ବାରହା ଆକ୍ରମଣ, ଜଣେ ଗୁରୁତର

Sep 19, 2018 - 17:03
 168
ଅନୁଗୋଳÿ , ୧୯/୯ (ସକାଳଖବର): ଠାକୁରଗଡ଼ ଥାନା ଅନ୍ତର୍ଗତ ଖମାର ଗାଁର ସୁବଳ ସେଠୀ (୫୦) ଆଜି ସକାଳ ବେଳା ବାରହା ଆକ୍ରମଣରେ ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ ଗ୍ରାମବାସୀ ପାଇକସାହି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଛନ୍ତି । ସୂଚନା ଯେ, ଆଜି ସୁବଳ ନିକଟସ୍ଥ ପଡ଼ିଆକୁ ମେଣ୍ଢା ଚଳାଇବାକୁ ଯାଇଥିବାବେଳେ ଧାନ ଫସଲ ଖାଇବାକୁ ଆସିଥିବା ଏକ ବାରହା ଆକ୍ରମଣ କରିଥିଲା । ଯଦ୍ୱାରା ତାଙ୍କ ଶରୀର କ୍ଷତାକ୍ତ ହୋଇପଡ଼ିଥିଲା । ଏଣୁ ସୁବଳକୁ ସରକାରୀ ସହାୟତା ଯୋଗାଇଦେବାପାଇଁ ଗ୍ରାମବାସୀ ଦାବୀ କରିଛନ୍ତି ।