ରୋଗୀ ମୃତୁ୍ୟ ଘଟଣା ୨ ଡାକ୍ତରଙ୍କ ବିରୋଧରେ ମାମଲା ରୁଜୁ

Sep 10, 2018 - 17:25
 201
ରୋଗୀ ମୃତୁ୍ୟ ଘଟଣା ୨ ଡାକ୍ତରଙ୍କ ବିରୋଧରେ ମାମଲା ରୁଜୁ
ଢେ଼ଙ୍କାନାଳ,୧୦|୯(ସକାଳଖବର):ଢେ଼ଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତରଙ୍କ ମଧ୍ୟରେ କଳିରୁ ଚିକିତ୍ସା ନପାଇ ରୋଗୀ ମୃତୁ୍ୟ ଘଟଣାରେ ଆଜି ଟାଉନ୍ ଥାନାରେ ଏକ ମାମଲା ରୁଜୁ ହୋଇଛି । ମୃତକଙ୍କ ଭାଇ ରବି ନାରାୟଣ ସାହୁ ଏନେଇ ଥାନାରେ ଏତଲା ଦେବା ପରେ ଡାକ୍ତର ବନୋଜ ଦାସ ଓ ସଂଜ୍ଞାନ ଦାସଙ୍କ ବିରୋଧରେ ମାମଲା ରୁଜୁ କରିଛି ପୋଲିସ । ୨୫୨/୧୮ ରେ ଏକ ମାମଲା ରୁଜୁ କରି ପୋଲିସ ଘଟଣାର ତଦନ୍ତ ଚଳାଇଛି । ଗତକାଲି ଗଁଦିଆ ଥାନା ଅନ୍ତର୍ଗତ ଗୁଣ୍ଡୁରାପଶି ଗ୍ରାମର ତ୍ରୈଲୋକ୍ୟ ସାହୁ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ପରିବାର ଲୋକେ ତାଙ୍କୁ ଗଁଦିଆ ଶ୍ରୀରାମଚନ୍ଦ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରିଥିଲେ । ସେଠାରେ ତାଙ୍କର ସ୍ୱାସ୍ଥ୍ର୍ୟବସ୍ଥା ଗୁରୁତର ହୋଇପଡିବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା । ରୋଗୀ ଯନ୍ତ୍ରଣାରେ ଛଟପଟ ହେଉଥିବା ବେଳେ କିଏ ତାଙ୍କୁ ଚିକିତ୍ସା କରିବ ସେନେଇ ଦୁଇ ଜଣ ଡାକ୍ତରଙ୍କ ମଧ୍ୟରେ ଯୁକ୍ତି ତର୍କ ହୋଇଥିଲା । ଫଳରେ ଚିକିତ୍ସା ନପାଇ ରୋଗୀଙ୍କ ମୃତୁ୍ୟ ଘଟିଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଥିଲା । ଘଟଣାରେ ଉତ୍ୟକ୍ତ ଲୋକେ ମୃତଦେହ ରଖି ବିଧାରପୁର ଠାରେ ରାସ୍ତାରୋକ କରିଥିଲେ । ଏନେଇ ଅତିରିକ୍ତ ଜିଲ୍ଲାପାଳ (ଏଡିଏମ) ଅବନୀକାନ୍ତ ପଟ୍ଟନାୟକ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ(ସିଡିଏମଓ)ଙ୍କୁ ରିପୋର୍ଟ ତଲବ କରିଥିବା ଜଣାପଡିଛି । ଏନେଇ ସିଡିଏମଓ ମଧ୍ୟ ଦୁଇ ଡାକ୍ତରଙ୍କୁ କୈଫିୟତ ମାଗିଛନ୍ତି ।