ବିଜେଡି ସରକାରରେ ନାରୀମାନେ ଅସୁରକ୍ଷିତ : କଂଗ୍ରେସ

Jan 11, 2019 - 18:23
 160
ବିଜେଡି ସରକାରରେ ନାରୀମାନେ ଅସୁରକ୍ଷିତ : କଂଗ୍ରେସ
ଭୁବନେଶ୍ୱର,୧୧/୧(ସକାଳଖବର): ରାଜ୍ୟର ବିଜେଡ଼ି ନେତୃତ୍ୱ ନବୀନ ସରକାରଙ୍କ ସମୟରେ ନାରୀମାନେ ସଂପୂର୍ଣ୍ଣ ଅସୁରକ୍ଷିତ । ନବୀନ ବାବୁଙ୍କର ମାକୁ ସମ୍ମାନ ଦେବାର ନାରା ଆଜି ସଂପୂର୍ଣ୍ଣ ଫେଲ ମାରିଛି । ୩୩% ମହିଳାମାନଙ୍କୁ ବିଧାନସଭା ଓ ଲୋକସଭା ସଂରକ୍ଷଣ ଏକ ନିର୍ବାଚନ ଚାଲ ବୋଲି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ନିରଞ୍ଜନ ପଟ୍ଟନାୟକ ମତବ୍ୟକ୍ତ କରିଛନ୍ତି । ରାଜ୍ୟ ମହିଳା କଂଗ୍ରେସ ସଭାପତି ଶ୍ରୀମତୀ ସୁମିତ୍ରା ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଓଡ଼ିଶା ପ୍ରଦେଶ ମହିଳା କଂଗ୍ରେସ କମିଟିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକକୁ ଉଦଘାଟନ କରି ଶ୍ରୀ ପଟ୍ଟନାୟକ ଏହା କହିଛନ୍ତି । ଏହି ବୈଠକରେ ରାଷ୍ଟ୍ରୀୟ ମହିଳା କଂଗେସର ଅଧ୍ୟକ୍ଷା ସାଂସଦ ସୁସ୍ମିତା ଦେବ ମୁଖ୍ୟ ଅତିଥିରୂପେ ଯୋଗଦେଇ କହିଥିଲେ ଯେ ଉଭୟ ନବୀନ ଓ ମୋଦୀଙ୍କର ମିଛି ପ୍ରତିଶୃତିକୁ ଲୋକ ବୁଝିସାରିଲେଣି । ମହିଳା କଂଗ୍ରେସର ରାଜ୍ୟ କାର୍ଯ୍ୟକାରିଣୀରେ ଆନଳିତ ହେବା ସହ ସୁସଂଗଠିତ ହୋଇ ଉଭୟ ସରକାରଙ୍କ ଜନବିରୋଧି ମହିଳାମାରଣ ନୀତି ବିରୁଦ୍ଧରେ ଆନେ୍ଦାଳନ କରିବାକୁ ଆହ୍ୱାନ ଦେଇଥିଲେ । ସୁମିତ୍ରା ଜେନାଙ୍କ ନେତୃତ୍ୱରେ ମହିଳା କଂଗ୍ରେସର କାର୍ଯ୍ୟକ୍ରମ ସୂଚାରୁରୂପେ ଜାରୀ ରହିଥିବାରୁ ଖୁସୀ ବ୍ୟକ୍ତ କରିଥିଲେ । ଅଖିଳ ଭାରତ କଂଗ୍ରେସ କମିଟିର ସଂପାଦକ ଜି ରୁଦ୍ରରାଜୁ ମୁଖ୍ୟବକ୍ତା ରୂପେ ଯୋଗଦେଇ କହିଲେ ଯେ ମହିଳା କଂଗ୍ରେସ ରାଜ୍ୟର ପରିବର୍ତନର ବାହାକ ହୋଇପାରିବ । ଶ୍ରୀମତୀ ସୁମିତ୍ରା ଜେନାଙ୍କ ଟିମ୍ ଉଦ୍ୟମ ଏକ ସଫଳ କ୍ରାନ୍ତିର ରୂପ ନେଉଛି ଓ ଆଶାକରେ ମହିଳାମାନେ ଦୃଢ଼ତାର ସହ ତ୍ୟାଗପୂତଭାବେ ସାଂଗଠନିକ ଶକ୍ତିର ବିକାଶ କରିପାରିବେ ବୋଲି ଆଗାମୀ ଦିନରେ ନବୀନ ବାବୁଙ୍କୁ ଇସ୍ତଫାକୁନେଇ ଏକ ପ୍ରତିନିଧି ମଣ୍ଡଳୀ ରାଜ୍ୟପାଳଙ୍କୁ ସାକ୍ଷାତକରି ସ୍ମାରକପତ୍ର ପ୍ରଦାନ କରିବା ସହ ଫେବୃୟାରୀ ୭ରୁ ୧୨ ତାରିଖ ମଧ୍ୟରେ ହଜାର ହଜାର ସଂଖ୍ୟାରେ ମହିଳାମାନେ ବିଧାନସଭା ଘେରାଉ କରିବେ ବୋଲି ରାଜ୍ୟ ମହିଳା କଂଗ୍ରେସ ଅଧ୍ୟକ୍ଷା ଶ୍ରୀମତୀ ସୁମିତ୍ରା ଜେନା ଘୋଷଣା କରିଥିଲେ । ଅପରାହ୍ନ କଂଗ୍ରେସ ଭବନରେ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀମତୀ ଜେନା ଓ ସୁଶ୍ରୀ ସୁସ୍ମିତା ଦେବ ଉଭୟ ସରକାରଙ୍କ ଉପରେ ବର୍ଷିଥିଲେ । ଓପିଏମ୍ସି କାର୍ଯ୍ୟକାରୀ ସଭାପତି ଶ୍ରୀମତୀ ବନ୍ଦିତା ପରିଡ଼ା ଅତିଥି ପରିଚୟ ସହ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଓପିଏମ୍ସିର ଅନ୍ୟତମ କାର୍ଯ୍ୟକାରୀ ସଭାପତି ଶ୍ରୀମତୀ ଅଜୟନ୍ତୀ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । ସମସ୍ତ ଜିଲ୍ଲାର ମହିଳା ସଭାନେତ୍ରୀ ଓ ରାଜ୍ୟକାର୍ଯ୍ୟକାରିଣୀ ସଦସ୍ୟା ଯୋଗଦେଇଥିଲେ ।