ପ୍ରିଜାଇଡ଼ିଂ ଓ ପ୍ରଥମ ପୁଲିଙ୍ଗ ଅଫିସରଙ୍କ ତାଲିମ

Mar 25, 2019 - 05:00
 135
ପ୍ରିଜାଇଡ଼ିଂ ଓ ପ୍ରଥମ ପୁଲିଙ୍ଗ ଅଫିସରଙ୍କ ତାଲିମ
ଅନୁଗୋଳ,୨୪/୩(ସକାଳଖବର): ନିର୍ବାଚନ ବିଜ୍ଞପ୍ତି ଘୋଷଣା ହେବା ପରେ ଜିଲା ପ୍ରଶାସନ ତରଫରୁ ନିର୍ବାଚନ ପ୍ରକ୍ରିୟାକୁ ତ୍ୱରାନ୍ୱିତ ଭାବେ ପରିଚାଳନା କରାଯାଉଛି । ଇତି ମଧ୍ୟରେ ଇଭିଏମ୍ ଭିଭିପାଟ ମେସିନ ରେଣ୍ଡୋମିସନ କରାଯାଇ ସମସ୍ତ ରିଟର୍ଣ୍ଣିଂ ଅଫିସରଙ୍କ ଷ୍ଟ୍ରଙ୍ଗ ରୁମ୍କୁ ସ୍ଥାନାନ୍ତର କରାଯାଇଛି । ଆଜିଠାରୁ ଜିଲାର ୧୬ଟି ସ୍ଥାନରେ ଏକ ସମୟରେ ଆରମ୍ଭ ହୋଇଛି ପ୍ରିଜାଇଡ଼ିଂ ଓ ପ୍ରଥମ ପୋଲିଙ୍ଗ ଅଫିସରମାନଙ୍କର ତାଲିମ କେନ୍ଦ୍ର । ଏହି ତାଲିମ କାର୍ଯ୍ୟକ୍ରମକୁ ଜିଲାପାଳ ମନୋଜ କୁମାର ମହାନ୍ତି ପରିଦର୍ଶନ କରି ଏହାକୁ ଅନୁଧ୍ୟାନ କରିଛନ୍ତି । ଜିଲା କାର୍ଯ୍ୟାଳୟ ଜିଲା ପରିଷଦ, ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା, ଅନୁଗୋଳ ବ୍ଲକ, ଅନୁଗୋଳ ପୌରପାଳିକା ଓ ଛେଣ୍ଡିପଦା ବ୍ଲକର ସମ୍ମିଳନୀ ଗୃହ ସମେତ ଜିଲାର ଅନ୍ୟାନ୍ୟ ୧୦ଟି ତାଲିମ କେନ୍ଦ୍ରରେ ୫୦ଜଣ ଲେଖାଏଁ ପ୍ରିଜାଇଡ଼ିଂ ଓ ପ୍ରଥମ ପୋଲିଂଙ୍ଗ ଅଫିସରକୁ ଜିଲାସ୍ତରୀୟ ଓ ବ୍ଲକସ୍ତରୀୟ ମାଷ୍ଟର ଟ୍ରେନରମାନେ ତାଲିମ ଦେବା ସହ ଇଭିଏମ୍ -ଭିଭିପାଟର ବ୍ୟବହାର ସମ୍ପର୍କରେ ନିଜେ ପ୍ରଦର୍ଶନ କରାଉଛନ୍ତି । ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗର ଯୁଗ୍ମ ସଚିବ ଧରଣୀଧର ନନ୍ଦ ଓ ଓଡ଼ିଶା ଖଣି ନିଗମର ଆଞ୍ଚଳିକ ପ୍ରବନ୍ଧକ ଦିଲିପ କୁମାର ବଳ ତାଲିମ ପର୍ଯ୍ୟବେକ୍ଷକ ଭାବେ ଯୋଗଧେି ପ୍ରଶିକ୍ଷାର୍ଥୀମାନଙ୍କୁ ଭୋଟ ଗ୍ରହଣର ବିଭିନ୍ନ ପଦ୍ଧତି ଓ ଇଭିଏମ୍ -ଭିଭିପାଟର ବ୍ୟବହାର ସମ୍ପର୍କରେ ଅବଗତ କରିଛନ୍ତି । ଅତିରିକ୍ତ ଜିଲାପାଳ ତପନ କୁମାର ଶତପଥି ଏହି ତାଲିମ କାର୍ଯ୍ୟକ୍ରମ ପରିଚାଳନା ଦାୟିତ୍ୱରେ ଅଛନ୍ତି । ଏହି ତାଲିମ କାର୍ଯ୍ୟକ୍ରମ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିଦେ୍ର୍ଧଶକ ଅତୁଲ୍ୟ କୁମାର ଚମ୍ପତିରାୟ, ଡେ଼ପୁଟୀ କଲେକ୍ଟର (ଆପାତାଳିନ) ବୈତୁରା ଦୀପ, ଡେ଼ପୁଟୀ କଲେକ୍ଟର (ନିର୍ବାଚନ) ଲମ୍ବୋଦର ମାରାଣ୍ଡି, ଅନୁଗୋଳ ବିଇଓ ଲୋପାମୁଦ୍ରା ପଟ୍ଟନାୟକ, ଅନୁଗୋଳ ବ୍ଲକର ଏବିଡ଼ିଓ ବିଜୟ ମେହେର ପ୍ରମୁଖ ଏହି ତାଲିମ କାର୍ଯ୍ୟକ୍ରମରେ ମାଷ୍ଟର ଟ୍ରେନର ଭାବେ ଯୋଗଦେଇ ଭୋଟଗ୍ରହଣ ବିଭିନ୍ନ ପଦ୍ଧତି ଓ ପ୍ରକ୍ରିୟା ସମ୍ପର୍କରେ ଅବଗତ କରିବା ସହ ଇଭିଏମ୍-ଭିଭିପାଟର ବ୍ୟବହାର ପ୍ରଦର୍ଶନ କରିଥିଲେ । ସମୁଦାୟ ୨୭୯୬ ଜଣ ଉଭୟ ପ୍ରିଜାଇଡ଼ିଂ ଅଫିସର ଓ ପ୍ରଥମ ପୋଲିଂଙ୍ଗ ଅଫିସର ବିଭିନ୍ନ ପର୍ଯ୍ୟାୟରେ ଚଳିତ ମାସ ୨୭ ତାରିଖ ପର୍ଯ୍ୟନ୍ତ ତାଲିମ ଗ୍ରହଣ କରିବେ ।