ବିଜେପିକୁ ଫେରିଲେ ବିଜୟ ମହାପାତ୍ର
ଭୁବନେଶ୍ୱର,୨୮/୩(ସକାଳଖବର): ବରିଷ୍ଠ ନେତା ବିଜୟ ମହାପାତ୍ର ଗୁରୁବାର ଭାରତୀୟ ଜନତା ପାର୍ଟିକୁ ଫେରିଛନ୍ତି । ବିଜେପିର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଓ ଓଡିଶା ପ୍ରଭାରୀ ଅରୁଣ ସିଂହ ତଥା ପାର୍ଟିର ରାଷ୍ଟ୍ରୀୟ ଉପ ସଭାପତି ବୈଜୟନ୍ତ ପଣ୍ଡା ଭୁବନେଶ୍ୱର ସ୍ଥିତ ତାଙ୍କର ବାସଭବନରେ ଯାଇ ସାକ୍ଷାତ କରିବା ପରେ ବିଜୟ ମହାପାତ୍ର ଦଳକୁ ଫେରିବା ସମ୍ପର୍କରେ ସୂଚନା ଦେଇଛନ୍ତି । ପରେ ରାଜ୍ୟ କର୍ଯ୍ୟାଳୟକୁ ଆସିଥିଲେ । ଦଳୀୟ ନେତାମାନେ ତାଙ୍କୁ ସ୍ୱାଗତ ଜଣାଇଥିଲେ । ଶ୍ରୀ ମହାପାତ୍ର କେନ୍ଦ୍ରାପଡା ଜିଲ୍ଲା ପାଟକୁରା ନିର୍ବାଚନ ମଣ୍ଡଳୀରୁ ପ୍ରତିଦ୍ୱନ୍ଦିତା କରିପାରନ୍ତି ।
ଏହା ପରେ ଶ୍ରୀ ମହାପାତ୍ର କହିଛନ୍ତି ଯେ ସବୁ ପଛ କଥାକୁ ଭୁଲି ଆଗକୁ ବଢିବାକୁ ପଡିବ । ଏକ ପରିବର୍ତନର ହାୱା ସହିତ ଚାଲିବାକୁ ପଡିବ ବୋଲି ସେ କହିଛନ୍ତି । ଯେତେବେଳ ଆଗକୁ ବଢିବକୁ ହୁଏ ସେତେବେଳେ ପଛ କଥା ଭୁଲିଯିବାକୁ ପଡେ । ନୂଆ ରାସ୍ତାକୁ ଯିବାକୁ ଆରମ୍ଭ କରିଛୁ । ଦଳକୁ ବିଜୟୀ କରିବାପାଇଁ ସଂକଳ୍ପବଦ୍ଧ ହୋଇଛୁ । ଟେଲିଫୋନ୍ ଯୋାଗେ ସେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହଙ୍କ ସହ କଥା ହୋଇଛନ୍ତିି । କେଉଁ ଆସନରୁ ପ୍ରତିଦ୍ୱନ୍ଦିତା କରିବି ଦଳ ତାହା ସ୍ଥିର କରିବ ।
ରାଜ୍ୟ ପ୍ରଭାରୀ ଅରୁଣ ସିଂହ କହିଛନ୍ତି,ବିଜୟ ମହାପାତ୍ର ପୂର୍ବରୁ ଇସ୍ତଫାଦେଇଥିଲେ ହେଁ ତାହାକୁ ଗ୍ରହଣ କରାଯାଇନଥିଲା । କେଉଁଠାରୁ ନିର୍ବାଚନ ଲଢିବେ, ସେ ନିଷ୍ପତି ଦଳର କେନ୍ଦ୍ରୀୟ କମିଟି ନେବ । ନରେନ୍ଦ୍ର ମୋଦିଙ୍କୁ ପୁଣି ଥରେ ପ୍ରଧାନମନ୍ତ୍ରୀ କରିବାକୁ ଆମେ ଲକ୍ଷ୍ୟ ରଖିଛୁ । କେନ୍ଦ୍ରାପଡ଼ାରେ ବିଜେପି ନିଶ୍ଚିତ ଜିତିବ । ପୂର୍ବଥର ଅପେକ୍ଷା ବୈଜୟନ୍ତ ପଣ୍ଡା ଏଥର ଅଧିକ ଭୋଟରେ ବିଜୟୀ ହେବେ ।
ସେହିପରି ବୈଜୟନ୍ତ ପଣ୍ଡା କହିଛନ୍ତି ଯେ ବିଜୟ ମହାପାତ୍ର ବିଜେପିର ଜଣେ ବରିଷ୍ଠ ନେତା । ସେ ପ୍ର·ର ଆରମ୍ଭ କରିବେ ମୋଦିଙ୍କୁ ଦ୍ୱିତୀୟ ଥର ପାଇଁ ଆମେ ପ୍ରଧାନମନ୍ତ୍ରୀ କରିବୁ । ଓଡ଼ିଶାରେ ପରିବର୍ତନର ଯେଉଁ ନାରା ·ଲିଛି, ତାହା ନିଶ୍ଚିତ ସଫଳ ହେବ ।
ବିଜେଡି ନେତା ଅତନୁ ସବ୍ୟସାଚୀ ନାୟକ କହିଛନ୍ତି ଯେ ଶ୍ରୀ ମହାପାତ୍ରଙ୍କ ବିଜେପିରେ ଯୋଗଦାନ ତାଙ୍କ ଦଳ ଉପରେ କୌଣସି ପ୍ରଭାବ ପକାଇବ ନାହିଁ । ତାଙ୍କ ଭୋଟ୍ ଉପରେ ମଧ୍ୟ କୌଣସି ପ୍ରଭାବ ପଡିବ ନାହିଁ । ଗତ ୩ ଥର ନିର୍ବାଚନ ରେ ସେ ବଡ ବ୍ୟବଧାନରେ ହାରିଛନ୍ତି । ଚଳିତ ନିର୍ବାଚନରେ ସେ ଅଧିକ ଭୋଟ୍ ବ୍ୟବଧାନରେ ବିଜୟୀ ହେବେ । ଜଗନ୍ନାଥଙ୍କର ତାଙ୍କ ଉପରେ ଆଶୀର୍ବାଦ ରହିଛି ବୋଲି ସେ କହିଛନ୍ତି ।
ସୂଚନାଯୋଗ୍ୟ ଯେ ଗତବର୍ଷ ନଭେମ୍ବର ୩୦ ତାରିଖରେ ସେ ବିଜେପିରୁ ଇସ୍ତଫା ଦେଇଥିଲେ ।