କୋର୍ଟ କାର୍ଯ୍ୟ ସ୍ୱାଭାବିକ

Nov 15, 2018 - 16:25
 194
କୋର୍ଟ କାର୍ଯ୍ୟ ସ୍ୱାଭାବିକ
କଟକ, ୧୫/୧୧ (ସକାଖଖବର): ଗୁରୁବାର ଠାରୁ କଟକ ହାଇକୋର୍ଟ ସମେତ ଅନ୍ୟାନ୍ୟ କୋର୍ଟ ଗୁଡିକର କାର୍ଯ୍ୟ ସ୍ୱାଭାବିକ ହୋଇଛି । ଦୀର୍ଘ ୭୮ ଦିନର ଆନେ୍ଦାଳନ ପରେ ଆଇନଜୀବୀମାନେ କାର୍ଯ୍ୟରେ ଯୋଗ ଦେଇଛନ୍ତି । ତେବେ ଆଇନଜୀବୀଙ୍କୁ ବୁଗୁଡା ଥାନା ଅଧିକାରୀଙ୍କ ମାଡ ଘଟଣାରେ ଗୁରୁବାର ଗଂଜାମ ଜିଲ୍ଲାର ସମସ୍ତ କୋର୍ଟ ବନ୍ଦ ରହିଛି । ସୂଚନାଯୋଗ୍ୟ ଯେ ଗତକାଲି ଉଭୟ ଆଇନଜୀବୀ ଓ ପୋଲିସ୍ ଙ୍କ ମଧ୍ୟରେ ବୁଝାମଣା ହେବା ପରେ ବାର୍ ଆସୋସିଏସନ୍ ଆନେ୍ଦାଳନ ପ୍ରତ୍ୟାହାର କରିଥିଲା । ୩ ଜଣ ପୋଲିସ୍ କର୍ମଚାରୀ ହାଇକୋର୍ଟରେ ନିସର୍ତ କ୍ଷମା ପ୍ରାର୍ଥନା କରିଥିଲେ । ଏଭଳି ଘଟଣାର ପୁନରାବୃତି ନ ହେବା ସହି ୭ ଦିନ ମଧ୍ୟରେ ସ୍ୱତନ୍ତ୍ର କମିଟି ଗଠନ କରିବାକୁ ଗତକାଲି ହାଇକୋର୍ଟ ନିଦେ୍ର୍ଧଶ ଦେଇଥିଲେ ।