ଅପରାଜିତାଙ୍କ ସ୍ଲୋଗାନ: ଗୋଟିଏ ଦଳ, ଗୋଟିଏ ସ୍ୱପ୍ନ

Dec 1, 2018 - 18:12
 213
ଅପରାଜିତାଙ୍କ ସ୍ଲୋଗାନ: ଗୋଟିଏ ଦଳ, ଗୋଟିଏ ସ୍ୱପ୍ନ
ଭୁୁବନେଶ୍ୱର,୧/୧୨(ସକାଳଖବର): ଓଡିଶାକୁ ସୃଦଢ ଏବଂ ଆଦର୍ଶ ରାଜ୍ୟ ଭାବେ ଗଢି ତୋଳିବାକୁ ହେଲେ ଆମକୁ ଆହୁରି ଅଧିକ କଠିନ ପରିଶ୍ରମ ଏବଂ ନିସ୍ୱାର୍ଥପର ମନୋଭାବରେ କାର୍ଯ୍ୟ କରିବାକୁ ପଡିବ । ରାଜନୀତିର ପ୍ରଥମ ସୋପନରେ ଅଛି ଏବଂ ସମସ୍ତଙ୍କଠାରୁ ଶିଖିବି । ଭାରତୀୟ ଜନତା ପାର୍ଟିରେ ପ୍ରଶାସନିକ ସେବାଠାରୁ ଅଧିକ କାର୍ଯ୍ୟ କରିବି ବୋଲି ଶ୍ରୀମତୀ ଅପରାଜିତା ଷଡଙ୍ଗୀ କହିଛନ୍ତି । “ଗୋଟିଏ ଟିମ୍, ଗୋଟିଏ ଡ୍ରିମ୍” । ଆମର ସ୍ୱପ୍ନ ଅଛି ଯେ, ଓଡିଶାରେ କିଭଳି ସାମଗି୍ରକ ବିକାଶ ହେବ? ଯଦି ବାସ୍ତବରେ ରାଜ୍ୟର ପ୍ରଗତି ହେଉଛି, ତାହାହେଲେ ଓଡିଶା ଆଜି କାହିଁକି ଦରିଦ୍ର ରାଜ୍ୟ ଭାବେ ପରିଗଣିତ ବୋଲି ଶ୍ରୀମତୀ ଷଡଙ୍ଗୀ ପ୍ରଶ୍ନ କରିଛନ୍ତି । ରାଜ୍ୟର ୬୬% ଗ୍ରାମୀଣ ପରିବାର ଗରିବ ଏବଂ ଆମକୁ ଆମର ଆତ୍ମସମ୍ନାନର ସହ ବଂଚିବାର ଅଛି । ସ୍ୱଚ୍ଛ ଭାରତ ଯୋଜନାରେ ସମଗ୍ର ଦେଶରେ ଓଡିଶାର ସ୍ଥାନ ନଗଣ୍ୟ । ବିନା ଲାଂଚରେ ରାଜ୍ୟରେ ବର୍ତମାନ କୌଣସି ବିକାଶମୁଳକ କାର୍ଯ୍ୟ ହୋଇପାରୁ ନାହିଁ । ତାହେଲେ ରାଜ୍ୟରେ କିଭଳି ସ୍ୱଚ୍ଛ ଭାରତ ଯୋଜନାର ସଫଳ କାର୍ଯ୍ୟକାରୀ ହୋଇପାରିବ ବୋଲି ଶ୍ରୀମତୀ ଷଡଙ୍ଗୀ ପ୍ରଶ୍ନ କରିଛନ୍ତି । ପ୍ରଶାସନିକ କାର୍ଯ୍ୟ ସମୟରେ ରାଜ୍ୟର ଯେଉଁ ଯେଉଁ ସ୍ଥାନରେ ସେ କାମ କରିଛନ୍ତି ସେ ସମସ୍ତ ସ୍ଥାନମାନଙ୍କରେ ସରକାରୀ କର୍ମଚାରୀଙ୍କ ସହେଯାଗିତା କାରଣରୁ ଭଲ କାମ କରିପାରଛନ୍ତି ବୋଲି ଶ୍ରୀମତି ଷଢଙ୍ଗୀ କହିଛନ୍ତି । ଦିଲ୍ଲୀରୁ ଫେରିବା ପରେ ତାଙ୍କୁ ଯେଉଁ ଭଳି ଭାବରେ ସ୍ୱାଗତ ଓ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି, ତାହା ସର୍ବଦା ହୃଦୟପର୍ଶୀ ହୋଇ ରହିବ ବୋଲି ଶ୍ରୀମତୀ ଷଡଙ୍ଗୀ କହିବା ସହ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଆଜି ରାଜ୍ୟ କାର୍ଯ୍ୟାଳୟରେ ମହିଳା ମୋର୍ଚ୍ଚା ତରଫରୁ ଶ୍ରୀମତୀ ଷଡଙ୍ଗୀଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ଶ୍ରୀମତୀ ପ୍ରଭାତି ପରିଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସ୍ୱାଗତ ସମ୍ବର୍ଦ୍ଧନା ସଭାରେ ରାଜ୍ୟ ସଭାପତି ବସନ୍ତ ପଣ୍ଡା, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓ ପ୍ରମୁଖ ଉପସ୍ଥିତ ଥିଲେ । ଶ୍ରୀମତୀ ଷଡଙ୍ଗୀଙ୍କ ଯୋଗଦାନ କାରଣରୁ ଭାରତୀୟ ଜନତା ପାର୍ଟୀ ଆହୁରି ସୁଦୃଢ ହୋଇଛି ବୋଲି ପୃଥକ ପୃଥକ ଭାବେ ରାଜ୍ୟ ସଭାପତି ଶ୍ରୀ ବସନ୍ତ ପଣ୍ଡା ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । ଏହି ଅବରରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ନେତ୍ରୀ ଓ ପୂର୍ବତନ ମନ୍ତ୍ରୀ ସୁରମା ପାଢୀ, ପୂର୍ବତନ ସାଂସଦ ସଂଗୀତା କୁମାରୀ ସିଂହଦେଓ ଓ ଜୟରାମ ପାଙ୍ଗୀ, ରାଜ୍ୟ ଉପ ସଭାପତି ସମୀର ମହାନ୍ତି, ରାଜ୍ୟ ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ, ରାଜ୍ୟ ସଂପାଦିକା ଡ.ଲେଖାଶ୍ରୀ ସାମନ୍ତସିଂହାର, ରାଜ୍ୟ ମୁଖପାତ୍ର ପୀତାମ୍ବର ଆଚାର୍ଯ୍ୟ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ, ଜିଲ୍ଲା ସଭାପତି ହରେକୃଷ୍ନ ଖୁଂଟିଆ, ପିଙ୍କି ପ୍ରଧାନଙ୍କ ସମେତ ବହୁ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ ।