୪ ନୂଆ ସହ ୧୪ଜଣଙ୍କୁ ମୁଖପାତ୍ର ,ଦାୟିତ୍ୱ ଦେଲେ ନବୀନ

Oct 12, 2018 - 15:53
 649
୪ ନୂଆ ସହ ୧୪ଜଣଙ୍କୁ ମୁଖପାତ୍ର ,ଦାୟିତ୍ୱ ଦେଲେ ନବୀନ
ଭୁବନେଶ୍ୱର,୧୨|୧୦(ସକାଳଖବର):ଆଜି ମୁଖ୍ୟମନ୍ତ୍ରୀ ୪ ଜଣଙ୍କୁ ନୂତନ ମୁଖପାତ୍ର ଭାବେ ନିଯୁକ୍ତି ଦେଇଛନ୍ତି । ଏହାକୁ ମିଶାଇ ଏବେ ବିଜେଡ଼ିର ମୁଖପାତ୍ର ସଂଖ୍ୟା ୧୪କୁ ବୃଦ୍ଧି ପାଇଛି । ଏହିକ୍ରମରେ ଶ୍ରୀପ୍ରସନ୍ନ ଆଚାର୍ଯ୍ୟ, ଶ୍ରୀ ଦେବୀ ପ୍ରସାଦ ମିଶ୍ର, ଶ୍ରୀ ପ୍ରତାପ କେଶରୀ ଦେବ, ଶ୍ରୀ ପ୍ରଶାନ୍ତ ନନ୍ଦ, ଶ୍ରୀ ଦେବାଶିଷ ସାମନ୍ତରାୟ, ଡ. ଅରୁଣ କୁମାର ସାହୁ, ଶ୍ରୀ ରବି ନାରାୟଣ ନନ୍ଦ, ଶ୍ରୀ ସମୀର ରଞ୍ଜନ ଦାଶ, ଡ. ସସ୍ମିତ ପାତ୍ର, ଶ୍ରୀମତୀ ସୁଲୋଚନା ଦାସ ଏବଂ ୪ ଜଣ ନୂତନ ମୁଖପାତ୍ରଭାବେ ମହାକାଳପଡ଼ା ବିଧାୟକ ଅତନ୍ୟୁ ସବ୍ୟସାଚୀ ନାୟକ,ପୁଷ୍ପେନ୍ଦ୍ର ସିଂହ ଦେଓ ଦଳରେ ନୂଆ କରି ଯୋଗ ଦେଇଥିବା ଅମର ପଟ୍ଟନାୟକ, ଓ ଦେବାଶିଷ ମାରାଣ୍ଡି । ଅନ୍ୟପକ୍ଷରେ ଅମର ପ୍ରସାଦ ଶତପଥୀ ମୁଖପାତ୍ର ପଦରୁ ବାଦ ପଡ଼ିଛନ୍ତି । ବିଜେଡି ରାଜ୍ୟ ସଂପାଦକ ବିଜୟ ନାୟକ ଏକ ପ୍ରେସ୍‍ ଇସ୍ତାହାରରେ ଏହା ଜଣାଇଛନ୍ତି ।