ବିଦ୍ୟୁତ୍ ସଂଯୋଗ ନଥାଇ ୪୦ ହଜାର ଟଙ୍କାର ବିଲ୍

Nov 15, 2018 - 16:23
 179
ବିଦ୍ୟୁତ୍ ସଂଯୋଗ ନଥାଇ ୪୦ ହଜାର ଟଙ୍କାର ବିଲ୍
କେନ୍ଦ୍ରାପଡ଼ା, ୧୫/୧୧ (ସକାଳଖବର): କେନ୍ଦ୍ରାପଡା ବ୍ଲକ ଅଧିନ ହନୁମନ୍ତ ପାଳ ମହାବୀର ପାଣି ପଂଚାୟତର ଚାଷୀମାନଙ୍କ ଉପରେ ୪୦ ହଜାର ଟଙ୍କାର ଇଲେକ୍ଟ୍ରି ବିଲ୍ ଦାବି କରାଯାଇଥିବା ନେଇ ଜିଲ୍ଲାପାଳଙ୍କଠାରେ ଅଭିଯୋଗ ହୋଇଛି । ଅଭିଯୋଗ ମୁତାବକ ଏହି ପାଣି ପଂଚାୟତକୁ ୧୮.୦୨.୨୦୧୨ରେ ବିଦ୍ୟୁତ୍ ସଂଯୋଗ କରାଯାଇ ୩୦.୦୫.୨୦୧୩ ରେ ବିଦ୍ୟୁତ୍ ସଂଯୋଗ କାଟି ଦିଆଯାଇଥିଲା । ସେବେଠାରୁ ଆଜି ପର୍ଯ୍ୟନ୍ତ ପୁନର୍ବାର ବିଦ୍ୟୁତ୍ ସଂଯୋଗ ଦିଆଯାଇନଥିବା ଓ ଚାଷୀମାନଙ୍କ ପାଖରେ ବିଦ୍ୟୁତ୍ ଦେୟ ବାବଦ ରସିଦ୍ ରହିଛି । ତେବେ ଏହି ଚାଷୀମାନେ ବର୍ତମାନ ବିଦ୍ୟୁତ୍ ସଂଯୋଗ କରିବାପାଇଁ ବିଭାଗକୁ ନିବେଦନ କରିଥିଲେ ମଧ୍ୟ ବିଭାଗ ପକ୍ଷରୁ ୪୦ ହଜାର ଟଙ୍କା ବିଦ୍ୟୁତ୍ ଦେୟ ବାକି ନଦେଲେ ପୁନର୍ବାର ସଂଯୋଗ ଦିଆଯାଇପାରିବ ନାହିଁ ବୋଲି କୁହାଯାଇଛି । ସର୍ବନିମ୍ନ ୧୦ ହଜାର ଟଙ୍କା ପଇଠ କଲେ ବିଦ୍ୟୁତ୍ ସଂଯୋଗ ଦିଆଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଥିବାରୁ ଚାଷୀମାନେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ୍ୟ ହୋଇ ସେହି ସମସ୍ୟାର ସମାଧାନ ପାଇଁ ଦାବି କରିଛନ୍ତି । ୫ ବର୍ଷ ହେଲା ବିଦ୍ୟୁତ୍ ସଂଯୋଗ ନଥିବାବେଳେ ୪୦ ହଜାର ଟଙ୍କା ବାକି କୁଆଡୁ ଆସିଲା ବୋଲି ଚାଷୀମାନେ ପ୍ରଶ୍ନ କରିଛନ୍ତି ।