ବଡ଼ ମେଡିକାଲରେ ବାଣ ଦୁର୍ଘଟଣାରେ ଆହତଙ୍କ ଚିକିତ୍ସା ଜାରି, ୧୦ ଜଣଙ୍କ ଅବସ୍ଥା ଗୁରୁତର

Nov 24, 2022 - 09:28
 45
ବଡ଼ ମେଡିକାଲରେ ବାଣ ଦୁର୍ଘଟଣାରେ ଆହତଙ୍କ ଚିକିତ୍ସା ଜାରି, ୧୦ ଜଣଙ୍କ ଅବସ୍ଥା ଗୁରୁତର
କଟକ: କେନ୍ଦ୍ରାପଡ଼ା ବାଲିଆ ବଜାରରେ ବାଣ ଦୁର୍ଘଟଣାରେ ଆହତଙ୍କ ଚିକିତ୍ସା କଟକ ବଡ଼ ମେଡିକାଲରେ ଜାରି ରହିଛି। ଏହି ବାଣ ଦୁର୍ଘଟଣାରେ ମୋଟ ୩୩ଜଣ ଚିକିତ୍ସିତ ହେଉଥିବା ବେଳେ ସେମାନଙ୍କ ମଧ୍ଯରେ ତିନି ଜଣ ମହିଳା ଓ ତିନି ଜଣ ଶିଶୁ ରହିଛନ୍ତି। ତେବେ ଗୁରୁବାର ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଓ ମେୟର ସୁବାସ ସିଂହ ପ୍ରମୁଖ ଆହତଙ୍କୁ ଭେଟିବା ସହ କିଭଳି ଚିକିତ୍ସା ସେବା ଦିଆଯାଉଛି, ସେ ନେଇ ପଚାରି ବୁଝିଛନ୍ତି। Video Player 00:00 01:43 କେନ୍ଦ୍ରାପଡ଼ା ବାଲିଆ ବଜାର କାର୍ତ୍ତିକେଶ୍ୱର ଭସାଣି ସମୟରେ ବାଣ ବିସ୍ଫୋରଣ ଘଟଣାରେ ଏସସିବିରେ ଚିକିତ୍ସିତ ହେଉଥିବା ୩୩ ଜଣଙ୍କ ମଧ୍ୟରୁ ୨୭ ଜଣ ପୁରୁଷ ୩ ଜଣ ମହିଳା ରହିଛନ୍ତି । ଏହାଛଡ଼ା ୩ ଜଣ ଛୋଟ ପିଲା ମଧ୍ୟ ରହିଛନ୍ତି। ସେଥିମଧ୍ୟରୁ ୧୦ ଜଣଙ୍କୁ ଆଇସିୟୁରେ ଭର୍ତି କରାଯାଇଛି। ୫ ଜଣଙ୍କୁ ପ୍ଲାଷ୍ଟିକ ବର୍ଣ୍ଣ ଆଇସିୟୁକୁ ପଠାଯାଇଛି। ଏହାସହ ଦୁଇ ଜଣ ସେଣ୍ଟ୍ରାଲ ଆଇସିୟୁ ଓ ଅନ୍ୟ ୩ ଜଣଙ୍କୁ ଏଆଇସିସିୟୁରେ ଭର୍ତି କରାଯାଇଛି। ତେବେ ଚିକିତ୍ସିତ ହେଉଥିବା ୩୩ ଜଣଙ୍କ ମଧ୍ୟରୁ ୧୦ ଜଣଙ୍କ ଅବସ୍ଥା ବର୍ତ୍ତମାନ ଗୁରୁତର ରହିଛି। ସମସ୍ତଙ୍କ ଚିକିତ୍ସା ପାଇଁ ଏସସିବିର ସର୍ଜରି ଓ ପ୍ଲାଷ୍ଟିକ ସର୍ଜରି ବିଭାଗର ଡାକ୍ତରଙ୍କୁ ନେଇ ଏକ ସ୍ୱତନ୍ତ୍ର ଡାକ୍ତରୀ ଟିମ ଗଠନ କରାଯାଇଛି। ଏସସିବି ପକ୍ଷରୁ ସମସ୍ତ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଉଥିବା କହିଛନ୍ତି ଜରୁରୀକାଳୀନ ଅଧିକାରୀ। ସେପଟେ ଆହତମାନଙ୍କୁ ଭେଟିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଓ କଟକ ମେୟର ସୁବାସ ସିଂହ। ଆହତମାନଙ୍କ ଆଶୁ ଆରୋଗ୍ଯ କାମନା କରିବା ସହ କିଭଳି ଚିକିତ୍ସା ସେବା ଯୋଗାଇ ଦିଆଯାଉଛି ପଚାରି ବୁଝିଥିଲେ। ସରକାରଙ୍କ ତରଫରୁ ଆହତଙ୍କୁ ସମସ୍ତ ଚିକିତ୍ସା ଯୋଗାଇ ଦିଆଯାଉଛି। କାର୍ତ୍ତିକେଶ୍ୱର ଭସାଣରେ ଦୁର୍ଘଟଣା ଦୁଃଖଦ ଘଟଣା। ଏହି ବାଣ ପ୍ରତିଯୋଗିତା ପାଇଁ କିଏ ଅନୁମତି ଦେଲା କିଭଳି ଏଘଟଣା ଘଟିଲା ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମେୟର ସୁବାସ ସିଂହ ଦାବି କରିଛନ୍ତି। ରାଜ୍ୟର ବିଭିନ୍ନ ଜିଲ୍ଲାରେ ବିଭିନ୍ନ ପର୍ବରେ ବାଣ ପ୍ରତିଯୋଗିତା କରାଯାଏ। ତେବେ ଏହି ବାଣ ପ୍ରତିଯୋଗିତା ଉପରେ ସରକାର ରୋକ ଲଗାଇବାର ଆବଶ୍ୟକତା ରହିଛି