ବିଶ୍ୱ ସଂପ୍ରଦାୟ ପାଇଁ ଶକ୍ତି ସଂରକ୍ଷଣ ଜରୁରୀ- ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର,୧୫/୧୦ (ସକାଳଖବର):ଦେଶର ନୂଆ ଶକ୍ତି ସୁରକ୍ଷା ପାଇଁ ବିଶ୍ୱ ସମୁଦାୟ ସହ ନିରନ୍ତର ସମ୍ପର୍କ ରକ୍ଷା ଜରୁରୀ ବୋଲି ନୂଆଦିଲୀ ଠାରେ ଆୟୋଜିତ ସେରାସପ୍ତାହ ପାଳନ ଅବସରରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶ୍ରୀ ପ୍ରଧାନ କହିଛନ୍ତି ଉର୍ଜା ହେଉଛି ପ୍ରକୃତ ପକ୍ଷେ ସାରା ଦୁନିଆର ଶିଳ୍ପ ଏବଂ ତୈଳ ପ୍ରକୃତ ପକ୍ଷେ ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ ଆବଶ୍ୟକୀୟ ପଦାର୍ଥ । ଏହି ପରିପ୍ରେକ୍ଷୀରେ ଭାରତର ଶକ୍ତି ସୁରକ୍ଷା ପାଇଁ ବିଶ୍ୱ ସମୁଦାୟ ସହ ନିରନ୍ତର ସମ୍ପର୍କ
ରଖିବା ଉପରେ ଗୁରୁତ୍ୱାରୋପ କରିଛନ୍ତି ।ଭାରତ ଶକ୍ତି ସୁରକ୍ଷା ମାମଲାରେ ଶ୍ରୀ ପ୍ରଧାନ କହିଛନ୍ତି ଯେହେତୁ ବିଶ୍ୱବଜାରରେ ପରିବର୍ତନ ନୂଆ ଟେକ୍ନୋଲୋଜି ସହ ବିଶ୍ୱର ଦେଶ ଦେଶ ମାନଙ୍କ ମଧ୍ୟରେ ସମ୍ପର୍କ ଆଧାରରେ ବିଶ୍ୱର ଶକ୍ତି କ୍ଷେତ୍ରରେ ନୂଆ ନୂଆ ପରିବର୍ତନ ଆସୁଛି ଏପରିସ୍ଥଳେ ଭାରତକୁ ନିଜର ଶକ୍ତି କ୍ଷେତ୍ରରେ ସ୍ୱାର୍ଥ ରକ୍ଷା ପାଇଁ ଉପଯୁକ୍ତ ପଦକ୍ଷେପ ନେବା ଜରୁରୀ ।
ଶ୍ରୀ ପ୍ରଧାନ କହିଛନ୍ତି ପେଟ୍ରୋଲ, ଡିଜେଲ ତଥା ପେଟ୍ରୋଲ ଜାତ ଦ୍ରବ୍ୟ ଛାଡି ପୃଥିବୀର ୬୦ ଟି ସୌରଶକ୍ତି ସମ୍ପନ୍ନ ରାଷ୍ଟ୍ର ମାନଙ୍କ ସହ ମିଶି ଭାରତ ଇଂଟରନେସନ୍ୟାଲ ସୋଲାର ଆଲାଆନ୍ସ (ଆଇଏସଏ)ରେ ଗୁରୁତ୍ୱପୂର୍ଣ ଭୂମିକା ନେଇଛି । ଏହି ପରିପ୍ରେକ୍ଷୀରେ ଶ୍ରୀ ପ୍ରଧାନ କହିଛନ୍ତି ପେଟ୍ରୋଲ ପଦାର୍ଥ ଉପôାଦନକାରୀ ଉପେକ କୁ ଆଇଏସଏ ଶକ୍ତି ଯୋଗାଣ କ୍ଷେତ୍ରରେ ପରିବର୍ତିତ କରି ପାରିବାର ସମ୍ଭାବନା ରଖୁଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ଗୋଟିଏ ବିଶ୍ୱ-ଗୋଟିଏ ସୂର୍ଯ୍ୟ-ଗୋଟିଏ ଗ୍ରୀଡ୍ ଭାରତର ବିଚାର ବୋଲି କହିବା ସହ ଗୋଟିଏ ସୁତ୍ରରୁ ଶକ୍ତି ଉପରେ ନିର୍ଭରଶୀଳ ନହୋଇ ସୂର୍ଯ୍ୟଙ୍କର ରଥରେ ଘୋଡା ମାନେ ବନ୍ଧା ହେବା ପରି ଭାରତ ସୌର, ପବନ, ଜଳ,କୋଇଲା,ତୈଳ, ଗ୍ୟାସ, ନ୍ୟୁକ୍ଲିଅର ଓ ବାୟୋଫୁଏଲରୁ ନିଜର ଶକ୍ତି ସୁରକ୍ଷା କମ୍ ମୂଲ୍ୟରେ ହାସଲ କରିବା ପାଇଁ ଭାରତର ଲକ୍ଷ୍ୟ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।