ଏ.ଆଇ.ଡି.ଏସ୍.ଓ.ର ସାରା ଭାରତ ପ୍ରତିବାଦ ଦିବସ
ଅନୁଗୋଳÿ , ୧୯/୯ (ସକାଳଖବର): ଜେ.ଏନ୍.ୟୁ ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନରେ ବାମ ଛାତ୍ର ସଂଗଠନ ମାନଙ୍କ ପ୍ରାର୍ଥୀ ବିପୁଳ ଭୋଟ୍ରେ ବିଜୟ ହେବାପରେ ଶୋଚନୀୟ ଭାବେ ପରାସ୍ତ ହୋଇଥିବା ଶାସକ ଦଳର ଛାତ୍ର ସଂଗଠନ କ୍ୟାମ୍ପସ୍ ପରିସରରେ ଯେଉଁ ସନ୍ତ୍ରାସ ଚଳାଇଛି ତାହାକୁ ଏ.ଆଇ.ଡି.ଏସ୍.ଓ ସମେତ ବିଭିନ୍ନ ବାମଛାତ୍ର ସଂଗଠନ ତର‘ରୁ ଦୃଢ଼ ନିନ୍ଦା କରାଯିବା ସହ ସେପ୍ଟେମ୍ବର ୧୯ ତାରିଖକୁ ସାରାଭାରତ ପ୍ରତିବାଦ ଦିବସ ଭାବେ ପାଳନ କରାଯାଇଛି । ଏହି ପରିପ୍ରେକ୍ଷୀରେ ଆଜି ପୂର୍ବାହ୍ନରେ ଅନୁଗୁଳ କଲେଜ ସମ୍ମୁଖରେ ଏ.ଆଇ.ଡି.ଏସ୍.ଓ.ର ସ୍ଥାନୀୟ ଛାତ୍ରନେତାମାନେ ବିଭିନ୍ନ ସ୍ଲୋଗାନ୍ ମାନ ଦେବାସହ ଭାରତୀୟ ସଂସ୍କୃତି, ଜାତୀୟତାବାଦ ତଥା ଗୁରୁଶିଷ୍ୟ ପରମ୍ପରା କଥା କହୁଥିବା ଏ.ବି.ଭି.ପି. ଜେ.ଏନ୍.ୟୁ ନିର୍ବାଚନରେ ପରାସ୍ତ ହେବାପରେ ଯେଭଳିଭାବେ ବିଜୟୀ ଛାତ୍ରନେତା, ଅ୍ମାପକ ଓ ପ୍ରେ‘ସରମାନଙ୍କୁ ମାଡ ମାରିବା, ଜୀବନରୁ ମାରିଦେବା ଭଳି ଧମକ ଦେବା, ଛାତ୍ରୀମାନଙ୍କୁ ଅସଦ୍ବ୍ୟବହାର କରିବା, ବ୍ୟାପକ ଭଙ୍ଗାରୁଜା କରିବା ତଥା ସମସ୍ତଙ୍କୁ ଭୟଭୀତ କରିବା ଭଳି ପରିବେଶ ସୃଷ୍ଟି କରି·ଲିଛି ତାହା ଅତ୍ୟନ୍ତ ନିନ୍ଦନୀୟ ବୋଲି ଏ.ଆଇ.ଡି.ଏସ୍.ଓ ତର‘ରୁ କୁହାଯାଇଛି । ମୋଦି ସରକାରର ଶିକ୍ଷାର ବ୍ୟବସାୟୀକରଣ ଓ ସାମ୍ପ୍ରଦାୟୀକରଣ ବିରୁଦ୍ଧରେ ଗଢ଼ି ଉଠୁଥିବା ଆନେ୍ଦାଳନକୁ ଶେଷ କରିଦେବା ତଥା କ୍ୟାମ୍ପସ୍ ମାନଙ୍କର ଗଣତାନ୍ତ୍ରିକ ପରମ୍ପରା ଓ ଆନେ୍ଦାଳନର ପରିବେଶକୁ ନଷ୍ଟ କରିବା ପାଇଁ ଗୁଣ୍ଡାରାଜ ସୃଷ୍ଟି କରାଯାଉଛି ବୋଲି ସଂଗଠନ ତର‘ରୁ କୁହାଯାଇଛି । ଆଜିର ଏହି ପ୍ରତିବାଦରେ ଛାତ୍ରନେତା ପରମାନନ୍ଦ ସାହୁ, ନାରାୟଣ ନାୟକ, ଶାଶ୍ୱତ ସାହୁ, ନିରୂପମା ନାୟକ, ଶେଖ୍ ଶାହାରୁଖ, ଧରମବୀର ହେମ୍ବ୍ରମ୍ ପ୍ରମୁଖଙ୍କ ସମେତ ବହୁ ଛାତ୍ରଛାତ୍ରୀ ସାମିଲ ଥିଲେ ।