ପଞ୍ଚାୟତ ନିର୍ବାଚନ ୩ ମାସ ସ୍ଥଗିତ ରଖିବାକୁ ସମସ୍ତ ବିରୋଧୀଙ୍କ ଦାବି

Jan 10, 2022 - 08:32
 58
ପଞ୍ଚାୟତ ନିର୍ବାଚନ ୩ ମାସ ସ୍ଥଗିତ ରଖିବାକୁ ସମସ୍ତ ବିରୋଧୀଙ୍କ ଦାବି
ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ୩ ମାସ ସ୍ଥଗିତ ରଖିବାକୁ ଦାବି କରିଛନ୍ତି ରାଜ୍ୟର ସମସ୍ତ ବିରୋଧୀ ଦଳ। ଆଜି ପଞ୍ଚାୟତ ନିର୍ବାଚନ ନେଇ ନିର୍ବାଚନ କମିଶନ ସର୍ବଦଳୀୟ ବୈଠକ ଡକାଇଥିବା ବେଳେ ଏଥିରେ ସରକାରୀ ଦଳ ବିଜେଡିକୁ ଛାଡ଼ି ଅନ୍ୟ ସମସ୍ତ ଦଳ ନିର୍ବାଚନକୁ ସ୍ଥଗିତ କରିବା ପାଇଁ ଦାବି କରିଛନ୍ତି।କରୋନାର ତୃତୀୟ ଲହର ଚାଲିଥିବାରୁ ନିର୍ବାଚନ ସ୍ଥଗିତ ରଖିବାକୁ ବିରୋଧୀ ଦଳ ଗୁଡ଼ିକୁ ଦାବି କରିଛନ୍ତି। ଏହା ସହିତ ପଛୁଆ ବର୍ଗ ଓ ଏସ୍‌ଟି ବର୍ଗଙ୍କୁ ସଂରକ୍ଷଣ ପ୍ରସଙ୍ଗରେ ମଧ୍ୟ ସେମାନେ ନିର୍ବାଚନ ସ୍ଥଗିତ ରଖିବାକୁ ଦାବି କରିଛନ୍ତି।ସେହିଭଳି ପଞ୍ଚାୟତ ନିର୍ବାଚନ ବନ୍ଦ କରିବାକୁ ହାଇକୋର୍ଟରେ ମାମଲା ଦାଏର ହୋଇଛି। ଭାରତୀୟ ବିକାଶ ପରିଷଦ ପକ୍ଷରୁ ଏହି ମାମଲା ଦାଏର ହୋଇଛି। ଓବିସି ବର୍ଗଙ୍କୁ ସଂରକ୍ଷଣ ଦିଆଯାଇନଥିବାରୁ ନିର୍ବାଚନ ବନ୍ଦ କରିବାକୁ ଦାବି ହୋଇଛି। ସେହିପରି କରୋନା ବଢ଼ିଚାଲିଥିବାରୁ ପଞ୍ଚାୟତ ନିର୍ବାଚନ କିଭଳି ହେବ ବୋଲି ପରିଷଦ ପ୍ରଶ୍ନ କରିଛି। ଅନ୍ୟପକ୍ଷରେ ଆଜି ସର୍ବଦଳୀୟ ବୈଠକ ପରେ ରାଜ୍ୟ ନିର୍ବାଚନ କମିଶନ ଆଦିତ୍ୟ ପାଢ଼ି କହିଛନ୍ତି, ନିର୍ବାଚନ ପରିଚାଳନା ନେଇ ସବୁ ଦଳଙ୍କ ସହ ଆଲୋଚନା ହେଲା। କୋଭିଡ ସମୟରେ ନିର୍ବାଚନ ନେଇ ଦଳମାନେ ନିଜ ନିଜ ମତ ଦେଲେ। ନିର୍ବାଚନ ନେଇ କେନ୍ଦ୍ର ନିର୍ବାଚନ କମିଶନ (ସିଇସି) ଗାଇଡଲାଇନ କରିଛନ୍ତି। ସିଇସି ଙ୍କ ଗାଇଡଲାଇନ ଆଧାରରେ ଆମେ ଗାଇଡଲାଇନ କରୁଛୁ। ଖୁବ୍‌ ଶୀଘ୍ର ଆମେ ଉକ୍ତ ଗାଇଡଲାଇନ ଜାରି କରିବୁ।