ଦେଓଗାଁ ଷ୍ଟେସନରେ ଟ୍ରେନ୍ ରହଣୀ ଦାବିରେ ଆନେ୍ଦାଳନ

Aug 3, 2018 - 19:06
 192
ବଲାଙ୍ଗୀର,୩/୮( ସକାଳଖବର): ବଲାଙ୍ଗୀର ଜିଲ୍ଲା ଦେଓଗାଁ ରେଳ ଷ୍ଟେସନ୍ ଠାରେ ଲୋକଙ୍କ ଆନେ୍ଦାଳନ ଯୋଗୁଁ ସମ୍ବଲପୁର-ଟିଟିଲାଗଡ ମଧ୍ୟରେ ସକାଳ ୬ଟାରୁ ୧୧ଟା ୫୦ ପର୍ଯ୍ୟନ୍ତ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା । ଏଥିପାଇଁ ୬ଟି ଟ୍ରେନ୍ କୁ ବାତିଲ କରିଦିଆଯାଇଥିବା ବେଳେ ୫ଟି ଟ୍ରେନ୍ କୁ ଅଟକ ରଖାଯାଇଥିଲା । ୧୮୩୦୧ ସମ୍ବଲପୁର-ରାୟଗଡା -ସମ୍ବଲପୁର ଏକ୍ସପ୍ରେସ୍ କୁ ଉଭୟ ପଟରୁ ବାତିଲ କରାଯାଇଥିଲା । ସେହିପରି ୫୮୨୧୩ ଟିଟିଲାଗଡ-ବିଲାସପୁର ପାସେଂଜର ଟ୍ରେନ୍ , ୫୮୩୦୧/୫୮୩୦୩ ସମ୍ବଲପୁର -କୋରାପୁଟ/ଜୁନାଗଡ ରୋଡ୍ ପାସେଂଜର ଟ୍ରେନ୍ , ୫୮୩୦୨ କୋରାପୁଟ-ସମ୍ବଲପୁର ପାସେଂଜର ଓ ସମ୍ବଲପୁର-କୋରାପୁଟ-ସମ୍ବଲପୁର ପାସେଂଜର ଟ୍ରେନ୍ କୁ ବାତିଲ ରଖାଯାଇଥିଲା । ଅନ୍ୟପକ୍ଷରେ ଆନେ୍ଦାଳନ ଯୋଗୁଁ ୧୨୮୭୨ ଟିଟିଲାଗଡ-ହାୱଡା ଇସ୍ପାତ ଏକ୍ସପ୍ରେସ୍ ଦେଓଗାଁ ଠାରେ , ୧୮୪୨୧ ପୁରୀ -ଆଜମେର ଏକ୍ସପ୍ରେସ୍ ବଲାଙ୍ଗୀର ଷ୍ଟେସନରେ, ୨୨୮୩୮ ଏର୍ଣ୍ଣାକୁଲମ୍ -ହଟିଆ ଏକ୍ସପ୍ରେସ୍ ଟିଟିଲାଗଡରେ , ୧୮୩୦୧ ସମ୍ବଲପୁର-ରାୟଗଡା ଏକ୍ସପ୍ରେସ୍ ବଲାଙ୍ଗୀରରେ ଓ ୧୮୦୦୫ ହାୱାଡା -ଜଗଦଲପୁର ସମଲେଶ୍ୱରୀ ଏକ୍ସପ୍ରେସ୍ ବରଗଡ ଠାରେ ଅଟକି ରହିଥିଲା । ସୂଚନାଯୋଗ୍ୟ ଯେ ଦେଓଗାଁ ଷ୍ଟେସନରେ ଟ୍ରେନ୍ ରହଣୀ ଦାବିରେ ନାଗରିକ କମିଟି ଓ ବଣିକ ସଂଘ ପକ୍ଷରୁ ଟ୍ରେନ୍ ଅଟକ ରଖାଯାଇଥିଲା । ଆନେ୍ଦାଳନକାରୀମାନେ ଇସ୍ପାତ ସୁପର ଫାଷ୍ଟକୁ ଅଟକ ରଖିବା ଫଳରେ ଘଂଟା ଘଂଟା ଧରି ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା ।