ୟୁଏସ୍ ଓପନ୍ ଜିତିଲେ ରାଡୁକାନୁ

Sep 12, 2021 - 16:05
 98
ୟୁଏସ୍ ଓପନ୍ ଜିତିଲେ ରାଡୁକାନୁ
ନ୍ୟୁୟର୍କ: ୟୁଏସ୍ ଓପନ୍ ଗ୍ରାଉସ୍ଲାମ୍ ଟେନିସ୍ ଚାମ୍ପିୟନଶିପରେ ଇତିହାସ ରଚିଛନ୍ତି ବ୍ରିଟେନର କ୍ୱାଲିଫାୟର୍ ଏମ୍ମା ରାଡୁକାନୁ। ରାଡୁକାନୁ କାନାଡାର ଲେଲା ଫର୍ଣ୍ଣାଣ୍ଡିଜଙ୍କୁ ହରାଇ ୟୁଏସ୍ ଓପନର ମହିଳା ସିଙ୍ଗଲ୍ସ ଟାଇଟଲ୍ ଜିତିଛନ୍ତି। ଶନିବାର ରାତିରେ ଖେଳାଯାଇଥିବା ଫାଇନାଲରେ ରାଡୁକାନୁ ସିଧାସଳଖ ୬-୪, ୬-୩ ସେଟରେ ଲେଲାଙ୍କୁ ହରାଇ ଚାମ୍ପିୟନ୍ ହୋଇଛନ୍ତି। ବ୍ରିଟେନର କିଶୋରୀ ରାଡୁକାନୁ ଗତମାସରେ ୧୫୦ତମ ନମ୍ବର ଖେଳାଳି ଭାବେ ୟୁଏସ୍ ଓପନରେ ପ୍ରବେଶ କରିଥିଲେ ଏବଂ ଏହା ପୂର୍ବରୁ ସେ ଗୋଟିଏ ଗ୍ରାଣ୍ଡସ୍ଲାମ୍ ଟୁର୍ଣ୍ଣାମେଣ୍ଟରେ ଭାଗ ନେଇଥିଲେ। ଆଉ କ୍ୱାଲିଫାୟରରୁ ସିଧା ଚାମ୍ପିୟନ୍ ହେବା ପରେ ରାଡୁକାନୁ ନୂଆ ଇତିହାସ ରଚିଛନ୍ତି। ବ୍ରିଟେନର ୧୮ ବର୍ଷୀୟା ଏମ୍ମା ଫ୍ଲାଶିଙ୍ଗ୍ ମିଡୋଜରେ ଲଗାତର ୧୦ ମୁକାବିଲା ଜିତି ଟାଇଟଲ୍ ନିଜ ନାଁରେ କରିଛନ୍ତି। ସେ କ୍ୱାଲିଫାୟରରେ ତିନୋଟି ଏବଂ ମୁଖ୍ୟ ଡ୍ର’ରେ ୭ଟି ମ୍ୟାଚ୍ ଜିତିଛନ୍ତି। ୨୦୧୪ ପରେ ପ୍ରଥମ ମହିଳା ଖେଳାଳି ଭାବେ ରାଡୁକାନୁ ବିନା କୌଣସି ସେଟ୍ ହରାଇ ୟୁଏସ୍ ଓପନ୍ ଟାଇଟଲ୍ ଜିତିବାର ଗୌରବ ଅର୍ଜନ କରିଛନ୍ତି