ବନ୍ତଳାଠାରେ ଶହିଦଙ୍କ ଉଦେ୍ଧଶ୍ୟରେ କ୍ୟାଣ୍ଡେଲ ଶୋଭାଯାତ୍ରା
ଅନୁଗୋଳ,୧୭/୨(ସକାଳଖବର): ଆଜି ସନ୍ଧ୍ୟାରେ ବନ୍ତଳା ବଜାର ଠାରେ ଗତ ୧୪ ତାରିଖରେ କାଶ୍ମୀରଠାରେ ଘଟିଥିବା ଆତଙ୍କି ଆକ୍ରମଣରେ ଶହିଦ ହୋଇଥିବା ୪୦ ଜଣ ସିଆରଏଫ ଜବନାଙ୍କ ଶ୍ରଦ୍ଧାସୁମନ ଜଣାଇବା ପାଇଁ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା ମା କଳାପାଟ ଠାକୁରାଣୀଙ୍କ ଠାରୁ ଆରମ୍ଭ କରି କନକଦୁର୍ଗା ମନ୍ଦିର ପର୍ଯ୍ୟନ୍ତ ପ୍ରାୟ ଏକ କିଲୋମିଟର ଶୋଭାଯାତ୍ରାରେ ବନ୍ତଳା ପରିକ୍ରମା କରିଥିଲେ । ବନ୍ତଳା ପ୍ରାନ୍ତନ ସାମରିକ ବାହିନୀ ସଦସ୍ୟ ସଂଘ ଆନୁକୂଲ୍ୟରେ ବନ୍ତଳା ଯୁବକ ସଂଘ ଏବଂ ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନର ସଦସ୍ୟ ପ୍ରାୟ ୨ଶହରୁ ୩ଶହ ସଦସ୍ୟ କ୍ୟାଣ୍ଡେଲ ଶୋଭାଯାତ୍ରାରେ ପରିକ୍ରମା କରିଥିଲେ । କନକଦୁର୍ଗା ମନ୍ଦିରଠାରେ ଏକତ୍ରିତ ହୋଇ ଶ୍ରଦ୍ଧାସୁମନ ଜଣାଇଥିଲେ ଏବଂ ଆତଙ୍କବାଦ ବିରୋଦ୍ଧରେ ତଥା ପାକିସ୍ଥାନ ବିରୋଦ୍ଧରେ କଠୋର ପଦକ୍ଷେପ ନେବାକୁ ଭାରତ ସରକାରଙ୍କ ନିକଟରେ ଦାବୀ କରିଥିଲେ । ଆତଙ୍କିବାଦର ଦେଶ ହୋଇଥିବା ପାକିସ୍ଥାନ ବିରୋଦ୍ଧରେ ଭାରତ ସରକାରଙ୍କ ସମସ୍ତ ପ୍ରକାର ପଦକ୍ଷେପକୁ ଆମ୍ଭେମାନେ ଦୃଢ଼ ସମର୍ଥନ କରୁଥିବା ପ୍ରକାଶ କରି ୪୦ ଜଣ ଶହୀଦଙ୍କୁ ନ୍ୟାୟ ପ୍ରଦାନ ତଥା ପ୍ରତିଶୋଧ ନେବାକୁ ଦାବୀ କରିଥିଲେ ।
ମୋଗା ଆଇନ ସଚେତନା ଶିବିରରେ ୨୭୧୧ ଜଣଙ୍କ ସହାୟତା ପ୍ରଦାନ
ଅନୁଗୋଳ,୧୭/୨(ସକାଳଖବର): ଜାତୀୟ ଆଇନ ସେବା ପ୍ରାଧିକରଣ ନିଦେ୍ର୍ଧଶକ୍ରମେ ଜନସାଧାରଣଙ୍କୁ ତ୍ୱରିତ ନ୍ୟାୟ ପ୍ରଦାନ ଉଦେ୍ଧଶ୍ୟରେ ଆଇନସେବା ସଚେତନତା ଶିବିର ଆୟୋଜନ କରାଯାଇଛି । ଏହି ଉପଲକ୍ଷେ ରାଜ୍ୟ ଆଇନସେବା ପ୍ରାଧିକରଣ, ଜିଲା ଆଇନ ସେବା ପ୍ରାଧିକରଣ ଓ ଜିଲା ପ୍ରଶାସନ ମିଳିତ ସହଯୋଗରେ ବିଜୁ ମଇଦାନଠାରେ ରବିବାର ସକାଳେ ମେଗା ଆଇନ ସେବା ଶିବିର ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶା ଉଚ୍ଚ ନ୍ୟାୟାଳୟର ବିଚାରପତି ତଥା ରାଜ୍ୟ ଆଇନସେବା ପ୍ରାଧିକରଣ ର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷା ନ୍ୟାୟମୂର୍ତ୍ତୀ ସୁଶ୍ରୀ ସଞ୍ଜୁ ପଣ୍ଡା ମୁଖ୍ୟ ଅତିଥିଭାବେ ଯୋଗଦେଇ ଏହାକୁ ଉଦ୍ଘାଟନ କରିଥିଲେ । ଲୋକମାନଙ୍କ ନିମନ୍ତେ ଉଦ୍ଧିଷ୍ଟ ବିଭିନ୍ନ ଯୋଜନା ଓ ଆଇନ ସହାୟତା ସମ୍ପର୍କରେ ସମସ୍ତେ ଜାଣନ୍ତୁ ଓ ଯୋଗ୍ୟ ହିତାଧିକାରୀଙ୍କୁ ଏଥିରେ ସାମିଲ କରି ଏହାର ସୁଫଳ ପ୍ରଦାନ କରିବାକୁ ନ୍ୟାୟାମୂର୍ତ୍ତୀ ଆହ୍ୱନ କରିଥିଲେ । ସରକାର ଅନେକ ଜନକଲ୍ୟାଣ ଯୋଜନା କାର୍ଯ୍ୟକାରୀ କରୁଛନ୍ତି । ଯୋଜନାର ସୁଫଳ କିପରି ଲୋକମାନଙ୍କୁ ନିକଟରେ ପହଞ୍ଚôବ ଓ ମାଗଣା ଆଇନସେବା ସେମାନଙ୍କୁ ଯୋଗାଇ ଦିଆଯିବ ସେଥିପାଇଁ ଆଇନସେବା ପ୍ରାଧିକରଣ ନିରନ୍ତର ଉଦ୍ୟମ ଜାରି ରଖିଛି ବୋଲି ପ୍ରକାଶ କରିଥିଲେ । ଜିଲା ଓ ଦୌରାଜଜ ଅଶାନ୍ତ କୁମାର ଦାସ ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ଲୋକ ମାନଙ୍କୁ ତ୍ୱରିତ ନ୍ୟାୟ ପ୍ରଦାନ ନିମନ୍ତେ ଏହି ଶିବିର ଆୟୋଜନ କରାଯାଇଛି । ସେମାନେ ମାଗଣା ନ୍ୟାୟ ପାଇବା ସହ ବିଭିନ୍ନ ଯୋଜନାର ସୁଫଳ ଗୋଟିଏ ସ୍ଥାନରେ ଏହି ଶିବିର ମାଧ୍ୟମରେ ପାଇ ପାରିବେ ବୋଲି ପ୍ରକାଶ କରିଥିଲେ । ସରକାରଙ୍କ ବିଭିନ୍ନ ଯୋଜନାର ସୁଫଳ ପାଇବା ନିମନ୍ତେ ଉଦ୍ଧିଷ୍ଟ ନିଜର ଅଧିକାରକୁ ସାବ୍ୟସ୍ତ କରିବାକୁ ପରାମର୍ଶ ଦେଇଥିଲେ । ଅନ୍ୟତମ ସମ୍ମାନୀତ ଅତିଥି ଭାବେ ଆରକ୍ଷୀ ଅଧିକ୍ଷକ ମିତ୍ରଭାନୁ ମହାପାତ୍ର ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଲୋକମାନଙ୍କ ଜୀବନ ଧାରଣ ମାନର ଉନ୍ନତି ଆଣିବା ନିମନ୍ତେ ପ୍ରାଧିକରଣର ପ୍ରୟାସକୁ ପ୍ରଶଂସା କରିଥିଲେ । ପ୍ରାରମ୍ଭରେ ଆଇନସେବା ଦେବାଶିଷ ନାୟକ ମାଗଣା ଆଇନ ସେବା ପ୍ରାଧିକରଣ ବିଷୟରେ ଆଲୋକପାତ କରିଥିଲେ । ବିଭିନ୍ନ ବିଭାଗ ତରଫରୁ ଅନୁଷ୍ଟିତ ହୋଇଥିବା ପ୍ରଦର୍ଶନୀ ମଣ୍ଡପ ଗୁଡ଼ିକୁ ଅତିଥିମାନେ ବୁଲି ଦେଖିଥିଲେ ।