ବୟସ କୋହଳ ସଂପର୍କରେ ହାଇକୋର୍ଟ ପ୍ରଶ୍ନ

May 8, 2018 - 15:05
 178
କଟକ ୮ା୫(ସକାଳଖବର):ଡିପ୍ଲୋମା ଇଂଜିନିୟର(ସିଭିଲ/ଇଲେକ୍ଟ୍ରିକାଲ)ପ୍ୟାନେଲରୁ ନିଯୁକ୍ତି ପ୍ରଦାନ ଉପରେ ହାଇକୋର୍ଟରେ ଆବେଦନ କରିଥିବା ସମସ୍ତ ଆବେଦନକାରୀଙ୍କ ପ୍ରସଙ୍ଗରେ ମଙ୍ଗଳବାର ହାଇକୋର୍ଟରେ ଶୁଣାଣି ହୋଇଥିବାବେଳେ ବୟସ କୋହଳ ପ୍ରସଙ୍ଗରେ ସ୍ୟାଟ ଦେଇଥିବା ଦ୍ୱିତୀୟ ରାୟ ଉପରେ ସରକାର କଣ ପଦକ୍ଷେପ ଗ୍ରହଣ କରିଛନ୍ତି ସେ ନେଇ ୧୬ସୁଦ୍ଧା ଜଣାଇବା ପାଇଁ ନିଦେ୍ର୍ଧଶ ଦେଇଛନ୍ତି । ତେବେ ହାଇକୋର୍ଟ ଜଷ୍ଟିସ ଇନ୍ଦ୍ରଜିତ ମହାନ୍ତି ଓ ଜଷ୍ଟିସ ବିଶ୍ୱଜିତ ମହାନ୍ତିଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାରେ ଆସନ୍ତା ୧୬ତାରିଖରେ ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରିଛନ୍ତି ।