ପାକିସ୍ତାନର ନୂତନ ସେନାମୁଖ୍ୟ ହେଲେ ଲେଫ୍‌ଟ୍‌ନାଣ୍ଟ୍‌ ଜେନେରାଲ୍‌ ଅସୀମ ମୁନୀର୍‌

Nov 24, 2022 - 09:27
 43
ପାକିସ୍ତାନର ନୂତନ ସେନାମୁଖ୍ୟ ହେଲେ ଲେଫ୍‌ଟ୍‌ନାଣ୍ଟ୍‌ ଜେନେରାଲ୍‌ ଅସୀମ ମୁନୀର୍‌
ଇସ୍‌ଲାମାବାଦ୍‌: ଆଜି ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହ୍‌ବାଜ୍‌ ଶରିଫ୍‌ ଦେଶର ଶକ୍ତିଶାଳୀ ସେନାର ନୂତନ ମୁଖ୍ୟ ଭାବେ ଲେଫ୍ଟନାଣ୍ଟ୍‌ ଜେନେରାଲ୍‌ ଅସୀମ ମୁନୀରଙ୍କ ନାମ ଘୋଷଣା କରିଥିବା କଥା ଟୁଇଟ୍‌ କରି ସୂଚନା ମନ୍ତ୍ରୀ କହିଛନ୍ତି। ୬ ବର୍ଷ କାର୍ଯ୍ୟକାଳ ପୂରଣ କରି ଚଳିତ ମାସ ୨୯ ତାରିଖରେ ଅବସର ଗ୍ରହଣ କରିବାକୁ ଥିବା ବିଦାୟୀ ସେନାମୁଖ୍ୟ ୬୧ ବର୍ଷିୟ ଜେନେରାଲ୍‌ କ୍ବାମାର୍‌ ଜାୱେଦ୍ ବାଜ୍‌ୱାଙ୍କଠାରୁ ନୂତନ‌ ସେନାମୁଖ୍ୟ ଦାୟିତ୍ବ ଗ୍ରହଣ କରିବେ। ସେହିପରି, ଲେଫ୍ଟନାଣ୍ଟ୍‌ ଜେନେରାଲ୍‌ ସାହିର୍‌ ଶମ୍‌ଶାଦ୍‌ ମିର୍ଜାଙ୍କୁ ‘ଜଏଣ୍ଟ୍‌ ଚିଫ୍‌ସ୍‌ ଅଫ୍‌ ଷ୍ଟାଫ୍‌ କମିଟି’ର ଅଧ୍ୟକ୍ଷରୂପେ ଚୟନ କରାଯାଇଛି। ଉଭୟ ଅଧିକାରୀଙ୍କୁ ‘ଫୋର୍‌-ଷ୍ଟାର୍‌’ ଜେନେରାଲ୍‌ ପାହ୍ୟାକୁ ଉତ୍ତୀର୍ଣ୍ଣ କରାଯାଇଛି। ଆଜି ସକାଳେ ସୂଚନା ମନ୍ତ୍ରୀ ମାରିୟୁମ୍‌ ଔରଙ୍ଗ୍‌ଜେବ୍‌ ପରବର୍ତ୍ତୀ ସେନାମୁଖ୍ୟଙ୍କ କଥା ଘୋଷଣା କରିଥିଲେ। ସେ ଲେଖିଛନ୍ତି, ନିଯୁକ୍ତି ସମ୍ବନ୍ଧୀୟ ସାରାଂଶ ରାଷ୍ଟ୍ରପତିଙ୍କ ନିକଟକୁ ପଠାଯାଇଛି।