ବିଜୟଙ୍କୁ କେନ୍ଦ୍ରାପଡ଼ାରେ ବିପୁଳ ସମ୍ବର୍ଦ୍ଧନା

Dec 13, 2018 - 18:45
 177
ପଟ୍ଟାମୁଣ୍ଡାଇ, ୧୩/୧୨(ସକାଳଖବର) ଓଡିଶା ରାଜନୀତିର ବିତର୍କିତ ବ୍ୟକ୍ତିତ୍ୱ ସ୍ୱାଭିମାନୀ ରାଜନେତା ପୂର୍ବତନମନ୍ତ୍ରୀ ବିଜୟ ମହାପାତ୍ର ସଂପ୍ରତି ବିଜେପିରୁ ଇସ୍ତଫା ଦେବା ପରେ ତାଙ୍କର ଆଗାମୀ କାର୍ଯ୍ୟକ୍ରମକୁ ନେଇ ରାଜ୍ୟବ୍ୟାପି ଚର୍ଚ୍ଚା ଚାଲିଛି । ବିଜୟଙ୍କ ଭବିଷ୍ୟତ ରାଜନୈତିକ ନିଷ୍ପତ୍ତିକୁ ରାଜ୍ୟବାସୀ ଅପେକ୍ଷା କରିଥିବାବେଳେ ତାଙ୍କୁ ନେଇ ଚର୍ଚ୍ଚା ଥମିବାର ନାଁ ଧରୁନାହିଁ । ନିଜର ସମର୍ଥକମାନଙ୍କ ସହିତ ପରାର୍ମଶ କରି ରାଜନୈତିକ ଭବିଷ୍ୟତ ସଂପର୍କରେ ନିଷ୍ପତ୍ତି ନେବାକୁ ବିଜୟ ଇଙ୍ଗିତ କରିବା ପରେ କେନ୍ଦ୍ରାପଡା ଜିଲ୍ଲାରେ ତାଙ୍କ ସମର୍ଥକମାନଙ୍କ ପକ୍ଷରୁ ପବିତ୍ର ମା ଗୋଜବାୟାଣୀ ପୀଠ ଠାରେ ଏକ ବିଶାଳ ସମ୍ବର୍ଦ୍ଧନାସଭାର ଆୟୋଜନ କରାଯାଇଥିଲା । ରାଜନୈତିକ ଦୃଷ୍ଟିକୋଣରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏହି ସମାବେଶରେ ସ୍ୱତସ୍ପୃତ ଭାବରେ ଜିଲ୍ଲାର କୋଣଅନୁକୋଣରୁ ହଜାର ହଜାର ଲୋକମାନଙ୍କ ଉପସ୍ଥିୁତି ବିଜୟଙ୍କ ପ୍ରଚଣ୍ଡ ଲୋକପ୍ରିୟତାକୁ ପ୍ରମାଣିତ କରିଛି । ବିଜୟଙ୍କ ମହାଯାତ୍ରାରେ ସାମିଲ ହୋଇଛନ୍ତି ପଟ୍ଟାମୁଣ୍ଡାଇ, ଆଳି, ରାଜନଗର ଓ ରାଜକନିକା ଅଞ୍ଚଳର ହଜାର ହଜାର ସମର୍ଥକ । ବିଜୟଙ୍କ ଘନିଷ୍ଠ ସହଯୋଗୀ ପଟ୍ଟାମୁଣ୍ଡାଇ-ରାଜନଗର ବିକାଶ ପରିଷଦର ପ୍ରତିଷ୍ଠାତା ବରିଷ୍ଠ ରାଜନେତା ବିଜୟ କେତନ ସ୍ୱାଇଁ ଓ ଆବାହକ ଆଡଭୋକେଟ କ୍ଷୀରୋଦ ପ୍ରଧାନଙ୍କ ନେତୃତ୍ୱରେ ହଜାର ହଜାର କର୍ମୀ ସମ୍ବର୍ଦ୍ଧନା ମହାମସାବେଶରେ ଯୋଗ ଦେଇ ତାଙ୍କ ନେତୃତ୍ୱ ପ୍ରତି ଅକୁଣ୍ଠ ସମର୍ଥନ ଜ୍ଞାପନ କରିବା ବିଜୟଙ୍କୁ ଦୃଢ ରାଜନୈତିକ ନିଷ୍ପତ୍ତି ନେବା ପାଇଁ ପ୍ରୋସôାହନ ଦେଇଛି । ବିଜୟଙ୍କ ଏହି ମହାସମାବେଶରେ ସୁଦୂରପ୍ରସାରୀ ପ୍ରଭାବ ସମଗ୍ର ଜିଲ୍ଲା ଓ ରାଜ୍ୟ ରାଜନୀତିରେ ପଡିବାର ଯଥେଷ୍ଟ ସମ୍ଭାବନା ରହିଛି । ସର୍ବୋପରି ବିଜୟଙ୍କ ନିଷ୍ପତ୍ତି ରାଜ୍ୟ ରାଜନୀତିର ମୋଡ ବଦଳାଇବ ବୋଲି ରାଜନୈତିକ ପର୍ଯ୍ୟବେକ୍ଷକ ମହଲରେ ମତପ୍ରକାଶ ପାଇଛି ।