ଇଞ୍ଜେକ୍ସନ୍ ନେଲା ରୋଗୀଙ୍କ ଜୀବନ

Oct 17, 2018 - 05:49
 214
ଇଞ୍ଜେକ୍ସନ୍ ନେଲା ରୋଗୀଙ୍କ ଜୀବନ
ଅନୁଗୋଳ ୧୬/୧୦ (ସକାଳଖବର): ଅନୁଗୋଳ ସହରର ଗାନ୍ଧୀମାର୍ଗଠାରେ ଥିବା କଲ୍ୟାଣୀ ନର୍ସିଂହୋମରେ ଜଣେ ରୋଗୀଙ୍କୁ ଚିକିସôା ଅବହେଳା କରି ଇଞ୍ଜେକ୍ସନ ଦେବା ପରେ ତାଙ୍କର ମୃତ୍ୟୁ ଘଟିଛି ବୋଲି ପରିବାର ଲୋକ ଅଭିଯୋଗ କରିଛନ୍ତି । ଏହି ଘଟଣାକୁ କେନ୍ଦ୍ରକରି ଉତ୍ତେଜନା ଲାଗିରହିଥିବାବେଳେ ନର୍ସିଂହୋମ ସମ୍ମୁଖରେ ଲୋକମାନେ ଟାୟାର ଜାଳି ରାସ୍ତାରୋକ କରିଥିଲେ । ଏବଂ ତୁରନ୍ତ ଡ଼ାକ୍ତର ଓ ମାଲିକଙ୍କୁ ଗିରଫ କରିବା ପାଇଁ ଦାବୀ କରିଛନ୍ତି । ଘଟଣାରୁ ପ୍ରକାଶ ଯେ, ଅନୁଗୋଳ ସହର ଉପକଣ୍ଠ ଖଲାରୀ ଆଶ୍ରମ ଛକର ପ୍ରଦୀପ ପ୍ରଧାନ (୫୬)ଙ୍କୁ ଥଣ୍ଡା ଓ କାଶ ଯୋଗୁ ଜଣେ ଡ଼ାକ୍ତରଙ୍କୁ ଦେଖାଇ ପରାମର୍ଶ ନେଇଥିଲେ । ତେବେ ଡ଼ାକ୍ତର ବାବୁ ସିଧା ସଳଖ କଲ୍ୟାଣୀ ନର୍ସିଂହୋମରେ ଆଡ଼ମିଟ୍ କରିବା ପାଇଁ ପରାମର୍ଶ ଦେଇଥିଲେ । ତେବେ ଡ଼ାକ୍ତରଙ୍କ ପରାମର୍ଶକ୍ରମେ ଆଜି ଦିନ ସାଢେ଼ ୯ଟା ବେଳେ ଶ୍ରୀ ପ୍ରଧାନ ଆଡ଼ମିଟ୍ ହୋଇଥିଲେ । ସେ ନିଜେ ଗାଡ଼ି ଚଳାଇ ଯିବା ସହ କଥା ବାର୍ତ୍ତା ଚଲାବୁଲା ସବୁ କରୁଥିଲେ । ତେବେ ଡ଼ାକ୍ତରଙ୍କ ପରାମର୍ଶକ୍ରମେ ଏକ ଇଞ୍ଜେକ୍ସନ୍ ଦିଆଯାଇଥିଲା । ସେହି ଇଞ୍ଜେକ୍ସନ୍ଟିର ମାତ୍ରାଧିକ ଡେ଼ାଜ ଯୋଗୁଁ ତାଙ୍କ ଦେହ ବିଷାକ୍ତ ହୋଇ ତାଙ୍କର କିଛି ସମୟ ପରେ ମୃତ୍ୟୁ ଘଟିଥିଲା । ଏ ଖବର ପାଇ ତାଙ୍କ ପରିବାର ଓ ସମ୍ପର୍କୀୟ ଲୋକ ପହଞ୍ଚôବାପରେ ଉତ୍ତେଜନା ବଢ଼ିଯାଇଛି ।ପୋଲିସ ଘଟଣାସ୍ଥଳରେ ପହଞ୍ଚôଥିଲେ ମଧ୍ୟ ପରିସ୍ଥିତି ଅଣାୟତ ରହିଛି । ପରିବାର ଓ ସମ୍ପର୍କୀୟ ଲୋକମାନେ ତୁରନ୍ତ ନର୍ସିଂହୋମ ବନ୍ଦ କରିବା ସହ ଡ଼ାକ୍ତର ଓ ମାଲିକଙ୍କୁ ଗିରଫ କରିବା ପାଇଁ ଦାବୀ କରିଛନ୍ତି । ଏପରିକି ପୋଲିସ ଉପସ୍ଥିତିରେ ମାଲିକଙ୍କ ସହ ଆଲୋଚନା ଚାଲିଥିବାବେଳେ ମାଲିକ ନର୍ସିଂହୋମର ପଛ ଦ୍ୱାରା ଦେଇ ପଳାଇ ଯାଇଥିବା ସୂଚନାରୁ ଜଣାଯାଇଛି । ଘଟଣାସ୍ଥଳରେ ଅତିରିକ୍ତ ଜିଲାପାଳ ଓ ତହସିଲଦାର ଘଟଣାସ୍ଥଳରେ ପହଞ୍ଚô ଉଭୟ ପକ୍ଷଙ୍କ ସହ ଆଲୋଚନା ଚଳାଇଛନ୍ତି । ଖବର ଲେଖାହେବା ପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ହୋଇପାରିନଥିବା ଜଣାଯାଇଛି ।