ବିଜେଡିର ସଂସଦୀୟ ଦଳ ବୈଠକ, ଉଠିବ ମହିଳା ସଂରକ୍ଷଣ

Dec 9, 2018 - 17:13
 155
ବିଜେଡିର ସଂସଦୀୟ ଦଳ ବୈଠକ, ଉଠିବ ମହିଳା ସଂରକ୍ଷଣ
ଭୁବନେଶ୍ୱର,୯/୧୨(ସକାଳଖବର): ଆସନ୍ତା ୧୧ ତାରିଖ ଠାରୁ ଆରମ୍ଭ ହେବାକୁ ଯାଉଥିବା ପାର୍ଲାମେଂଟର ଶୀତକାଳୀନ ଅଧିବେଶନରେ ବିଜେଡି ପକ୍ଷରୁ ଓଡିଶାର ସ୍ୱାର୍ଥ ଜନିତ ୯ଟି ବିଷୟକୁ ପ୍ରସଙ୍ଗ କରାଯିବ । ରବିବାର ପୂର୍ବାହ୍ନରେ ମୁଖ୍ୟମନ୍ତ୍ରୀ ତଥା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ନବୀନ ନିବାସ ଠାରେ ଅନୁଷ୍ଠିତ ବିଜେଡି ସଂସଦୀୟ ବୋର୍ଡର ବୈଠକରେ ଏହି ନିଷ୍ପତି ନିଆଯାଇଛି । ଏହି ବୈଠକ ପ୍ରାୟ ଅଧଘଂଟା ଧରି ଚାଲିଥିଲା । ଦଳ ଉଠାଇବାକୁ ଥିବା ପ୍ରସଙ୍ଗ ଗୁଡିକ ମଧ୍ୟରେ ରହିଛି ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା, କେନ୍ଦୁପତ୍ର ଉପରୁ ଜିଏସଟି ହ୍ରାସ କରିବା ,ମନ୍ଥର ଗତିରେ ଚାଲିଥିବା ରେଳ ପ୍ରକଳ୍ପ ଗୁଡିକର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ,ପାଇକ ବିଦ୍ରୋହକୁ ପ୍ରଥମ ସ୍ୱାଧୀନତା ସଂଗ୍ରାମର ମାନ୍ୟତା ଦେବା ସହ ବକ୍ସି ଜଗବନ୍ଧୁଙ୍କ ନାମରେ ଟ୍ରେନ୍ ଚାଲୁକରିବା । ଏହା ବ୍ୟତୀତ ବିବାଦୀୟ ମହାନଦୀ ଏବଂ ପୋଲାଭରମ୍ ,ପ୍ରକଳ୍ପ ମହିଳା ମାନଙ୍କ ପାଇଁ ପାର୍ଲାମେଂଟ ଓ ବିଧାନସଭାରେ ଏକ ତୃତୀୟାଂଶ ସଂରକ୍ଷଣ ବ୍ୟବସ୍ଥା , ଧାନର ସର୍ବନିମ୍ନ ସହାକ ମୂଲ୍ୟ ବୃଦ୍ଧି , ଅନୁସୂଚିତ ଜାଜି ଓ ଜନଜାତି ଛାତ୍ର ଛାତ୍ରୀଙ୍କ ଅନୁଦାନ ବୃଦ୍ଧି ଏବଂ ତିତଲି କ୍ଷତିପୂରଣ ନଦେବାକୁ ମଧ୍ୟ ବିଜେଡି ପ୍ରସଙ୍ଗ କରି ପାର୍ଲାମେଂଟରେ ସରକାରଙ୍କୁ ଘେରିବ ବୋଲି ସାଂସଦ ପ୍ରତାବ ଦେବ ବୈଠକ ପରେ ସୂଚନା ଦେଇଛନ୍ତି । ସାମ୍ବାଦିକ ମାନଙ୍କ ପ୍ରଶ୍ନର ଉତର ଦେଇ ସେ କହିଥିଲେ ଯେ ରାମ ମନ୍ଦିର ନିର୍ମାଣ ନେଇ ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ଯେଉଁ ଆୟୋଜନ କରାଯାଇଛି ତାହା ଏକ ନିର୍ବାଚନୀ ଚାଲ । ସେହିପରି ସେଲଟର ହୋମ୍ ପ୍ରସଙ୍ଗକୁ ବିଜେପି ରାଜନୀତିକରଣ କରୁଛି । ସରକାର ଏସମ୍ପର୍କରେ ଯେଉଁ ପଦକ୍ଷେପ ନେବାକଥା ତାହା ନେଇଛନ୍ତି । ଘଟଣାର ତଦନ୍ତ ଚାଲିଛି । ସେଲଟର ହୋମର ମୁଖ୍ୟଙ୍କୁ ଗିରଫ କରାଯାଇଛି । ଆଜିର ବୈଠକରେ ସାଂସଦ ରାମଚନ୍ଦ୍ର ହାଁସଦା ଅନୁପସ୍ଥିତ ଥିଲେ ।