ବିଶ୍ୱ କପ୍ ହକିର ପ୍ରଥମ ଟିକେଟ କିଣିଲେ ମୁଖ୍ୟମନ୍ତ୍ରୀ

Nov 19, 2018 - 18:48
 183
ବିଶ୍ୱ କପ୍ ହକିର ପ୍ରଥମ ଟିକେଟ କିଣିଲେ ମୁଖ୍ୟମନ୍ତ୍ରୀ
ଭୁୁବନେଶ୍ୱର,୧୯/୧୧ (ସକାଳଖବର):ମୁଖ୍ୟମନ୍ତ୍ରୀ ଶ୍ରୀନବୀନ ପଟ୍ଟନାୟକ ସୋମବାର ବିଶ୍ୱ କପ୍ ହକିର ପ୍ରଥମ ଟିକେଟ୍ କିଣିଛନ୍ତି । ହକି ଇଣ୍ଡିଆର କର୍ତୃପକ୍ଷ ସଚିବାଳୟରେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ମୁଖ୍ୟମନ୍ତ୍ରୀଙ୍କୁ ହକିର ପ୍ରତିକାତ୍ମକ ଟିକେଟକ ପ୍ରଦାନ କରିଥିଲେ ଏବଂ ମୁଖ୍ୟମନ୍ତ୍ରୀଏଥିପାଇଁ ସେମାନଙ୍କୁ ଟିକେଟ୍ ମୂଲ୍ୟ ବାବଦରେ ୫୦୦ ଟଙ୍କା ଦେଇଥିଲେ । ହକି ଇଣ୍ଡିଅ ।ର ସିଇଓ ଏଲାନା ନରମାନ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଏହି ଟିକେଟ ପ୍ରଦାନ କରିଛନ୍ତି । ହକି ବିଶ୍ୱକପ ପାଇଁ ୨୭ ଓ ୨୮ ତାରିଖରେ ଦୁଇଟି ଉଦଘାଟନୀ ଉତ୍ସବର ଅ ।ୟୋଜନ କରିଛି ହକି ଇଣ୍ଡିଅ । । ଉଦଘାଟନୀ ଉତ୍ସବ ପାଇଁ କୌଣସି ପାସ୍ ବ୍ୟବସ୍ଥା ରହି ନଥିବାରୁ ମୁଖ୍ୟମନ୍ତ୍ରୀ ୫୦୦ ଟଙ୍କା ଦେଇ ଏହି ଟିକେଟ କିଣିଛନ୍ତି । ହକି ବିଶ୍ୱକପର ଉଦଘାଟନୀ ଉତ୍ସବ ପାଇଁ ଅ ।ସନ୍ତା ୨୦ ତାରିଖ ମଧ୍ୟାହ୍ନ ୧୨ଟାରୁ ଙ୍ଗଙ୍ଗଙ୍ଗ.ଗ୍ଧସମଳରଗ୍ଧଶରଦ୍ଭସର.ସଦ୍ଭ ସାଇଟରେ ଅନଲାଇନରେ ଟିକେଟ ବିକ୍ରି ହେବ । ଅନଲାଇନରେ କାଟିଥିବା ଟିକେଟ ହକିପ୍ରେମୀ ମାନେ ୨୨ ତାରିଖ ଅପରାହ୍ନ ୩ଟା ସମୟରେ ଷ୍ଟାଡିୟମର ୪ ନମ୍ବର ଗେଟ କାଉଂଟରରୁ ନେଇପାରିବେ ।