ଜିଲାରେ ଚାଲିଛି ଗଞ୍ଜେଇ ଚାଷ
ଅନୁଗୋଳ, ୧/୧୦ (ସକାଳଖବର): ବେଆଇନ ଗଞ୍ଜେଇ ଚାଷ ବନ୍ଦ କରିବା ନିମନ୍ତେ ରାଜସ୍ୱ, ଅବକାରୀ, ପୁଲିସ ଓ ବିଭାଗର ମିଳିତ ସହଯୋଗରେ ବିଭିନ୍ନ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା ନିମନ୍ତେ ଜିଲାପାଳ ଅନିଲ ସାମଲଙ୍କ ଅଧ୍ୟକ୍ଷତାରେ ଜିଲାସ୍ତରୀୟ ସମନ୍ୱୟ କମିଟି ହୋଇଛି । ଗଞ୍ଜେଇ ଚାରା ଲଗାଯାଇଥିବା ଅଞ୍ଚଳରେ ଚଢ଼ାଉ କରି ନଷ୍ଟ କରିବା ସହ ସମ୍ପୃକ୍ତ ବ୍ୟକ୍ତି ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଜିଲାପାଳ ନିଦେ୍ର୍ଧଶ ଦେଇଛନ୍ତି । ଗଞ୍ଜେଇ ଚାଷରୁ ନବୃତ୍ତ ରହି ବିକଳ୍ପ ପନ୍ଥା ଅନୁସରଣ କରିବା ନିମନ୍ତେ ଜନସଚେତନତା ସୃଷ୍ଟି ଉପରେ ସେ ଗୁରୁତ୍ୱ ଦେଇଥିଲେ । ଅବକାରୀ ଅଧିକ୍ଷକ ସୁରେଶ ଚନ୍ଦ୍ର ନାୟକ ବୈଠକରେ ଆଭିମୁଖ୍ୟ କହିଥିଲେ । ଦୀର୍ଘ ୧୩ ବର୍ଷ ଧରି ଜିଲାର ବିଭିନ୍ନ ପ୍ରାନ୍ତରେ ବେଆଇନ ଗଞ୍ଜେଇ ଚାଷ ଚାଲିଛି । ୨୦୧୭-୧୮ ରେ ୧୪ଟି ଚଢ଼ାଉ କରାଯାଇ ୫୫ ଏକର ଜାଗାରେ ଚାଷ ହୋଇଥିବା ୨ ଲକ୍ଷ ୨୦ ହଜାର ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କରାଯାଇଛି । ବନ ବିଭାଗ ଓ ପୁଲିସ ବିଭାଗକୁ ନେଇ ଅବକାରୀ ବିଭାଗ ନିୟମିତ ଚଢ଼ଉ ଜାରି ରଖିଛି । ବୈଠକରେ ଅତିରିକ୍ତ ଏସ୍ପି ଯଦୁନାଥ ହାଁସଦା, ଏଡ଼ିଏମ୍ ତପନ ଶତପଥି, ପିଡ଼ି ଡ଼ିଆରଡ଼ିଏ ଅତୁଲ୍ୟ ଚମ୍ପତିରାୟ, ଅନୁଗୋଳ ଉପଜିଲାପାଳ ବାସୁଦେବ ଶତପଥୀ, ତାଳଚେର ଉପଜିଲାପାଳ ପରେଶ ଚନ୍ଦ୍ର ନାୟକ, ଆଠମଲ୍ଲିକ ଉପଜିଲାପାଳ ସୁବାସ ଚନ୍ଦ୍ର ରାୟ, ଡେ଼ପୁଟି କଲେକ୍ଟର ବଇତୁରା ଦୀପଙ୍କ ସମେତ ବନ ବିଭାଗ ଓ ଅବକାରୀ ବିଭାଗର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ ।