ବିଜୁ ଲିଗାସୀଙ୍କ ନୂଆ ଦଳରୁ ବୈଜୟନ୍ତ କରଛଡା

Nov 22, 2018 - 18:03
 306
ବିଜୁ ଲିଗାସୀଙ୍କ ନୂଆ ଦଳରୁ ବୈଜୟନ୍ତ କରଛଡା
ଭୁବନେଶ୍ୱର, (ସକାଳଖବର) : ଯାହା ଅନୁମାନ କରାଯାଉଥିଲା ତାହା ସତ୍ୟ ହେବାକୁ ଯାଉଛିା ବିଜୁ ଲିଗାସୀମାନେ ନୂତନ ରାଜନୈତିକ ଦଳ ଗଠନ କରିବାକୁ ଯାଉଛନ୍ତି । ଦଳର ନାମ ବିଜୁ ସମତାକ୍ରାନ୍ତି ରଖିବାକୁ ଆପାତତଃ ସ୍ଥିର ହୋଇଥିବା ବର୍ଷିୟାନ ନେତା ଦାମୋଦର ରାଉତ ସ୍ପଷ୍ଟ କରିଛନ୍ତି । ବିଭିନ୍ନ ସମୟରେ ବିଜେଡିରୁ ବହିଷ୍କୃତ ହୋଇଥିବା ବିଜୟ ମହାପାତ୍ର, ଦିଲ୍ଲୀପ ରାୟ, ରାମକୃଷ୍ଣ ପଟ୍ଟନାୟକ, ପଞ୍ଚାନନ କାନୁନଗୋ, ବ୍ରଜକିଶୋର ତି୍ର ।ଠୀ, ପ୍ର‘ୁଲ୍ଲ ଘଡେଇ ପ୍ରମୁଖଙ୍କ ସମେତ ଭାଜପାର ପୂର୍ବତନ ସାଂସଦ ଖାରବେଳ ସ୍ୱାଇଁ ଓ ରାଜ୍ୟର ପ୍ରତିଷ୍ଠିତ କେତେକ ସମାଜସେବୀ ନବଗଠିତ ଦଳରେ ସାମିଲ ହେବେ ବୋଲି ସୂଚନା ମିଳିଛି । ନବୀନ ପଟ୍ଟନାୟକଙ୍କୁ ଗାଦିଚୁ୍ୟତ କରିବା ଲକ୍ଷ୍ୟରେ ବିଜୁ ଲିଗାସୀମାନଙ୍କୁ ନେଇ ଏହି ଦଳ ଗଠନ କରାଯାଉଛି । ତେବେ ବୈଜୟନ୍ତ ନୂତନ ଦଳରେ ଯୋଗଦେବାକୁ କରଛଡା ଦେଉଛନ୍ତି । ବିଜେପି ପ୍ରେମ ଯୋଗୁଁ ଦଳରେ ତାଙ୍କୁ ସାମିଲ ନକରିବା ପାଇଁ ଏକରକମ ନିଷ୍ପତ୍ତି ହୋଇସାରିଥିବା ଜଣାପଡିଛି । ନବଗଠିତ ଦଳରେ ପ୍ରମୁଖ ଭୂମିକା ନିର୍ବାହ କରୁଥିବା ଜଣେ ବରିଷ୍ଠ ନେତାଙ୍କ ସୂଚନା ଅନୁଯାୟୀ ବୈଜୟନ୍ତଙ୍କ କଥାରେ ତାଳମେଳ ରହୁନାହିଁ । ଭାଜପା ସହିତ ଆସନ ବୁଝାମଣା କରିବା ପାଇଁ ବୈଜୟନ୍ତ ଅଧିକ ଆଗ୍ରହ ପ୍ରକାଶ କରୁଛନ୍ତି । ତେବେ ଭାରତୀୟ ଜନତା ପାର୍ଟିରେ ଅଣଦେଖା ହୋଇଆସୁଥିବା ବରିଷ୍ଠ ନେତା ଦିଲ୍ଲୀପ ରାୟ ଓ ବିଜୟ ମହାପାତ୍ର ପ୍ରମୁଖ ଏହି ନୂତନ ଦଳରେ ସାମିଲ ହେବାର ସମ୍ଭାବନା ଥିବାରୁ ଦଳ ବିଜେପି ସହିତ କୌଣସି ବୁଝାମଣା କରିବା ନେଇ ସନେ୍ଦହ ରହିଛି । ଅନ୍ୟ ପକ୍ଷରେ ବୈଜୟନ୍ତଙ୍କ ବିଜେପି ପ୍ରେମ ବିଜୁ ଲିଗାସୀମାନଙ୍କୁ ଏକାଠି କରିବାରେ ପ୍ରତିବନ୍ଧକ ସୃଷ୍ଟି କରିବାର ସମ୍ଭାବନା ଥିବାରୁ ତାଙ୍କୁ ପ୍ରାଥମିକ ପ୍ରର୍ଯ୍ୟାୟରେ ବାଦ ଦେବା ପାଇଁ ଦଳ ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିବା ବରିଷ୍ଠ ନେତାମାନେ ସ୍ଥିର କରିଛନ୍ତି । ଦେଶର ୫ଟି ରାଜ୍ୟରେ ହେଉଥିବା ବିଧାନସଭା ନିର୍ବାଚନର ‘ଳା‘ଳକୁ ସଂପୃକ୍ତ ନେତାମାନେ ଅପେକ୍ଷା କରିଛନ୍ତି । ଏହିସବୁ ନିର୍ବାଚନ ‘ଳା‘ଳ କଂଗ୍ରେସ ସପକ୍ଷରେ ଗଲେ ନବଗଠିତ ଆଞ୍ଚଳିକ ଦଳ ରାଜ୍ୟରେ କଂଗ୍ରେସ ସହିତ ଆସନ ବୁଝାମଣା କରିବା ପ୍ରାୟ ନିଶ୍ଚିତ ବୋଲି କୁହାଯାଇଛି । ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ ଏହି ଗୋଷ୍ଠୀ ସହିତ ଯୋଗାଯୋଗରେ ରହିଛନ୍ତି । ଆସନ୍ତା ନିର୍ବାଚନରେ ରାଜ୍ୟରେ ଏହି ଆଞ୍ଚଳିକ ଦଳ ସହିତ ମେଣ୍ଟ କରାଯିବା ସଂପର୍କରେ ଦଳର ହାଇକମା‘ ରାହୁଳ ଗାନ୍ଧୀଙ୍କୁ ମ୍ମ ଅବଗତ କରାଯାଇଥିବା ସୂଚନା ମିଳିଛି । ଦଳ ଗଠନ ହେବା ପରେ କେଉଁ ନେତାମାନେ ଏଥିରେ ସାମିଲ ହେଉଛନ୍ତି ଦଳର ସ୍ଥିତିକୁ ଚାହିଁ ଆସନ ବୁଝାମଣା ଚୂଡାନ୍ତ ହେବ । ବୁଝାମଣା ସମୟରେ ରାଜ୍ୟରେ ଅନ୍ୟ ଛୋଟ ଛୋଟ ରାନୈତିକ ଦଳ ଓ ବାମପନ୍ଥୀମାନଙ୍କ ସହିତ ଏକାଠି ବସି ଆସନ ବୁଝାମଣା ଚୂଡାନ୍ତ କରାଯିବ ବୋଲି କଂଗ୍ରେସର ଜଣେ ବରିଷ୍ଠ ନେତା କହିଛନ୍ତି । ଭାରତୀୟ ଜନତାପାର୍ଟିକୁ ବାଦ ଦେଇ କଂଗ୍ରେସ, ନବଗଠିତ ଦଳ ଓ ବାମପନ୍ଥୀମାନେ ଗୋଟିଏ ମଞ୍ଚରୁ ନବୀନ ସରକାରଙ୍କ ବିରୁଦ୍ଧରେ ମୈଦାନକୁ ଓହ୍ଲାଇବାକୁ ସ୍ଥିର ହୋଇଛି । ତେଣୁ ଆଗାମୀ ନିର୍ବାଚନରେ ରାଜ୍ୟରେ ତି୍ରମୁଖୀ ପ୍ରତିଦ୍ୱନ୍ଦିତା ହେବା ସ୍ପଷ୍ଟ ହୋଇଛି ।