ବିଜେଡ଼ି ଓ ବିଜେପି ସହିତ ମେଂଟ କରିବନି କଂଗ୍ରେସ- ଭକ୍ତ ଦାସ

Aug 20, 2018 - 18:02
 174
ବିଜେଡ଼ି ଓ ବିଜେପି ସହିତ ମେଂଟ କରିବନି କଂଗ୍ରେସ- ଭକ୍ତ ଦାସ
ଭୁବନେଶ୍ୱର, ୨୦/୮ (ସକାଳଖବର): ଆଗାମୀ ସାଧାରଣ ନିର୍ବାଚନରେ ବିଜେଡ଼ି ଓ ବିଜେପି ସହିତ କଂଗ୍ରେସ ଦଳର କୌଣସି ମେଂଟ କରାଯିବ ନାହିଁ ବୋଲି କଂଗ୍ରେସ ଦଳର ପ୍ରଚାର କମିଟିର ଅଧ୍ୟକ୍ଷ ଭକ୍ତ ଦାସ ପ୍ରକାଶ କରିଛନ୍ତି । ଯଦି ହେବ ସମଭାବାପନ୍ନ ଦଳ ସହିତ ମେଂଟ କରାଯିବ । ସେଗୁଡ଼ିକ ହେଲା - ଆରଜେଡ଼ି, ଜେଡିୟୁ, ସିପିଆଇ ଓ ସିପିଏମ୍ । ପୂର୍ବରୁ ସେ ଏହି କଥା କହିଥିଲେ, ଆଜି ମଧ୍ୟ ତାହାକୁ ଦୋହରାଉଛନ୍ତି । ଏହି ନିର୍ବାଚନରେ କଂଗ୍ରେସ ଓ ବିଜେଡ଼ିର ମୁଖ୍ୟତଃ ପ୍ରତିଦ୍ୱନ୍ଦିତା ହେବ । ବିଜେପି ତୃତୀୟ ସ୍ଥାନରେ ରହିବ । ନିର୍ବାଚନ ସମୟରେ ପ୍ରଧାନମନ୍ତ୍ରୀ ଯେଉଁ ସବୁ ପ୍ରତିଶ୍ରୁତି ଦେଇଥିଲେ ସେହି ପ୍ରତିଶ୍ରୁତି ପାଳନ କରିବାରେ ସମ୍ପୂର୍ଣ୍ଣ ବ୍ୟର୍ଥ ହୋଇଥିବା ହେଉଛି ଏହାର ମୁଖ୍ୟ କାରଣ ବୋଲି ସେ କହିଥିଲେ । ଓଡ଼ିଶାକୁ କେତେକ କେନ୍ଦ୍ରୀୟ ଯୋଜନାରେ ମିଳୁଥିବା ଅନୁଦାନ ଅର୍ଥକୁ ସମ୍ପୂର୍ଣ୍ଣ ରୂପେ ବନ୍ଦ କରିଦେବା ଏବଂ ଆଉ କେତେକ ଯୋଜନାରେ ଅଂଶଧନ ହ୍ରାସ କରିବାରୁ ଓଡ଼ିଶା ତା ଦ୍ୱାରା କ୍ଷତିଗ୍ରସ୍ତ ହୋଇଛି ।