ଏଭଳି ଅନିୟମିତତାର ତଦନ୍ତ କରିବା ପାଇଁ ଆଇନ୍ଜୀବୀ ଶ୍ରୀ ନନ୍ଦ ବିଭିନ୍ନ ଦସ୍ତାବିତ୍ ସହ ଅଭିଯୋଗ ପତ୍ର ଦାଖଲ କରିଛନ୍ତି । ପୁରୁଣା ଟେଣ୍ଡରକୁ ବାତିଲ କରିବା ସମୟରେ ସରକାରୀ ଅନୁମୋଦନ ନିଆଯାଇନଥିଲା ଓ କ୍ରୟ କମିଟିର ବୈଠକ ମଧ୍ୟ ଡକାଯାଇ ନଥିଲା ବୋଲି ଦର୍ଶାଯାଇଛି ।