ଚାଷୀମାନେ ପାଉନାହାନ୍ତି କାଳିଆ ଟଙ୍କା :ବିଜେପିି

Mar 29, 2019 - 06:08
 131
ଭୁବନେଶ୍ୱର, ୨୮/୩(ସକାଳଖବର): କାଳିଆ ଯୋଜନାରେ ରାଜ୍ୟ ସରକାର ହିତାଧିକାରି ଚାଷୀମାନଙ୍କ ତାଲିକା ମୁଖ୍ୟ ନିର୍ବାଚନ ଅଧିକାରିଙ୍କୁ ଦେଇପାରିଲେ ନାହିଁ ଯାହା ନିୟମ ଅନୁସାରେ ମୁଖ୍ୟ ନିର୍ବାଚନ ଅଧିକାରିଙ୍କୁ ଦେବା କଥା । ୩୬ ଲକ୍ଷ ଚାଷୀ ହିତାଧିକାରିଙ୍କ ତାଲିକା ଦେବାରେ ରାଜ୍ୟ ସରକାର ବିଫଳ ହେବା କାରଣରୁ କାଳିଆ ଯୋଜନାରେ ଅର୍ଥ ବାଂଟିବାକୁ ମୁଖ୍ୟ ନିର୍ବାଚନ ଅଧିକାରି ବନ୍ଦ କରିଛନ୍ତି । ରାଜ୍ୟ ସରକାର ହିତାଧୀକାରିଙ୍କ ତାଲିକା ନଦେବାରୁ ଏବେ ଚାଷିମାନେ ଏବେ କାଳିଆ ଯୋଜନାରେ ଟଙ୍କା ପାଇବାରୁ ବଂଚିତ ହେଉଛନ୍ତି ବୋଲି କହିଛନ୍ତି ରାଜ୍ୟ ଉପସଭାପତି ସମିର ମହାନ୍ତି । ଶ୍ରୀ ମହାନ୍ତି କହିଛନ୍ତି ଯେ ବିଜୁ ଜନତା ଦଳର ଅଭିଯୋଗ ଥିଲା ଯେ ପିଏମ କିଷାନରେ ଅର୍ଥ ବଂଟାଯାଉଥିଲାବେଳେ କାଳିଆ ଯୋଜନାରେ କାହିଁକି ଅର୍ଥ ବଂଟା ବନ୍ଦ ହୋଇଛି? ପିଏମ କିଷାନ ଯୋଜନାରେ ହିତାଧିକାରି ତାଲିକା କେନ୍ଦ୍ର ସରକାର ନିର୍ବାଚନ ଅଧିକାରି ଓ ନିର୍ବାଚନ କମିଶନଙ୍କ ପାଖରେ ଦେଇଛନ୍ତି । ହେଲେ ରାଜ୍ୟ ସରକାର କାହିଁକି କାଳିଆ ଯୋଜନାର ହିତାଧିକାରି ତାଲିକା ଦେଉନାହାନ୍ତି? ତାଲିକା ଦେଉନଥିବାରୁ କାଳିଆ ଯୋଜନାକୁ ନିର୍ବାଚନ ଅଧିକାରି ବନ୍ଦ କରିଛନ୍ତି । ରାଜ୍ୟ ସରକାରଙ୍କ ଭୁଲ ପାଇଁ ଚାଷି ହଇରାଣ ହେଉଥିଲା ବେଳେ ବିଜୁ ଜନତା ଦଳ କେବଳ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । ଚାଷୀଙ୍କୁ ମୋବାଇଲରେ ମେସେଜ ଆସୁଛି କାଳିଆ ଅର୍ଥ ତୁମକୁ ମିଳିଗଲା ବୋଲି ହେଲେ ବାସ୍ତବରେ ବ୍ୟାଙ୍କ ଖାତାକୁ ଆଦୌ ପଇସା ଆସୁନି । ମେସେଜ ଆସିବାର ୫୦ ଦିନରୁ ଅଧିକ ଦିନ ଗଲା ପରେ ବି ଏବେ ଯାଏଁ ଚାଷୀମାନଙ୍କୁ ମିଳିନି ପଇସା । ରାଜ୍ୟ ସରକାର ୩୬ ଲକ୍ଷ ଚାଷୀଙ୍କୁ କାଳିଆ ଯୋଜନାରେ ଅର୍ଥ ମିଳିଥିବା ଦାବି କରୁଥିବାବେଳେ ସେମାନଙ୍କର ତାଲିକା ବି ଦେଇ ପାରୁନାହାନ୍ତି । କାଳିଆ ଯୋଜନାରେ ଚାଷୀଙ୍କୁ ମିଳିବାକୁ ଥିବା ଅର୍ଥକୁ ହରିଲୁଟ କରାଯାଇଛି । ଧରାପଡିଯିବା ଭୟରେ ବିଜୁ ଜନତା ଦଳ ଏବେ କାଳିଆ ଯୋଜନାକୁ ନେଇ ବାହାନା ଖୋଜୁଛି ।