ଜଳର ଶୁଦ୍ଧତା ଓ ସୁରକ୍ଷା ଆବଶ୍ୟକ
ଅନୁଗୋଳ,୨୩/୩(ସକାଳଖବର): ସୃଷ୍ଟି ଓ ଜୀବଜଗତ ପାଇଁ ଜଳ ଅପରିହାର୍ଯ୍ୟ । ବିଶୁଦ୍ଧ ଜଳ ଓ ମଧୁର ପାନୀୟ ଜଳ ସମୁଦାୟ ଜଳର ନଗନ୍ୟ ଭାଗ ହୋଇଥିଲେ ମଧ୍ୟ ଏହା ଉପରେ ସମଗ୍ର ମଣିଷ ଜାତି ଓ ଜୀବ ଜଗତ ନିର୍ଭରଶୀଳ । ଅତଏବ ଜଳ ସୁରକ୍ଷା ଓ ବିଶୁଦ୍ଧତା ଏକାନ୍ତ ଆବଶ୍ୟକ ବୋଲି ଦୁର୍ଗାପୁର ପାଣସାହି ମୋ÷÷ଜା ବନସୁରକ୍ଷା ସମିତି ରେ ଆୟୋଜିତ” ବିଶ୍ୱ ଜଳ ଦିବସ” ଅବସରରେ ଗତ କାଲି ଅତିଥିମାନେ ମତ ବ୍ୟକ୍ତ କରିଥିଲେ । ଦୁର୍ଗାପୁର ପାଣସାହି ମୋ÷÷ଜା ବନସୁରକ୍ଷା ସମିତିର ଓ ପ୍ରକୃତି ପରିବେଶ ବନ୍ୟଜୀବନ ସମିତି ମିଳିତ ଆନୁକୁଲ୍ୟରେ ବନସୁରକ୍ଷା ସମିତିର ସଭାଗୃହ ଠାରେ “ବିଶ୍ୱ ଜଳ ଦିବସ” ପାଳନ କରାଯାଇଥିଲା । ଏହି ଅବସରରେ ଆୟୋଜିତ ସଚେତନତା ବୈ÷ଠକରେ ନିୟୁଜର ମୁଖ୍ୟ ପ୍ରସନ୍ନ କୁମାର ବେହେରା ଅଧ୍ୟକ୍ଷତା କରିଥିବା ବେଳେ ଅନୁଗୋଳ ବନଖଣ୍ଡ ଅଧିକାରୀ କାର୍ତ୍ତି କ ବେଦମୂର୍ତ୍ତି ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଜଳର ପ୍ରକାର ଭେଦ ,ଆବଶ୍ୟକତା , ଜୀବଜଗତ ପ୍ରତି ଜଳର ଅବଦାନ ,ଜଳର କୃତିମ ଅଭାବ, ପ୍ରଦୂଷଣ ହେବାର ବିଭିନ୍ନ କାରଣ ଏବଂ ନିରାକରଣ ଉପରେ ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚନା କରିଥିଲେ । ସମ୍ମାନୀତ ଅତିଥି ଭାବେ ସହକାରୀ ବନ ସଂରକ୍ଷକ ଶ୍ରୀକାନ୍ତ ବେହେରା , ଜରପଡା ବନାଞ୍ଚଳ ଅଧିକାରୀ ହୃଦାନନ୍ଦ ନାଏକ, ଆମ ଜଙ୍ଗଲ ଯୋଜନାର ଟିମ୍ ଲିଡର ଅଭୟ କୁମାର ଗାଆଣ, ସମିତି ର ପୂର୍ବତନ ସଭାପତି ପ୍ରଫୁଲ ବେହେରା ,ଉପସଭାନେତ୍ରୀ ବିଜୁଳି ପ୍ରଧାନ ପ୍ରମଖ ଯୋଗ ଦେଇ ବନ ସୁରକ୍ଷା ସମିତିର ସଭ୍ୟ ସଭ୍ୟା ମାନଙ୍କୁ ଜଳର ଉପକାରିତା ,ବ୍ୟବହାର ଓ ବିଭିନ୍ନ ସମସ୍ୟା ତଥା ଆଗାମୀ ଦିନରେ ମଧୁର ଜଳର ଅଭାବର ଭୟାବହତା ଓ ନିରାକରଣ ବିଭିନ୍ନ ଉପାୟ ସମ୍ବନ୍ଧରେ ଆ ଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମ ଆୟୋଜନରେ ବିକାଶ ଅଧିକାରୀ ଯଶୋବନ୍ତ ସାହୁ, ମନୋରଞ୍ଜନ ବେହେରା, ନିୟୁଜ ଅନୁଷ୍ଠାନର ପ୍ରିୟବ୍ରତ ବେହେରା ,ବନରକ୍ଷୀ ବିଜୟ ନାୟକ , ଆନିମେଟର ଧୃବଚରଣ ସାହୁ, ଦୁଃଶାସନ ସାହୁ , ପ୍ରମୁଖ ସହଯୋଗ କରିଥିଲେ ।