ଶୋକାକୁଳ ପରିବାରକୁ ସମବେଦନା ଜଣାଇଲେ ଧର୍ମେନ୍ଦ୍ର

Oct 13, 2018 - 18:51
 207
ଶୋକାକୁଳ ପରିବାରକୁ ସମବେଦନା ଜଣାଇଲେ  ଧର୍ମେନ୍ଦ୍ର
ଭୁବନେଶ୍ୱର,୧୩/୧୦ (ସକାଳଖବର):ତିତ୍ଲି ରୁ ରକ୍ଷା ପାଇବା ପାଇଁ ଗୁମ୍ଫାରେ ଆଶ୍ରୟ ନେଇଥିବା ଗଜପତି ଜିଲା ରାୟଗଡ ବ୍ଲକ ଗଙ୍ଗାବାଡ ପଂଚାୟତର ବାରଘର ଗାଁର ଲୋକେ ପାହଡ ଧସି ମୃତ୍ୟୁବରଣ କରିଥିବା ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି କେନ୍ଦ୍ରମବୀ ଧର୍ମେନ୍ଦ୍ର ପ୍ରଧାନ । କେନ୍ଦ୍ରମବୀ ଶ୍ରୀ ପ୍ରଧାନ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି । ଏଭଳି ଖବର ଗଣମାଧ୍ୟମରୁ ଜାଣିବା ପରେ ଏହା ତାଙ୍କୁ ମର୍ମାହତ କରିଛି ବୋଲି କେନ୍ଦ୍ରମବୀ ଶ୍ରୀ ପ୍ରଧାନ ଟୁଇଟ ଯୋଗେ ପ୍ରକାଶ କରିଛନ୍ତି ।