ଅନୁଗୋଳ ନଗର କଂଗ୍ରେସ କାର୍ଯ୍ୟକାରୀ କମିଟି ବୈଠକ

Jan 12, 2019 - 18:46
 138
ଅନୁଗୋଳ,୧୨/୧(ସକାଳଖବର): ଶନିବାର ଦିବା ୧୧ ଘଟିକା ସମୟରେ ଜିଲ୍ଳା କଂଗ୍ରେସ ଭବନ ଠାରେ ନଗର କଂଗ୍ରେସ ସଭାପତି ଶ୍ରୀ ଦିଲ୍ଲୀପ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଅନୁଗୋଳ ନଗର କଂଗ୍ରେସ କମିଟି କାର୍ଯ୍ୟ ନିର୍ବାହୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ଦଳୀୟ ସଂଗଠନ ନେଇ କେତେକ ପ୍ରସ୍ତାବ ସର୍ବସମ୍ମତି କ୍ରମେ ଅନୁଗ୍ରହୀତ ହୋଇଛି । ପ୍ରତ୍ୟେକ ୱାଡର଼୍ରେ ଦଳୀୟ ସଂଗଠନକୁ ସୁଦୃଢ଼ କରିବା ପାଇଁ ବୁଥ କମିଟି କଠନ, ସମନ୍ୱୟ କମିଟି ଗଠନ, ଆଗାମୀ ଦିନରେ ପ୍ରତ୍ୟେକ ୱାଡର଼୍ାରେ କଗ୍ରେସ କର୍ମି ସମ୍ମୀଳନୀ କରିବା ନେଇ ପୁଙ୍ଗାନୁପୁଙ୍ଖ ଭାବେ ଆଲୋଚନା କରାଯିବା ସହ ଆଗାମୀ ଏଆଇସିସି ଅଧ୍ୟକ୍ଷ ମାନ୍ୟବର ରାହୁଲ ଗାନ୍ଧୀଙ୍କ ଆସନ୍ତା ୨୫ ତାରିଖ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଆଲୋଚନା ହୋଇଯାଇଛି । ଅନୁଗୋଳ ଜିଲ୍ଲାର ବରିଷ୍ଠ ସ୍ୱାଧିନତା ସଂଗ୍ରାମୀ ସ୍ୱର୍ଗତଃ ଦିବାକର ପ୍ରଧାନଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ୨ ମିନିଟ ନୀରବ ପ୍ରାଥନା କରାଯାଇ ସଭାକାର୍ଯ୍ୟ ଆରମ୍ଭ କରାଯାଇଥିଲା । ନଗର କଂଗ୍ରେସ ସଂଗଠନକୁ ଅଧିକ ସକ୍ରୀୟ କରିବା ପାଇଁ ସର୍ବସମ୍ମତି କ୍ରମେ ପ୍ରାରମ୍ଭିକ ଭାବେ ଏକ କୋର କମିଟି ଗଠନ କରାଯାଇଛି । ଉକ୍ତ ବୈଠକ ଅନୁଗୋଳ ଜିଲ୍ଲା କଂଗ୍ରେସ ସଭାପତି ବିପ୍ଲବ ଜେନା, ପୂର୍ବତନ ପୌରପରିଷଦ ଅଧ୍ୟକ୍ଷ ଅକ୍ଷୟ କୁମାର ସାମନ୍ତ, ଶ୍ରୀମତୀ ସୁକାନ୍ତି ଦାସ, ଦିବାକର ସାହୁ, ଅବଦୁଲ କରିମ, ବଲବୀର ସିଂ, ସୁଦୀପ କୁମାର ମିଶ୍ର, ପ୍ରଶାନ୍ତ କୁମାର ନାୟକ, ଗୌରୀଚରଣ ସେଠୀ, ବିଦ୍ୟାଧର ନାଏକ, ରାଜେନ୍ଦ୍ର କୁମାର ପ୍ରଧାନ, ମହମଦ ଓଲୀ, ଲକ୍ଷ୍ମୀଧର ଜେନା, ସତ୍ୟଜିତ ସାହୁ ପ୍ରମୁଖ ଯୋଗଦାନ କରି ସଂଗଠନ ସୁଦୃଢ଼ କରିବା ନେଇ ନିଜସ୍ୱ ବକ୍ତବ୍ୟ ପ୍ରଦାନ କରିଥିବାବେଳେ ଶତାଧିକ କଂଗ୍ରେସ, ଯୁବକଂଗ୍ରେସ, ମହିଳା କଂଗ୍ରେସ, ଛାତ୍ର କଂଗ୍ରେସ ଯୋଗଦାନ କରିଥିଲେ । ଶେଷରେ ଜିଲ୍ଲା କଂଗ୍ରେସ ମୁଖପାତ୍ର ଜୟନ୍ତ କୁମାର ସାହୁ ଧନ୍ୟବାଦ ଅର୍ପଣ କରି ସଭା ଶେଷ କରିଥିଲେ ।