ବିୟର ଫ୍ୟାକ୍ଟ୍ରି ମମଲା : ଆସନ୍ତା ୨୭ରେ ନିଜର ପକ୍ଷ ରଖିବାକୁ ସରକାରଙ୍କୁ ଏନଜିଟିର ନୋଟିସ୍

Nov 20, 2018 - 17:39
 176
ବିୟର ଫ୍ୟାକ୍ଟ୍ରି  ମମଲା : ଆସନ୍ତା ୨୭ରେ ନିଜର ପକ୍ଷ ରଖିବାକୁ ସରକାରଙ୍କୁ ଏନଜିଟିର ନୋଟିସ୍
ଭୁୁବନେଶ୍ୱର,୨୦/୧୧ (ସକାଳଖବର): ଢେଙ୍କାନାଳର ଓଡ଼ାପଡା ବ୍ଲକ ବଳରାମପୁରରେ ଜଙ୍ଗଲ ଜମିରେ ବିୟର ବଟଲିଂ ପ୍ଲାଂଟ ସ୍ଥାପନ ନେଇ ପାଖାପାଖି ୧୦୦୦ ଗଛ କଟାଯିବା ମାମଲାରେ ହସ୍ତକ୍ଷେପ କରିଛନ୍ତି ଜାତୀୟ ଗ୍ରୀନ ଟ୍ରିବୁନାଲ (ଏନଜିଟି) ।ଗଛକଟା ବିରୋଧରେ ଜନୈକ ବିଜୟ କୁମାର ମାଝି ଏନଜିଟିରେ ଅଭିଯୋଗ କରିଥିଲେ ଏଥିନେଇ ଟ୍ରିବ୍ୟୁନାଲ ରାଜ୍ୟ ସରକାରଙ୍କୁ ନୋଟିସ୍ ଜାରୀ କରିଛନ୍ତି । ଆସନ୍ତା ୨୭ ତାରିଖରେ ରାଜ୍ୟ ସରକାର ଘଟଣା ସମ୍ପର୍କରେ ନିଜର ପକ୍ଷ ରଖିବାକୁ ଉକ୍ତ ନୋଟିସ୍ ରେ କହିଛନ୍ତି । ଉକ୍ତ ଦିନ ମାମଲାର ଶୁଣାଣୀ ହେବ । ଉଲ୍ଲେଖ ଯୋଗ୍ୟ ଯେ ସୋମବାର ଏହି ବିୟର ବଟଲିଂ ପ୍ଲାଂଟ ଲାଗି ଆବଂଟିତ ଜମିକୁ ରାଜ୍ୟ ସରକାର ବାତିଲ କରିଛନ୍ତି । ଆବଂଟିତ ଜମିରେ ହଜାର ହଜାର ସଂଖ୍ୟାରେ ଗଛ ଥିବାରୁ ପ୍ଲାଂଟ କର୍ତୃପକ୍ଷ ପ୍ରକଳ୍ପ ର୍ନିମାଣ ଲାଗି ଏହାକୁ କାଟିବାକୁ ଅ ।ରମ୍ଭ କରିଥିଲେ । ଏହାକୁ ଗାଁର ଲୋକେ ପ୍ରବଳ ବିରୋଧ କରିଥିଲେ । ମୁଖ୍ୟମନ୍ତ୍ରୀ ଏହାକୁ ବନ୍ଦ ରଖିବା ଲାଗି ନିଦେ୍ର୍ଧଶ ଦେଇଥିଲେ । ଏଥିସହ ଅ ।ରଡିସିଙ୍କୁ ଘଟଣାର ତଦନ୍ତ ଲାଗି ନିଦେ୍ର୍ଧଶ ଦେଇଥିଲେ । ଅ।ରଡିସିଙ୍କ ତଦନ୍ତ ରିେପୋର୍ଟ ଆଧାରରେ ସୋମବାର ବଟଲିଂ ପ୍ଲାଂଟକୁ ଅ।ବଂଟିତ ଜମିକୁ ସରକାର ବାତିଲ୍ କରିବା ସହ ଅନ୍ୟତ୍ର ଜମି ଅ।ବଂଟନ ଲାଗି ପ୍ରଶାସନକୁ କହିଛନ୍ତି । ଏହାସହ ବଳରାମପୁରରେ ପୁନଃ ବୃକ୍ଷରୋପଣ ଲାଗି ନିଦେ୍ର୍ଧଶ ଦିଅ ।ଯାଇଛି ।